ଜେସିବି ଦ୍ୱାରା ହେଉଛି ଏନ. ଆର.ଜି.ଏ କାର୍ଯ୍ୟ…

add-all

ପି ସି ଖାଇ ପ୍ରଶାସନ ନୀରବ ଦ୍ରଷ୍ଟା…

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ପାଦ ପାଦରେ ଦୁର୍ନୀତି ଦେଖିବାକୁ ମିଳୁଛି। ତାହାର ନଗ୍ନ ନମୁନା ଆଜି ଖଣ୍ଡଦେଉଳୀ ପଞ୍ଚାୟତ ଅନ୍ତର୍ଗତ ଗୌଡ଼ଗୋଠ ଗାଁ ଠାରେ ମଶାଣିବନ୍ଧ ନାମରେ କୁଆଡ଼େ ଜେସିବି ଦ୍ୱାରା ଏନ. ଆର.ଜି.ଏ କାର୍ଯ୍ୟରେ ଖନନ କରି ବନ୍ଧ ପାଇଁ ମାଟି କଢ଼ା ଯାଉଥିବା ଅଭିଯୋଗ ଆସିଛି। ଏନେଇ ଆସିକା ବିଡ଼ିଓ ଙ୍କୁ ଏହି ବନ୍ଧ ପାଇଁ ଜେସିବି ଦ୍ୱାରା ଖନନ ସମ୍ପର୍କ ରେ ଫୋନ ଦ୍ୱାରା ଯୋଗା ଯୋଗ ପାଇଁ ଫୋନ କରିଲେ ମେଡ଼ମ ଫୋନ ରିସିଭ କରିନଥିଲେ।ଆସିକା ଅଞ୍ଚଳ ରେ ଚଳିତ ବର୍ଷ ଶ୍ରମିକ ମାନଙ୍କୁ ଶ୍ରମ ନମିଳିବା ଯୋଗୁଁ ଶହ ଶହ ଶ୍ରମିକ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଚାଲିଯାଇଛନ୍ତି। ଏହି ବନ୍ଧ ଖନନ କରିବା ନାମରେ ଫଲ୍ଲସ ବିଲ କରି ଅର୍ଥ ହଡ଼ପ କରିବାକୁ ପ୍ରୟାସ ହେଉଥିବା ଅଭିଯୋଗ ହେଉଛି।

ad-week
Leave A Reply

Your email address will not be published.