ଅବ୍ୟବସ୍ଥାରେ ଚାଲିଛି ନୟାଗଡ଼ ଜିଲ୍ଲାର କେନ୍ଦ୍ର ସମବାୟ ବ୍ୟାଙ୍କ୍ ଓ ସେବା ସମବାୟ ସମିତି

add-all

ନୟାଗଡ଼ : ନୟାଗଡ଼ ଜିଲ୍ଲାରେ ୧୫୭ ଟି ସେବା ସମବାୟ ସମିତି ରହିଥିବା ବେଳେ ରାଜ୍ୟ ଅଡିଟ ରିପୋର୍ଟ ଅନୁସାରେ ନୟାଗଡ଼ ଜିଲ୍ଲାର ୧୧ ଟି ସମବାୟ ସମିତି ଲାଭ ଦେଖାଉଥିବା ବେଳେ ଅବଶିଷ୍ଟ ୧୪୬ ସମବାୟ ସମିତି କ୍ଷତି ରେ ଚାଲିଛି ।ସୂଚନା ଅନୁଯାୟୀ ରାଜ୍ୟରେ ମୋଟ ୨୭୧୧ ଟି ସମବାୟ ସମିତି ଥିବା ବେଳେ ୪୦୪ ଲାଭ ରେ ଚାଲୁଥିବା ବେଳେ ଅବଶିଷ୍ଟ ୨୩୦୭ ସେବା ସମବାୟ ସମିତି କ୍ଷତି ରେ ଚାଲିଛି।ରାଜ୍ୟ ସରକାର ସମବାୟ ବ୍ୟାଙ୍କ୍ ଗ୍ରାମାଞ୍ଚଳରେ ସୁଦୃଢ ହୋଇଛି ବୋଲି ଡିଣ୍ଡିମ ପିଟୁଥିବା ବେଳେ ସମବାୟ ସମିତି ଗୁଡ଼ିକ ଆର୍ଥିକ ଦୁର୍ଦ୍ଦିନ ଓ ଦୁର୍ନୀତି ରେ ବୁଡ଼ି ରହିଛନ୍ତି ।
ନୟାଗଡ଼ ଜିଲ୍ଲାର ଅଧିକାଂଶ ସମିତିରେ ଜମାକାରୀଙ୍କ ଅବସ୍ଥା ଶୋଚନୀୟ ହୋଇପଡିଛି ।

