ବୃଦ୍ଧଙ୍କୁ ଟାଙ୍ଗିଆଁ ରେ ହାଣି ହତ୍ୟା, କାରଣ ଅସ୍ପଷ୍ଟ…

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ରାଏବଗା ଥାନା ଅଧୀନରେ ଥିବା ସଳଙ୍ଗାବାହାଲ ପଞ୍ଚାୟତ ଅନ୍ତର୍ଗତ ସାହାଜବାହାଲ ବେସାଲବାଡ଼ି ଗ୍ରାମରେ ଘଟିଯାଇଛି ଏକ ମର୍ମନ୍ତଦ ଘଟଣା । ଚଳିତ ମାସ ୦୯ ତାରିଖ ସକାଳ ପ୍ରାୟ ୧୧ଟା ସମୟରେ ବାବଇମୋହନ ଅଞ୍ଚଳର ଶିର୍ବାନୁଷ ଡୁଙ୍ଗଡୁଙ୍ଗ ୫୫ ବର୍ଷ ବେସାଲବାଡି ଗ୍ରାମକୁ ପରିବା ନେବାପାଇଁ ଶୁଖୁ ସୋରନିଆଙ୍କ ଘରକୁ ଯାଇଥିଲା ସେଠାରୁ ପରିବା ନେଇଁ ଶିର୍ବାନୁଷ ଡୁଙ୍ଗଡୁଙ୍ଗ ନିଜ ଘରକୁ ଫେରୁଥିବା ବେଳେ ଶୁଖୁ ସୋରନିଆଙ୍କ ପୁଅ ସୁଳେନ୍ଦ୍ର ସୋରନିଆ ପଛପଟୁ ଗୋଟିଏ ଟାଙ୍ଗିଆ ଯୋଗେ ଶିର୍ବାନୁଷର ମୁଣ୍ଡରେ ଆଘାତ କରିଥିଲା ଯାହା ଫଳରେ ଶିର୍ବାନୁଷର ମୁଣ୍ଡ ଫାଟି ରକ୍ତାକ୍ତ ହୋଇ ଜୁଡୁବୁଡୁ ଅବସ୍ଥାରେ ଶୁଖୁଙ୍କ ଘର ସାମ୍ନାରେ ମରି ପଡ଼ିଛି । ଏହି ଖବର ଶୁଣି ସଙ୍ଗେ ସଙ୍ଗେ ଶିର୍ବାନୁଷଙ୍କ ପୁଅ ଯେଭିଆର ଡୁଙ୍ଗଡୁଙ୍ଗ ଘଟଣା ସ୍ଥଳରେ ପହୁଁଚି ଦେଖିଲା ଯେ ତାର ବାପାର ମୃତ୍ୟୁ ଘଟିଯାଇଛି । ଏହା ଜାଣି ଯେଭିଆର ରାଏବଗା ପୋଲିସ କୁ ଗୋଟିଏ ଲିଖିତ ଦରଖାସ୍ତ ଦେଇଥିଲେ । ଏନେଇ ବିରମିତ୍ରପୁର ଉପଖଣ୍ଡ ଅଧିକାରୀ ସୁଶାନ୍ତ କୁମାର ଦାସ, ରାଏବଗା ଏସଇ ପ୍ରହ୍ଲାଦ କୁମାର ପ୍ରଧାନ ଏଏସଆଇ ସୁରେସ ଚନ୍ଦ୍ର ସାମଲ ଘଟଣା ସ୍ଥଳରେ ପହଞ୍ଚି ଥିବା ବେଳେ ରାଉରକେଲା ଶାଣ୍ଟିଫିକ ଡାକ୍ତର ଲିପୁନ କୁମାର ନାଏକ ଓ ତାଙ୍କର ସହକର୍ମୀ ଙ୍କ ସହିତ ପହଞ୍ଚି ଥିଲେ । ରାଏବଗା ପୋଲିସ ସବ ଜବତ କରି ଶବକୁ ବେଵାଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ପୋଲିସ ପକ୍ଷରୁ ପ୍ରକାଶ । ହତ୍ୟା କରିଥିବା ସୁଳେନ୍ଦ୍ର କୁ ରାଏବଗା ପୋଲିସ ଥାନାରେ ଅଟକ ରଖି ପଚରା ଉଚରା କରୁଛି ! ହତ୍ୟା ରେ ବ୍ୟବହାର କରିଥିବା ଟାଙ୍ଗିଆକୁ ମଧ୍ୟ ଜବତ କରିଛି ପୋଲିସ । ଏହା ନେଇଁ ରାଏବଗା ପିଏସ କେସ ନମ୍ବର ୭୧/୨୦୨୫ ଏକ ମାମଲା ରୁଜୁ କରିଛି ! ଏହାକୁ ନେଇଁ ଆଜି ସଳଙ୍ଗାବାହାଲ ପଞ୍ଚାୟତ ଅନ୍ତର୍ଗତ ବାବଇମୋହନ ଗ୍ରାମରେ ଏକ ଶୋକର ଛାୟା ଖେଳିଯାଇଛି ।

nis-ad
Leave A Reply

Your email address will not be published.