କ. ନୂଆଗାଁ : ଅଷ୍ଟଶମ୍ଭୁ ମହାମିଳନ ୮ରେ

add-all

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ପଞ୍ଚୁଦଣ୍ଡ ପରିଚାଳନା କମିଟି ଆନୁକୂଲ୍ୟରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ୮ ତାରିଖ ମଙ୍ଗଳବାର ଦିନ ଅଷ୍ଟଶମ୍ଭୁ ମହା ମିଳନ କାର୍ଯ୍ୟକ୍ରମ ହେବା ପାଇଁ କମିଟି ତରଫରୁ ସ୍ଥିର କରାଯାଇଛି। ଏହି କାର୍ଯ୍ୟକ୍ରମରେ ବାଲିଗାଡା, ଲେତିଙ୍ଗିଆ, ଗୋଚ୍ଛାପଡା, କିଲୁପଡା,କରନ୍ଦାଗଡ଼ ,ନୂଆପଡ଼ା, ଶ୍ରୀପଲ୍ଲା ଓ କାଳିପଙ୍ଗା ଗ୍ରାମର ଦଣ୍ଡ ଥଳ ଯୋଗ ଦେବା ପାଇଁ ସ୍ୱୀକୃତି ପ୍ରଦାନ କରିଛନ୍ତି l ଏହି ପରିପ୍ରେକ୍ଷୀରେ ସନ୍ଧ୍ୟାରେ ଶମ୍ଭୁ ମିଳନ ସମାରୋହ କରାଯିବା ପାଇଁ ପରିଚାଳନା କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହି କାର୍ଯ୍ୟକ୍ରମରେ ପଞ୍ଚୁଦଣ୍ଡ ପରିଚାଳନା କମିଟିର ସଭାପତି ରଜନୀ କାନ୍ତ ସାହୁ, କାର୍ଯ୍ୟକାରୀ ସଭାପତି କାର୍ତ୍ତିକ ପ୍ରଧାନ, ସଂପାଦକ କାଳୀ ପ୍ରସାଦ ତ୍ରିପାଠୀ, ସହ ସମ୍ପାଦକ ଆଲୋକ କୁମାର ଦୋରା, କୋଷାଧ୍ୟକ୍ଷ ଶୁଶିଲ କୁମାର ପାତ୍ର, ସୁକାନ୍ତ କୁମାର ମହାପାତ୍ର, ଚିତ୍ତ ରଂଜନ ପାତ୍ର, ଶରତ କୁମାର ବିଶିମାଝି,ଭଗବତ ସାହୁ, ବୁଲୁ ସାହୁ, ଚନ୍ଦନ ପଣ୍ଡା, ଭାଗିରଥି ନାଥ, ସାରୁ ବିଶି ମାଝି, ରାଜା ପଣ୍ଡା, ମୁନା ବେହେରାଙ୍କ ସମେତ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରୁଛନ୍ତି।

ad-week
Leave A Reply

Your email address will not be published.