ବିରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର କୁଆଁରମୁଣ୍ଡା ବ୍ଲକ ଶିକ୍ଷା ଗଷ୍ଠୀ ଅଧିକାରୀଙ୍କ ନିଦେଶ କ୍ରମେ କୃଷ୍ଣ ଗଡତିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରାଏବଗା ପରିସରରେ ଶିକ୍ଷା ସଚେତନତା ରଥ କାର୍ଯ୍ୟକ୍ରମ ଉଦଘାଟିତ ହୋଇ ଯାଇଛି ! ଉକ୍ତ କାର୍ଯ୍ୟକ୍ରମ ରେ ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀମତୀ ତପସ୍ୱିନୀ ମହାନନ୍ଦିଆ ଓ ପୂର୍ବତନ ଅତିରିକ୍ତ ଶିକ୍ଷା ଅଧିକାରୀ ସୁଶ୍ରୀ ଦରଥୀଆ ଟୋପ୍ପୋ କାର୍ଯ୍ୟକ୍ରମ ରେ ଉପସ୍ଥିତ ହୋଇ ସଚେତନତା ରଥକୁ ଉଦଘାଟନ କରିବା ସହିତ ଛାତ୍ରଛାତ୍ରୀ ମାନଙ୍କୁ ଭଲ ପାଠ ପଢିବା ପାଇଁ ପ୍ରସାହିତ କରିଥିଲେ ! ଏହି ଶିକ୍ଷା ସଚେତନତା ରଥ ରାଏବଗା କ୍ଲଷ୍ଟର, ମଝାପଡା କ୍ଲଷ୍ଟର ଓ ସଳଙ୍ଗାବାହାଲ କ୍ଲଷ୍ଟର ର ବିଭିନ୍ନ ବିଦ୍ୟାଳୟକୁ ଯାଇ ଛାତ୍ରଛାତ୍ରୀଙ୍କୁ ସଚେତନତା ପ୍ରଦାନ କରିଥିଲେ ! ଉକ୍ତ କାର୍ଯ୍ୟକ୍ରମକୁ ସାଫଲ୍ୟ କରିବାରେ ପ୍ରଧାନ ଶିକ୍ଷକ ଶ୍ରୀ ବିଭୀଷଣ ତନ୍ତୀ ସିଆରସିସି ଶ୍ରୀ ବିକାଶ ଚନ୍ଦ୍ର ସା, ସିଆରସିସି ମିତା କାଲୋ , ରାଜୀନ ନାଏକ ବରିଷ୍ଠ ଶିକ୍ଷୟିତ୍ରୀ ରୋଜାଲିନ ଗୁଡ଼ିଆ, ଶ୍ରୀମତି ସତ୍ୟଭାମା ମିଶ୍ର, ଫିଲିସିତା ଏକ୍କା, ବାମାଚରଣ ସା, ଋଷୁକୂଲ୍ୟା ସିଂ ଓ ସୁନିତା ବାରିକ ପ୍ରମୁଖ ସୁପରିଚାଳନା ରେ ସହଯୋଗ କରିଥିଲେ !
