ପ୍ରାଣୀ ଚିକିତ୍ସା ନାଁରେ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ : ନୋଡାଲ ଅଫିସରଙ୍କ ଫୋନ ନମ୍ବର ସାର୍ଵଜନୀନ କରାଯାଉ

add-all

ବ୍ରହ୍ମପୁର : ଜିଲ୍ଲା ପ୍ରାଣୀ ଚିକିତ୍ସାଳୟରେ ନାନା ଅବ୍ୟବସ୍ଥାର ସମାଧାନ ଦାବୀ ନେଇ ଆଜି ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ବ୍ରହ୍ମପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଅନୁଷ୍ଠିତ ହେବା ସହ ସ୍ମାରକ ପତ୍ର ପ୍ରଦାନ କରାଯାଇଛି l ଚିକିତ୍ସାଧିକାରୀଙ୍କ ମନମୁଖୀ କାର୍ଯ୍ୟ, ଆମ୍ବୁଲାନ୍ସରେ ଉନ୍ନତ ସରଞ୍ଜାମ ନଥିବା,ଅଭିଜ୍ଞ ଡାକ୍ତର ନ ଥିବା,ସରକାରୀ ଯୋଗାଣ ଔଷଧ, ଇଞ୍ଜେକ୍ସନ, ସାଲାଇନ ଆଦି ନ ଯୋଗାଇ ବାହାରୁ କିଣିବାକୁ ବାଧ୍ୟ କରିବା, ପଶୁ ଚିକିତ୍ସା ସହାୟତା ଟୋଲ ଫ୍ରି ନମ୍ବର କାର୍ଯ୍ୟ ନ କରିବା, ଦୁର୍ଘଟଣାଗ୍ରସ୍ତ ଆହତ ପଶୁ ଙ୍କ ଚିକିତ୍ସା ପାଇଁ ରାତ୍ରି କାଳିନ ସେବା ନ ମିଳିବା,ଇଣ୍ଡୋର ବିଭାଗ ନ ଥିବା ଆଦି ନେଇ ଉପଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି l

ଏହି ଜ୍ୱଳନ୍ତ ସମସ୍ୟା ଗୁଡିକ ଯୋଗୁଁ ଅକାଳରେ ବହୁ ପ୍ରାଣୀଙ୍କ ମୃତ୍ୟୁ ହେଉଛି l ସରକାରୀ ଯୋଗାଣ ଔଷଧ, ଇଞ୍ଜେକ୍ସନ ଆଦିର ବାଟମାରଣା ପ୍ରବଳ ମାତ୍ରାରେ ହେଉଥିବାର ଅଭିଯୋଗ ହୋଇଛି l ସିଧା ସଳଖ ଭାବେ କିଛି ଅସାଧୁ ଅଧିକାରୀ ଓ ଔଷଧ ଦୋକାନୀ ମାନଙ୍କ ମଧ୍ୟରେ କମିଶନ କାରବାର ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମଞ୍ଚ ଦାବୀ କରିଛି l ହସ୍ପିଟାଲ ପରିସରରେ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ନିୟମିତ ପରିଷ୍କାର ପରିଚ୍ଛନ୍ନତା ଅବଲମ୍ବନ କରାଯିବା ଆବଶ୍ୟକ ରହିଛି l ଏଠାରେ ନିୟୋଜିତ ନୋଡାଲ ଅଫିସରଙ୍କ ଫୋନ ନମ୍ବର ସାର୍ଵଜନିନ କରିବାକୁ ଦାବୀ ହୋଇଛି l ଆଜିର ଏହି ବିକ୍ଷୋଭରେ ଆବାହକ ଆଇନଜୀବୀ ଅବନୀ ଗୟା, ସଭାପତି ଗଗନ ଚନ୍ଦ୍ର ମଲ୍ଲିକ, ସ୍ବେଛାସେବୀ ହୃଷିକେଶ ପାତ୍ର, ମନୋଜ କୁମାର ତରାଇ,ଜି. ଲାଛୟା ରେଡ୍ଡୀ, ଡି.ସଂଜୀବ ରେଡ୍ଡୀ,ନିହାର ପଣ୍ଡା, ବି. ରାମ ବାବୁ, ଆଦିତ୍ୟ ରଥ, ଅଶୋକ କୁମାର ଦଳାଇ,ଏସ.ଶାମ୍ବାଶିବା ରାଓ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l

ad-week
Leave A Reply

Your email address will not be published.