ମହିଳା ସାମ୍ବାଦିକଙ୍କୁ ଶ୍ରୀକ୍ଷେତ୍ରରେ ମାଡ଼ ମାରିବା ଘଟଣା : ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର
ବ୍ରହ୍ମପୁର : ରବିବାର ଦିନ ପୁରୀ ସିଂହ ଦ୍ୱାର ସମ୍ମୁଖରେ ବଡ ଖବର ର ସାମ୍ବାଦିକା ଲୀନୁ ନାୟକ ଓ କ୍ୟାମେରା ମେନ୍ ଶିବ କିଶୋର ପଲାଇ ଙ୍କୁ ସେଠିକାର କିଛି ପଣ୍ଡା ମାନେ ଖବର ସଂଗ୍ରହ ସମୟରେ ଅତର୍କିତ ଭାବେ ମରଣାନ୍ତକ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ଉଭୟଙ୍କୁ ପୁରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏହି ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯିବା ସହିତ ସଂପୃକ୍ତ ସେବାୟତମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି । ଆଜି ବ୍ରହ୍ମପୁର ଠାରେ ମଧ୍ୟ ଏହାର ପ୍ରତିବାଦ ସ୍ୱର ଉଠିଥିଲା । କାର୍ଯ୍ୟରତ ସାମ୍ବାଦିକ ଓ ରାଜ୍ୟ ସାମ୍ବାଦିକ ସଂଘ ଗଞ୍ଜାମ ଜିଲ୍ଲା ଶାଖା, ବ୍ରହ୍ମପୁର ପ୍ରେସ କ୍ଲବ ପକ୍ଷରୁ ଏହାର ଦୃଢ଼ ପ୍ରତିବାଦ କରାଯାଇ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷଭ ପ୍ରଦର୍ଶନ କରାଯାଇଛି।
ବଡ ଖବରର ଗଞ୍ଜାମ ଜିଲ୍ଲା ପ୍ରତିନିଧି ଦିଗାମ୍ବର ମହାରଣାଙ୍କ ନେତୃତ୍ଵ ରେ ରାଜ୍ୟ ସାମ୍ବାଦିକ ସଂଘ ର ଜିଲ୍ଲା ସଭାପତି ବିଶ୍ଵନାଥ ମହାରଣା, ବ୍ରହ୍ମପୁର ପ୍ରେସ କ୍ଲବ ସମ୍ପାଦକ ପ୍ରହଲ୍ଲାଦ ସାହୁ, କୋଷାଧ୍ୟକ୍ଷ ଶିବ ପ୍ରସାଦ ପଣ୍ଡା , ରାଜ୍ୟ ସାମ୍ବାଦିକ ସଂଘ ର କୋଷାଧ୍ୟକ୍ଷ ନୀଳାଚଳ ସାହୁଙ୍କ ସମେତ ବହୁ କାର୍ଯ୍ୟରତ ସାମ୍ବାଦିକ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ।
ରାଜସ୍ବ କମିଶନର ଙ୍କ ଅନୁପସ୍ଥିତ କାରଣ ରୁ ଅନୁସଚିବ ସଚିବ ଶ୍ରୀମତୀ ପାର୍ବତୀ ମହାଳିକ ଙ୍କୁ ଏହି ଦାବିପତ୍ର ପ୍ରଦାନ କରାଯାଇଥିଲା । ଏହି ଅବସରରେ ଅସିତ୍ ପଣ୍ଡା, କାଳିପ୍ରସାଦ ରଥ,ବିଶ୍ଵନାଥ ପଟ୍ଟନାୟକ, ରାଜେନ୍ଦ୍ର ସାହୁ, ମନୋଜ କୁମାର ପାତ୍ର, ମୃତ୍ୟୁଞ୍ଜୟ ସାହୁ, ରୂପକ ମହାନ୍ତି, ସନ୍ନ୍ୟାସୀ ଗୌଡ, ସିମଞ୍ଚାଳ ସାହୁ, ରାଧାଶ୍ୟାମ ଆଚାର୍ଯ୍ୟ, ମନୋଜ କୁମାର ପଣ୍ଡା, ଅମର ଦାସ, ସନ୍ତୋଷ ପାଳ, ନାରାୟଣ ମହାଙ୍କୁଡ, ହିମାଂଶୁ ପାଢୀ,ଇଶ୍ଵର ସେଠି, ସୁନୀଲ ସାହୁ, ଅନନ୍ତ ଆପଟ, ନାଗେଶ ପାତ୍ର, ଅନିଲ କୁମାର ପାଢୀ, ଶରତ ଚନ୍ଦ୍ର ନନ୍ଦ, ଦୀପକ କୁମାର ପଣ୍ଡା, ରାଜା ରାଓ, ମନୋଜ କୁମାର ପାତ୍ର ଙ୍କ ସମେତବହୁ ସାମ୍ୱାଦିକ ଉପସ୍ଥିତ ଥିଲେ।
