ପୁଣି ଆନ୍ଦୋଳନକୁ ଓହ୍ଲାଇବା ପାଇଁ ସଜବାଜ ଓଡିଶା ରାଜସ୍ୱ ଅମଲା ସଂଘ

ବ୍ରହ୍ମପୁର : ଆଜି ୦୬.୦୪.୨୦୨୫ ତାରିଖ ରେ ଓଡିଶା ରାଜସ୍ଵ ଅମଲା ସଂଘ ଜିଲ୍ଲା ଶାଖା ଗଞ୍ଜାମର ଏକ ସାଧାରଣ ପରିଷଦ ବୈଠକ ଜିଲ୍ଲା ସଂସ୍କୃତି ଭବନ ବ୍ରହ୍ମପୁର ଠାରେ ଜିଲ୍ଲା ସଭାପତି ପି ଏସ ରଜନୀକାନ୍ତ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକ ରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଂଘ ର ସଭାପତି ତ୍ରିପତି ବାଲାଜି ସାହୁ ଏବଂ ସମ୍ମାନିତ ଅତିଥି ଭାବେ ପ୍ରସନ୍ନ କୁମାର ନାୟକ ଙ୍କ ସହ ଜିଲ୍ଲା ସଂଘ ର ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ବେହେରା, ରାମକୃଷ୍ଣ ମହାନ୍ତି, ଭି ଶ୍ରୀନିବାସ, ଯୁଗ୍ମ ସଂପାଦକ ବନଜା ନାୟକ, କୋରାପୁଟ ଜିଲା ସମ୍ପାଦକ ନିତ୍ୟାନନ୍ଦ ଭତରା , ରାୟଗଡା ଜିଲ୍ଲାର ସମ୍ପାଦକ ଅଜୟ କୁମାର ନାହାକ , ସଂଗଠନ ସମ୍ପାଦକ କେ ସୁରେଶ ରେଡି, ସହ ସମ୍ପାଦକ ଧନଞ୍ଜୟ ସାହୁ, ସୁରେଶ କୁମାର ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିଲେ | ଉକ୍ତ ବୈଠକରେ ଜିଲ୍ଲା ସ୍ତରୀୟ କାର୍ଯ୍ୟରତ ରାଜସ୍ଵ ଅମଲା ମାନଙ୍କର ପଦବୀ ପୁନର୍ଗଠନରେ ବିଳମ୍ବ ହେଉଥିବା ଏବଂ ପଦୋନ୍ନତି କୁ ସ୍ଥଗିତ ରଖାଯାଇଥିବାରୁ ଜିଲ୍ଲା ସ୍ତରୀୟ ଅମଲା ମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ବୃଦ୍ଧି ପାଇଥିଲା l ସଂଘ ପକ୍ଷରୁ ପ୍ରକାଶ ଯେ, ୨୦୨୪ ମସିହା ପ୍ରାରମ୍ଭରେ ଜିଲ୍ଲା ସ୍ତରୀୟ ରାଜସ୍ଵ ଅମଲା ମାନଙ୍କୁ ସ୍ଵତନ୍ତ୍ର କ୍ୟାଡର ଭୁକ୍ତ କରାଯାଇଥିଲା l ସେମାନଙ୍କ ନୂତନ ଭାବରେ ପଦବୀ ପୁନର୍ଗଠନ କରାଯିବା ସହିତ ନୂତନ ସେବା ନିୟମାବଳୀ ପ୍ରଣୟନ କରାଯିବା ପାଇଁ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ଦ୍ଵାରା ବିଜ୍ଞପ୍ତି ପ୍ରକାଶ ପାଇଥିଲା l ଏହା ମଧ୍ୟରେ ଏକ ବର୍ଷ ବିତିଯାଇଥିଲେ ମଧ୍ୟ ଓଡିଶା ସରକାରଙ୍କ ରାଜସ୍ଵ ବିଭାଗ ତରଫରୁ ଏହା ଉପରେ କୌଣସି ପ୍ରକାର ପଦକ୍ଷେପ ନିଆଯିବା ଭଳି ମନେ ହେଉନାହିଁ ବୋଲି ଉପସ୍ଥିତ ଜିଲ୍ଲା ସ୍ତରୀୟ ଅମଲା ମାନେ କ୍ଷୋଭ ପ୍ରକାଶ କରିଥିଲେ l ଯାହା ଫଳ ସ୍ଵରୂପ ଜିଲ୍ଲା ସ୍ତରୀୟ କାର୍ଯ୍ୟରତ ଅମଲା ମାନେ ଆର୍ଥିକ ଏବଂ ପଦୋନ୍ନତି ଭଳି ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି l ବେଡି ଉପରେ କରୋଡା ମାଡ ଭଳି ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ପଦବୀ ପୁନର୍ଗଠନକୁ ଆଳ କରି ଜିଲ୍ଳା ସ୍ତରୀୟ ଅମଲାଙ୍କ ପଦୋନ୍ନତି ବିନା କାରଣରେ ସ୍ଥଗିତ ରଖାଯାଇଛି l ଏହା ଦ୍ବାରା ଅନେକ ଜିଲ୍ଲା ସ୍ତରୀୟ ଅମଲା ବିନା ପଦୋନ୍ନତିରେ ବାଧ୍ୟ ହୋଇ ଅବସର ଗ୍ରହଣ କରି ଆର୍ଥିକ କ୍ଷତି ସହୁଛନ୍ତି l ରାଜ୍ୟ ସଂଘ ର ସଭାପତିଙ୍କ ଠାରୁ ପ୍ରକାଶ ଯେ, ରାଜସ୍ଵ ବିଭାଗ ଦ୍ଵାରା ରାଜସ୍ୱ ଅମଲା ମାନଙ୍କ ପଦବୀ ପୁନର୍ଗଠନ ପାଇଁ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ଗଠନ କରାଯାଇଥିବା କମିଟି ସୁଚାରୁରୂପେ ତାର କାର୍ଯ୍ୟ ସମ୍ପାଦନ କରିପାରୁନାହିଁ ଏବଂ ସେଥିପାଇଁ ରାଜସ୍ୱ ଅମଲା ମାନଙ୍କ ପଦବୀ ପୁନର୍ଗଠନ ପକ୍ରିୟା ବିଳମ୍ବ ହେଉଛି l ସେ କହିଥିଲେ ଯେ, ଯଦି ସଙ୍ଘ ର ନେତୃବୃନ୍ଦଙ୍କ ସହିତ ଆଲୋଚନା କରି ସେମାନଙ୍କୁ ବିଶ୍ୱାସ କୁ ନେଇ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ନିଷ୍ପତ୍ତି ଗ୍ରହଣ କରନ୍ତା, ତେବେ ପଦବୀ ପୁନର୍ଗଠନ ର କୌଣସି ପ୍ରକାରର ଅସୁବିଧା ହୋଇନଥାନ୍ତା l ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ର ବିଜ୍ଞପ୍ତି ସଂଖ୍ୟା ୬୯୮, ତା-୦୬-୦୧-୨୦୨୪ ରିଖ, ପତ୍ର ସଂଖ୍ୟା ୭୦୮, ତା – ୦୬-୦୧-୨୦୨୪ ରିଖ ଏବଂ ସଂଖ୍ୟା ୮୮୯୮, ତା – ୧୫-୦୩-୨୦୨୪ ରିଖ ଅନୁଯାଇ ରାଜସ୍ଵ ଅମଲା ମାନେ କାର୍ଯ୍ୟରତ ନିର୍ଦ୍ଧିଷ୍ଟ ବିଭାଗ କୁ ନେଇ ରାଜସ୍ଵ ଅମଲା ମାନଙ୍କ ପଦବୀ ପୁନର୍ଗଠନ କରିବା କଥା, ଏହା ହୋଇଥିଲେ ଜିଲ୍ଲା ସ୍ତରୀୟ ରାଜସ୍ଵ ଅମଲା ମାନଙ୍କ ପଦବୀ ପୁନର୍ଗଠନ କାର୍ଯ୍ୟ ବହୁ ଦିନ ପୂର୍ବରୁ ଶେଷ ହୋଇସାରିଥାନ୍ତା | କିନ୍ତୁ ରାଜସ୍ଵ ବିଭାଗ ଦ୍ବାରା ପଦବୀ ପୁନର୍ଗଠନ ପାଇଁ ଗଠନ କରାଯାଇଥିବା କମିଟି ଏହାକୁ ଅଣଦେଖା କରି ରାଜସ୍ଵ ଅମଲାମାନେ କାର୍ଯ୍ୟରତ ଅନ୍ୟାନ୍ୟ ବିଭାଗକୁ ପତ୍ର ଲେଖି ସେମାନେ ନିଜସ୍ଵ ପଦବୀ ପୁନର୍ଗଠନ କରିବେ କି ନାହି ବୋଲି ମତାମତ ଲୋଡିଛନ୍ତି | ଏହାଦ୍ବାରା ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଉପୋରକ୍ତ ବିଜ୍ଞପ୍ତି ଗୁଡିକୁ ଅଣଦେଖା କରାଯାଉଥିବା ଭଳି ମନେ ହୁଏ | ଜିଲ୍ଲା ସ୍ତରରେ ଅମଲା ମାନଙ୍କର କାର୍ଯ୍ୟ ବୃଦ୍ଧି, ଜଣ ସଂଖ୍ୟା ବୃଦ୍ଧି ସହିତ ଜନସାଧାରଣ ଙ୍କ ଆବଶ୍ୟକତା ଏବଂ ବୃଦ୍ଧି ପାଉଥିବା ରାଜସ୍ୱ ମାମଲା ଗୁଡିକୁ ଦୃଷ୍ଟି ରେ ରଖି ରାଜ୍ୟ ର ୩୦ ଗୋଟି ଜିଲ୍ଲାର ଜିଲ୍ଲାପାଳ ମାନେ ଦେଇଥିବା ପଦବୀ ପୁନର୍ଗଠନ ପ୍ରସ୍ତାବ କୁ ମଧ୍ୟ ସରକାର ଗ୍ରହଣ କରୁନାହାନ୍ତି, ଯଦ୍ଵାରା କି ଏହାର ପ୍ରଭାବ ସିଧା ଜଣ ସାଧାରଣଙ୍କ ଉପୟରେ ପଡୁଛି | ରାଜସ୍ୱ ବିଭାଗର ଉପରିସ୍ଥ ଅଧିକାରୀ ମାନଙ୍କୁ ସାକ୍ଷାତ କଲେ ମଧ୍ୟ ପଦବୀ ପୁନର୍ଗଠନ ଏବଂ ପଦୋନ୍ନତି ସ୍ଥଗିତ ହେବା ଉପରେ କୌଣସି ସନ୍ତୋଷଜନକ ଉତ୍ତର ମିଳୁନାହି | ସବୁକିଛି ଅନିଶ୍ଚିତତା ମଧ୍ୟ ଦେଇ ଗତି କରୁଥିବା ଭଳି ମାନେ ହେଉଛି | ରାଜ୍ୟ ସରକାର ଜିଲ ସ୍ତରୀୟ ଅମଲାଙ୍କ ମୁଖ୍ୟ ଦାବି ଦରମା ବୃଦ୍ଧି, ପଦବୀ ସୃଷ୍ଟି ଏବଂ ପୁନର୍ଗଠନ, ସ୍ବାସ୍ଥ୍ୟ ବୀମା ଲାଗୁ କରିବା, ଏବଂ ପୁରୁଣା ପେନସନ ଯୋଜନାକୁ ଗୁରୁତ୍ବ ର ସହ ଯଦି ଗ୍ରହଣ ନ କରନ୍ତି ତାହେଲେ ଜିଲ ସ୍ତରୀୟ ରାଜସ୍ୱ ଅମଲା ମାନଙ୍କ ସମୂହ ସ୍ବାର୍ଥ କୁ ଦୃଷ୍ଟି ରେ ରଖି ରାଜ୍ୟ ସଂଘ ଆଗାମୀ ଦିନ ରେ ଆନ୍ଦୋଳାତ୍ମକ ପନ୍ଥା ଗ୍ରହଣ କଲେ ଜିଲ୍ଲା ଶାଖା ଗଞ୍ଜାମ, ଏହାକୁ ପୂର୍ଣ ସହଯୋଗ କରିବ ବୋଲି ବୈଠକ ରେ ନିଷ୍ପତି ହୋଇଛି | ଏହି ପ୍ରରିପ୍ରେକ୍ଷୀ ରେ ରାଜ୍ୟ ସରକାରଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯିବା ପାଇଁ ଜିଲ୍ଲା ଶାଖା ଗଞ୍ଜାମ ରାଜ୍ୟ ସଂଘ କୁ ଅନୁରୋଧ କରିଥିଲେ | ଏହି ବୈଠକରେ ଗଞ୍ଜାମ ଜିଲ୍ଲାର ପ୍ରତ୍ୟେକ ତହସିଲ, ବ୍ଲକ, ଆଇ ସି ଡି ଏସ, ଉପ ଜିଲ୍ଲାପାଳ କାର୍ଯ୍ୟାଳୟ, ଜିଲ୍ଲା କାର୍ଯ୍ୟାଳୟ ର ଅମଲା ପ୍ରମୁଖ ଉପସ୍ଥିତ ଥିଲେ l

nis-ad
Leave A Reply

Your email address will not be published.