ପୂର୍ତ୍ତ ବିଭାଗର ଧର୍ମକୁ ଆଖିଠାର ନୀତି ରେ ଚାଲିଛି କାମ : ବାବୁ ନଥାଇ ନିମ୍ନମାନର ରାସ୍ତା ନିର୍ମାଣ କାର୍ଯ୍ୟ !

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ଗତ କିଛି ମାସ ହେଲା ସରକାରୀ ଟଙ୍କାର ଦୁରୁପଯୋଗ ହେଉଛି। ତାହାର ନଗ୍ନ ନମୁନା ବ୍ରାହ୍ମଣ ଛାଇ ଠାରୁ ଆସିକା ସୁଗାର ଫେକ୍ଟରୀ ପର୍ଯ୍ୟନ୍ତ ଚାଲିଥିବା ରାସ୍ତା ନିର୍ମାଣ ରେ ଦେଖିବାକୁ ମିଳିଛି। ଏହି ରାସ୍ତା ନିର୍ମାଣ ପୂର୍ତ୍ତ ବିଭାଗ ଅଧୀନରେ ରହିଛି। ରାତି ଅଧିଆ ପିଚୁ ଢ଼ଳେଇ ଚାଲିଛି। ଦିନରେ ପୁଚୁ ଉଠିଯାଉଥିବା ଅଭିଯୋଗ ହେଉଛି।ଅତି ତରବରିଆ ଭାବେ ନିର୍ମାଣ ଚାଲିବା ଫଳରେ ଅର୍ଦ୍ଧ ନିର୍ମିତ ରାସ୍ତା ନିର୍ମାଣ ସାଙ୍ଗକୁ ପିଚୁ ଢ଼ଳେଇ କେଉଁଠି ହେଉଛି ତ କେଉଁଠି ନାହିଁ।ବିଭାଗୟୀ ବାବୁ ମାନେ କାର୍ଯ୍ୟାଦେଶ ତଦାରଖ କରିବାକୁ ଆସୁନାହାନ୍ତି।

ଏହାର ସୁଯୋଗ ନେଇ ନେତା ଓ ଠିକାଦାର ମାଲେ ମାଲ ହେଉଛନ୍ତି। ମରାମତି ଆଳରେ ପୂର୍ତ୍ତ ବିଭାଗ ର ବାବୁ ମାନଙ୍କ ପାଇଁ ଗ୍ରୀଷ୍ମଋତୁ ଏବେ ପୁଷ ମାସ ପାଲଟିଛି। ବାବୁ ମାନେ ଶୀତତାପ ନିୟତ୍ରଣ କକ୍ଷରେ ରହିବା ପିସି ହିସାବ ଛୋଟ ବାବୁ ମାନଙ୍କ ଦ୍ୱାରା ଆଦାୟ କରି ଚୁପଚାପ ରହିବା ଯୋଗୁଁ ନିମ୍ନ ମାନର କାର୍ଯ୍ୟ ହେଉଥିବା ଚର୍ଚ୍ଚା ହେଉଛି। ପୂର୍ତ୍ତ ବିଭାଗ ର କନିଷ୍ଟ ଯନ୍ତ୍ରୀ ମାନଙ୍କୁ ନିମ୍ନ ମାନର କାର୍ଯ୍ୟ ସମ୍ପର୍କ ରେ ପଚାରିବାରୁ କିଛି ଯନ୍ତ୍ରୀ ସିଧା କହୁଛନ୍ତି, ଅଫିସକୁ ଆସ। ସ୍ଥାନୀୟ ନେତାଙ୍କ ଯୋଗୁଁ ବାବୁ ମାନଙ୍କ ମନାମାନୀ ଦିନକୁ ଦିନ ବଢ଼ିବାରେ ଲାଗିଛି। ଡବଲ ଇଞ୍ଜିନ ଆସିବା ପରେ ଦୁର୍ନୀତି ଗଲା ସରକାର ଠୁ ଡବଲ ବଢ଼ି ଯାଇଥିବା ଆଲୋଚନା ହେଉଛି।

nis-ad
Leave A Reply

Your email address will not be published.