ଓଡ଼ଗାଁ ବ୍ଲକ କୁରାଳ ମିନି ବ୍ୟାଙ୍କ ରେ ଶହଶହ ଜମାକାରୀ ଅର୍ଥ ଜମା କରିଥିଲେ । ମାତ୍ର ବ୍ୟାଙ୍କର ସମ୍ପାଦକ ଏହି ଅର୍ଥ ଜମା କରିବା ପରିବର୍ତ୍ତେ ଆତ୍ମସାତ କରିଦେଇଛନ୍ତି । ଫଳରେ ଜମାକାରୀ ମାନେ ଦୀର୍ଘ ୮ ବର୍ଷ ହେବ ଜମା ଅର୍ଥ ପାଇବା ପାଇଁ ନାନା ଅସୁବିଧା ଭୋଗୁଛନ୍ତି । ମାତ୍ର ଜମାକାରୀଙ୍କ କଥା କେହି ଶୁଣିବାକୁ ପ୍ରସ୍ତୁତ ନୁହନ୍ତି । ସ୍ଵଳ୍ପ ଜମାକାରୀ ( ୧୦ ହଜାର) ରୁ କମ ଜମାକାରୀ ଙ୍କ ଅର୍ଥକୁ ଫେରାଇ ଥିବାବେଳେ ୧୦ ହଜାର ରୁ ଉର୍ଦ୍ଧ୍ବ ଜମାକାରୀ ଙ୍କ ଟଙ୍କା ନ ପାଇ ଆଖିରୁ ଲୁହ ଗଡାଉଛନ୍ତି।
ଜିଲ୍ଲା କେନ୍ଦ୍ର ସମବାୟ ଏବଂ ପଞ୍ଚାୟତ ସ୍ତରରେ ଥିବା ସେବା ସମବାୟ ଗୁଡ଼ିକ ମହା ଦୁର୍ନୀତି ରେ ଫସିଛନ୍ତି । ବାସ୍ତବରେ କର୍ମଚାରୀ ମାନେ ନିଜର ପତିଆରା ଦେଖାଇ କମିଟି ର ସଦସ୍ୟ ମାନଙ୍କୁ ବାରମ୍ବାର ହଇରାଣ କରାଯାଉଛି ଯାହାଦ୍ଵାରା ଦୀର୍ଘଦିନ ଧରି କେନ୍ଦ୍ର ସମବାୟ ବ୍ୟାଙ୍କ୍ ଓ ସେବା ସମବାୟ ସମିତିର ଦୁର୍ନୀତିକୁ ପ୍ରୋତ୍ସାହିତ କରୁଛି । ଏହା ଉପରେ କୌଣସି ତଦନ୍ତ କରାଯାଉନାହିଁ କୁ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । ବର୍ତମାନ ନୟାଗଡ଼ କେନ୍ଦ୍ର ସମବାୟ ବ୍ୟାଙ୍କର ୨୦୨୪- ୨୦୨୫ ରବି ଋଣ ରେ ଆଖୁ ଚାଷ ନହୋଇ ଶହ ଶହ କୋଟି ଟଙ୍କା ଋଣ ଦିଆଯାଇଛି । ଚାଷ ଋଣ ପାଇଁ କ୍ରେଡିଟ ଲିମିଟ ୧ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଉଛି ।ବର୍ତ୍ତମାନ ଏପ୍ରିଲ ଠାରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଖରିଫ ଋଣ କାରବାର ହେବ । କିନ୍ତୁ ରବି ଋତୁରେ ଜିଲ୍ଲାର ବିଭିନ୍ନ ସେବା ସମବାୟ ସମିତି ରେ ଶହଶହ କୋଟି ଟଙ୍କାର ଋଣ ପାତର ଅନ୍ତର କରି ଅଂଶୀଦାର ସମିତି ମାନଙ୍କୁ ଦିଆଯାଉଛି । ବର୍ତମାନ ଚାଷୀ ମାନେ ଋଣ ଆବେଦନ କରିଥିଲେ ମଧ୍ୟ ଋଣ ପ୍ରଦାନ କରାଯାଉନାହିଁ । ତୃଣମୂଳ ସ୍ତରରେ ଚାଷୀମାନଙ୍କ ଉନ୍ନତି ପାଇଁ ଗଠିତ ଏହି ସେବା ସମବାୟ ସମିତି ଗୁଡ଼ିକ ଦୁର୍ନୀତି ଓ ମନମୁଖୀ ଭାବରେ ଚାଲିଛି।
ଏହାକୁ ନେଇ ରାଜ୍ୟ ସମବାୟ ବିଭାଗ, ଜିଲ୍ଲାପାଳ ଙ୍କୁ ଅଭିଯୋଗ କରାଯାଇଥିଲେ ମଧ୍ୟ ଏହାକୁ ଗୁରୁତ୍ଵ ଦିଆଯାଉନାହିଁ । ଯାହାଦ୍ଵାରା କେନ୍ଦ୍ର ସମବାୟ ବ୍ୟାଙ୍କ ଏବଂ ସେବା ସମବାୟ ସମିତି ଗୁଡ଼ିକ ଅଚଳ ଅବସ୍ଥା କୁ ଆସିଗଲାଣି।ନୟାଗଡ଼ କେନ୍ଦ୍ର ସମବାୟ ବ୍ୟାଙ୍କରେ ୯୮ ଲକ୍ଷ ଟଙ୍କା ଆଦାୟ ହୋଇଥିବା ବେଳେ କର୍ମଚାରୀ ମାନେ ୪ କୋଟି ଟଙ୍କା ଦରମା ଓ ବୋନସ ନେଇଛନ୍ତି । ମିଛ କାଗଜ ପତ୍ରରେ ଲାଭ ଦର୍ଶାଇ କର୍ମଚାରୀ ମାନେ ବାହାଦୂରୀ ନେବା ସହିତ ନିଜର ଫାଇଦା ହାସଲ କରୁଛନ୍ତି । ତେଣୁ ଏହାର ଭିଜିଲାନ୍ସ ତଦନ୍ତ ସହିତ ସ୍ବତନ୍ତ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ସମବାୟ ସମିତି ଗୁଡ଼ିକ ଗ୍ରାମାଞ୍ଚଳରେ ସୁଦୃଢ ହୋଇପାରିବ ।

ad-week
Leave A Reply

Your email address will not be published.