ରାସ୍ତା ନଥିବାରୁ ଯାଇ ପାରିଲାନି ଆମ୍ବୁଲାନ୍ସ, ଭାରରେ ବୁହା ହୋଇ ଆସିବା ବେଳେ ଚାଲିଗଲା ରୋଗୀଙ୍କ ଜୀବନ

add-all

ମାଲକାନଗିରି, ୮।୪ ରାସ୍ତା ନଥିବା ରୁ ଗାଁକୁ ଯାଇ ପାରିଲା ନାହିଁ ଆମ୍ବୁଲାନ୍ସ, ଭାରରେ ବୋହି ହସ୍ପିଟାଲକୁ ନେଉ ଥିବା ବେଳେ ଚାଲିଗଲା ଅସୁସ୍ଥ ଯୁବତୀର ଜୀବନ। କିଛି ଏପରି ଦୁଖଦ ଖବର ଆସିଛି ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ କାତ୍ରାକୁଣ୍ତ ଗ୍ରାମରୁ। ସୂଚନା ଅନୁଯାୟୀ ଏହି ଗ୍ରାମର ଜିଗୁଡୁ ଗୋଲରୀଙ୍କ ଝିଅ ସଞ୍ଜିତାଗୋଲରୀ ଗତ କିଛି ଦିନ ହେଲା ଜ୍ଵରରେ ଆକ୍ରାନ୍ତ ଥିଲେ। ତେବେ ଆଜି ହଟାତ ତାଙ୍କ ଅବସ୍ତା ଗୁରୁତ୍ତର ହୋଇଥିବା ବେଳେ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯିବା ପାଇଁ ପରିବାର ଲୋକେ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଗାଁକୁ ଭଲରାସ୍ତା ଟିଏ ନଥିବାରୁ ଆମ୍ବୁଲାନ୍ସ କାତ୍ରାକୁଣ୍ତକୁ ଯାଇପା ରୁନଥିବାରୁ ପାହାଡ ଓ ଶୋଚନୀୟ ରାସ୍ତାରେ ପରିବାର ଲୋକେ ଗ୍ରାମବାସୀ ସଞ୍ଜିତାକୁ ଭାର କରି ଗୋବିନ୍ଦପାଲି ସ୍ବାସ୍ଥ୍ୟକେନ୍ଦ୍ର ନେବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା। ପ୍ରାୟ ୬ କିଲୋମିଟର ପାଦରେ ଚାଲି ସଞ୍ଜିତାଙ୍କୁ ଭାର ବୋହି ଅଣାଯାଇଉଥିବା ବେଳେ ଠିକ ସମୟରେ ସଞ୍ଜିତା ସ୍ବାସ୍ଥ୍ୟକେନ୍ଦ୍ର ପହଞ୍ଚି ନଥିବାରୁ ତାଙ୍କ ଜୀବନ ଚାଲିଯାଇଥିବା ଅଭିଯୋଗ ହୋଇଛି। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଉନ୍ନତି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରା ଯାଉଥିଲେ ମଧ୍ୟ ଗାଁକୁ ଭଲ ରସ୍ତାଟିଏ ନଥିବାରୁ ଅକାଳରେ ଏପରି ଅନେକ ଜୀବନ ଚାଲି ଯାଉଥିବା ବେଳେ ସରକାର ଏଥିପ୍ରତି ଯତ୍ନବାନ ହେବାର ଆବଶ୍ୟକତା ରହିଥିବା ସାଧାରଣରେ ମତ ପ୍ରକାଶ ପାଇଛି।

ad-week
Leave A Reply

Your email address will not be published.