ବିବାହ ପ୍ରତିଶ୍ରୁତି ଦେଇ ଦୁର୍ଷ୍କମ ଘଟଣା, ଅଭିଯୁକ୍ତ ଗିରଫ

add-all

ହିଞ୍ଜିଳିକାଟୁ : ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିବା ପରେ ଯୁବତୀ ଜଣଙ୍କ ବିବାହ କରିବା ପାଇଁ ଜିଦ୍ କରିବାରୁ ଅଭିଯୁକ୍ତ ଜଣଙ୍କ ଫେରାର ହୋଇଯାଇଥିଲେ। ପୀଡିତା ଯୁବତୀ ଜଣଙ୍କ ଘଟଣା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ- ୫୮୩/୨୪ ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଥିଲା। ଘଟଣାର ୧୦ ମାସ ପରେ ପୁଲିସ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକ ଜଣଙ୍କ ହେଲେ ହିଞ୍ଜିଳି ଥାନା ବ୍ରାହ୍ମଣଛାଇ ଗ୍ରାମର ସୁଶାନ୍ତ ନାହାକ (୨୮) ।
ପୁଲିସ ସୂଚନା ପ୍ରକାରେ, ହିଞ୍ଜିଳି ଥାନା ବ୍ରାହ୍ମଣଛାଇ ଗ୍ରାମର ସୁଶାନ୍ତ ନିକଟସ୍ଥ ଗ୍ରାମର ଜଣେ ଯୁବତୀଙ୍କୁ ପ୍ରେମ୍ ଜାଲରେ ଫସାଇଥିଲେ। ପରେ ବିବାହର ପ୍ରଲୋଭନ ଦେଖାଇ ୨ ବର୍ଷ ଧରି ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖି ଆସୁଥିଲେ। ଯୁବତୀ ଜଣଙ୍କ ସଂପୃକ୍ତ ଯୁବକଙ୍କୁ ବିବାହ କରିବା ପାଇଁ ଜିଦ୍ ଧରିବାରୁ ଯୁବକ ଜଣଙ୍କ ବେଙ୍ଗାଳୁର ଫେରାର ହୋଇଯାଇଥିଲେ। ଗତ ୪ ଦିନ ପୂର୍ବେ ଯୁବକ ଜଣଙ୍କ ଗ୍ରାମକୁ ଫେରିଥିବା ଖବର ପାଇ ହିଞ୍ଜିଳି ପୁଲିସ ମଙ୍ଗଳବାର ଭୋରରେ ବ୍ରାହ୍ମଣଛାଇ ଗ୍ରାମରେ ଚଢ଼ାଉ କରି ଅଭିଯୁକ୍ତ ସୁଶାନ୍ତଙ୍କୁ ଗିରଫ କରି ଶେରଗଡ଼ କୋର୍ଟକୁ ଚାଲାଣ କରାଯାଇଥିବା ଥାନା ଏସଆଇ ତଥା ତଦନ୍ତକାରୀ ଅଧିକାରୀ ସୁନିଳ କଣ୍ଡାଗୋରିଙ୍କ ସୂତ୍ରରୁ ପ୍ରକାଶ।

ad-week
Leave A Reply

Your email address will not be published.