ଅଭିଯୋଗ କଲେ ଗଡିବ ମୁଣ୍ଡ…ଭୟରେ ସାଧାରଣ ଜନତା..!!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଚୋରା ବାଲି ଚାଲାଣ ପାଇଁ କେଉଁଠି କେଉଁଠି ନଦୀ ବନ୍ଧକୁ କାଟି ରାସ୍ତା ନିର୍ମାଣ ହୋଇଥିବା ନଜିର ରହିଛି । ଏବେ ଶେଷରେ ନଦୀର ଜଳ ସ୍ରୋତକୁ ବନ୍ଦ କରି ରାସ୍ତା ନିର୍ମାଣ ହୋଇଥିବା ଯାହାକି ଆସିକା ବଡ଼ ନଦୀ ରେ ଦେଖିବାକୁ ମିଳିଛି। ବିଜୁ ପଟ୍ଟନାୟକ ଛକ ନିକଟରେ ଥିବା ବେଆଇନ ବାଲି ଘାଟରେ ବେଆଇନ ଭାବେ ବାଲି ନେବା ସକାଶେ ନଦୀ ଉପରେ ରାସ୍ତା ନିର୍ମାଣ କରାଯାଇଛି। ଏହି ବେଆଇନ ବାଲି ଘାଟକୁ ଭଞ୍ଜନଗର ଉପ ଜିଲ୍ଲା ପାଳ କିଛି ଦିନ ପୂର୍ବରୁ ବନ୍ଦ କରିଥିଲେ। ପୁଣି ଉକ୍ତ ବେଆଇନ ବାଲି ଘାଟରୁ ବାଲି ନେବା ପାଇଁ ନଦୀରେ ରାସ୍ତା ନିର୍ମାଣ କରିବାକୁ କିଏ ଆଦେଶ ଦେଲା ବୋଲି ଲୋକେ କହୁଛନ୍ତି। ଏହାକୁ ନେଇ ଅଭିଯୋଗ କଲେ ମୁଣ୍ଡ ଗଡିବ ବୋଲି ସାଧାରଣ ରେ ଭୟ ସୃଷ୍ଟି ହେଉଛି lଏଠାକାର ନେତା ଓ ବାବୁ ମାନଙ୍କୁ ଖୁଷ କରିଲେ ସବୁ ସମ୍ଭବ ବୋଲି ଆଲୋଚନା ହେଉଛି। ଆସିକା ଅଞ୍ଚଳ ରେ ଦକ୍ଷ ରାଜସ୍ୱ ଅଧିକାରୀ ନଥିବା ଯୋଗୁଁ ଏବଂ ଜିଲ୍ଲା ଅଧିକାରୀ ମାଫିଆ ମାନଙ୍କୁ ଗେଲ୍ହା ପୁଅ ପରି ପାଳି ଥିବା ଯୋଗୁ ମାଫିଆ ମାନେ କାହାକୁ ମାନୁ ନାହାନ୍ତି ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି l ବନ୍ୟା ଜଳ ପାଇଁ ସୁରକ୍ଷିତ ନଦୀ ବନ୍ଧକୁ ବି କାଟି ବାଲି ମାଫିଆ ମାନେ ବାଲି ଚାଲାଣ କରୁଛନ୍ତି। ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଦଣ୍ଡ ନାଚ ଚାଲିଥିବା ବେଳେ ନଈ ମଝିରେ ପ୍ରବାହିତ ଜଳକୁ ବନ୍ଧେଇ ତା ଉପରେ ରାସ୍ତା ନିର୍ମାଣ କରିବା ଫଳରେ ଦଣ୍ଡୁଆ ଏବଂ ସହର ବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି ଜିଲ୍ଲା ପ୍ରଶାସନ ସବୁ ଜାଣି ଚୁପଚାପ ବସିଛି। କାହା ଇସାରା ରେ ଜିଲ୍ଲା ପ୍ରଶାସନ ନୀରବ ଦ୍ରଷ୍ଟା ସାଜିଛି..? ନା ବାଲି ମାଫିଆ ମାନଙ୍କ ସହିତ ଉଚ୍ଚ କୋଟିର ଡିଲ ହୋଇଛି ବୋଲି ସାଧାରଣ ରେ ପ୍ରଶ୍ନ l ରାଜ୍ୟ ସରକାର ଗଞ୍ଜାମ ଜିଲ୍ଲା ପ୍ରତି ଦୃଷ୍ଟି ଦେବାକୁ ସାଧାରଣ ରେ ଦାବୀ ହେଉଛି ନଚେତ ବାଲି କୁ ନେଇ କେତେଯେ ମଣ୍ଡ ଗଡ଼ିବ ତାହାର ହିସାବ ରହିବନି l ଏହା ସହିତ ସରକାର ଜିଲ୍ଲା ରେ ଥିବା କୁବେର ବାବୁ ମାନଙ୍କୁ ଭିଜିଲାନ୍ସ, ଇ. ଡି, ଏବଂ ଆଇ ଟି ଦ୍ୱରା ତଦନ୍ତ ପରିସର ଭୁକ୍ତ କରାଗଲେ ଅନେକ ଭଦ୍ର ମୂଖା ଅଫିସର ଙ୍କ ଗୁମର ଖୋଲିଯିବ ବୋଲି ସାଧାରଣ ରେ ଅଭିଯୋଗ ହେଉଛି l

