ବିଜେଡ଼ି ଦଳକୁ ଦିଆଯାଇଥିବା ସ୍ଲୋ ପୋଏଜନ ଏବେ କାମ କରୁଛି…..!

add-all

ଦଳରେ କନ୍ଦଳ ମୁଖିଆ ହତବାକ…..!
ବ୍ରହ୍ମପୁର : ବିଜେଡ଼ି ଦଳର ଗୁମର ଏବେ ହାଟରେ ପଡ଼ି ଦାଣ୍ଡରେ ଗଡ଼ିଲାଣି। ଅମିତ ଶାହାଙ୍କ ଇସାରାରେ ନୃତ୍ୟ କରୁଥିବା ପାଣ୍ଡିଆନଙ୍କ ପାଇଁ ଆଜି ବିଜେଡ଼ି ର ଏହି ଅବସ୍ଥା ବୋଲି ଚର୍ଚ୍ଚା ହେଲାଣି। ଗତ ସାଧାରଣ ନିର୍ବାଚନ ସମୟରେ ଶାହାଙ୍କ ମିର୍ଦ୍ଧେଶ ପ୍ରକାରେ ନବୀନ ପଟ୍ଟନାୟକ ଙ୍କୁ ମେଡ଼ିସିନ ଦେଇ ଘରେ ବସାଇ ପାଣ୍ଡିଆନ ନିଜେ ହେଲିକେପ୍ଟର ରେ ବୁଲିବା ଶାହାଙ୍କ କୁଆଡ଼େ ନିର୍ଦ୍ଧେଶ ଥିଲା ବିଜେଡ଼ି କୁ ଶାସନ କ୍ଷମତାରୁ ହଟେଇବା ପାଇଁ। ନିର୍ବାଚନ ବେଳେ ନବୀନ ପଟ୍ଟନାୟକଙ୍କୁ ଘରୁ ନ ବାହାରିବା ଏବଂ ନିର୍ବାଚନ ପରାଜୟ ପରେ ନବୀନ ବାବୁ ଖୋଲାରେ ବୁଲିବା, କର୍ମୀ ଓ ନେତାଙ୍କୁ ଭେଟିବା ତାହା ଆଜି ପ୍ରମାଣିତ କରି ଦେଇଥିବା ରାଜନୈତିକ ମହଲ ରେ ଆଲୋଚନା ହେଉଛି। ଯାହାକି ପାଣ୍ଡିଆନ ବାବୁ ନବୀନଙ୍କୁ ପଙ୍ଗୁ କରି ଘରେ ବସେଇବାକୁ ଏକ ପ୍ରୟାସ। ଯେତେବେଳେ ଖୋଦ ବିଜେପି ଦଳର ଓଡିଶା ର ଦୁଇ ଜଣ ସାଂସଦ ଜୁଏଲ ଓରାମ ଓ ଅପରାଜିତା ଷଡ଼ଙ୍ଗୀ ୱାକଫ ବିଲ ସପକ୍ଷରେ ଭୋଟ ଦେଇନଥିଲେ ବିଜେଡ଼ି ସାଂସଦ ମାନେ ବିଲ ସପକ୍ଷରେ ଭୋଟ ଦେବାର ଉଦ୍ଦେଶ୍ୟ କଣ .?

୨୦୧୨ ମସିହାରୁ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର କୁ ଆସିବା ପରେ ବିଜେଡ଼ି ଭିତରେ ବାଲି ମାଫିଆ, ମଦ ମାଫିଆ, ଖଣି ମାଫିଆ ପ୍ରବେଶ କରିବା ସଙ୍ଗେ ସଙ୍ଗେ ଯେଉଁ ନେତା ମାନେ ନବୀନଙ୍କ ପ୍ରତି ସ୍ନେହ କରି ବିଜେଡ଼ି ପାଇଁ କାର୍ଯ୍ୟ କରୁଥିଲେ ସେମାନଙ୍କୁ ଦଳରେ କୋଣ ଠେସା କରି ବସାଇ କିଛି ଅପାରଗ ଦୁର୍ନୀତି ଗ୍ରସ୍ତ ଲୋକଙ୍କୁ ୨୦୧୯ ମସିହାରେ ଦଳୀୟ ଟିକେଟ ଦେଇ ଦଳୀୟ ଆନୁଗତ୍ୟ ଥିବା ଲୋକଙ୍କୁ ଟିକେଟ ଦେବାରୁ ବଞ୍ଚିତ କରିଥିଲେ। ତାର ଉଦେଶ୍ୟ ଥିଲା ୨୦୨୪ ନିର୍ବାଚନ ରେ ପାଣ୍ଡିଆନ ନବୀନ ବାବୁଙ୍କୁ ଘରେ ବସାଇ ନିଜେ ମୁଖ୍ୟମନ୍ତ୍ରୀ ହେବା ପାଇଁ। ଗଞ୍ଜାମ ଜିଲ୍ଲାରେ ବିଜେଡ଼ି ର ଶୋଚନୀୟ ପରାଜୟ ପାଇଁ ପାଣ୍ଡିଆନଙ୍କ ନିର୍ଦ୍ଧେଶ ରେ ଦଳୀୟ ଟିକେଟ ଦେବା ଏବଂ ଦଳୀୟ ବିଶୃଙ୍ଖଳାକୁ ପ୍ରଶମନ ନକରି ଦଳୀୟ ବିଶୃଙ୍ଖଳାକୁ ରାଜ୍ୟ ସଭା ସାଂସଦ ମଙ୍ଗରାଜଙ୍କ ଦ୍ୱାରା ଦଳୀୟ କର୍ମୀଙ୍କ ଅସନ୍ତୋଷ ରେ ଘିଅ ଢାଳିଥିବା ଚର୍ଚ୍ଚା ହୋଇଥିଲା। ପାଣ୍ଡିଆନ ନିଜ ସ୍ୱାର୍ଥ ପାଇଁ ସବୁବେଳେ ଅଣ ରାଜନୀତି ଲୋକ ମାଫିଆ ମାନଙ୍କୁ ଦଳରେ ପ୍ରାଧାନ୍ୟ ଦେଉଥିଲେ ବୋଲି ଅଭିଯୋଗ ହୋଇଆସୁଥିଲା। ଯାହା ଫଳରେ ଦୁଇ ଜଣ ରାଜ୍ୟସଭା ସାଂସଦ ଇସ୍ତଫା ଦେଇଥିଲେ। ପରେ ବିଜେପି ରେ ଯୋଗଦେଇଥିଲେ। ମାନସ ମଙ୍ଗରାଜ ଙ୍କ କଣ ଅବଦାନ ଥିଲା ବିଜେଡ଼ି ପାଇଁ ତାଙ୍କୁ ରାଜ୍ୟ ସଭା ସାଂସଦ କରାଗଲା.? ଖଲ୍ଲିକୋଟ ରାଣୀ ସାହେବା ସୁଜ୍ଞାନୀଙ୍କୁ ୨୦୧୯ ନିର୍ବାଚନ ରେ ଦଳୀୟ ପ୍ରାର୍ଥୀ ନକରିବା ଏବଂ ୨୦୨୪ ନିର୍ବାଚନ ରେ ରାଣୀ ସାହେବଙ୍କ କୋଠର ବିରୋଧି ମାନଙ୍କୁ ସାଂସଦ ଏବଂ ବିଧାୟକ ପ୍ରାର୍ଥୀ କରିବା ବିଜେଡ଼ି କୁ ପରାଜୟ କରିବାରେ ପାଣ୍ଡିଆନଙ୍କ ମୁଖ୍ୟ ଭୂମିକା ଥିଲା ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି।

ad-week
Leave A Reply

Your email address will not be published.