ଅଷ୍ଟଦଣ୍ଡ ମହାମିଳନ ଯାତ୍ରାରେ ରାଇକିଆ ସହର ଚଳଚଞ୍ଚଳ

ରାଇକିଆ : କନ୍ଧମାଳ ଜିଲ୍ଲା ରାଇକିଆ ପଞ୍ଚୁଦଣ୍ଡ କମିଟି ଆନୁକୁଲ୍ୟରେ ମହା ଅଷ୍ଟ ଦଣ୍ଡ ମିଳନ ଯାତ୍ରା ଶାନ୍ତିଶୃଙ୍ଖଳାର ସହ ପାଳନ ହୋଇଯାଇଅଛି । ୮ ଗୋଟି ଦଣ୍ଡ ଦଳ ରାଇକିଆ, ମାଲେରିମାହା, ବୁର୍ବିନାଜୁ, ବାଗାରାମା, କରଣ୍ଡାଗଡ, ତେଜାମାହା, ସିର୍କାକୁଟି, ଗ୍ରୀନବାଡି ଦଣ୍ଡଦଳର ମହାହମିଳନ ଦେଖିବାକୁ ୨୦୦୦ରୁ ଉର୍ଦ୍ଧ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ ଜମିଥିଲା । ଦଣ୍ଡଦଳ ମାନେ ସକାଳୁ ରାଇକିଆ ଠାରେ ପହଞ୍ଚିବା ପରେ ପରିଚାଳନା କମିଟି ସଭାପତି ସନ୍ତୋଷ କୁମାର ଲେଙ୍କା କମିଟିର ସମସ୍ତ କାର୍ଯ୍ୟକର୍ତ୍ତା ଏବଂ ସଦସ୍ୟଙ୍କ ସହ ଉପଦେଷ୍ଟା ମଣ୍ଡଳୀ ତଥା ରାଇକିଆ ତହସିଲଦାର ବରିୟାଲ ମୁର୍ମୁ, ରାଇକିଆ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିବ୍ୟସିଂହ କହଁର, ରାଇକିଆ ଥାନା ଏସଆଇ ଆଶୁତୋଷ ପାଇକରାୟ, ରାଇକିଆ ସରପଞ୍ଚ ଗୀତାଞ୍ଜଳି ନାୟକ, ଜିଲା ପରିଷଦ ସଭ୍ୟ ସତ୍ୟବାନ ପାତ୍ର, ଶ୍ରୀଧର ପାତ୍ର, ବିକ୍ରମ ପାଳ, ସୁଶୀଲ ତ୍ରିପାଠୀ, ଦୁର୍ଯୋଧନ ଲେଙ୍କାଙ୍କ ଉପସ୍ଥିତିରେ ଦଣ୍ଡ ଦଳ ଗୁଡିକର ଲଟେରୀ ମାଧ୍ୟମରେ ନୃତ୍ୟ ପରିବେଷଣ ପାଇଁ ସ୍ଥାନ ନିରୂପଣ କରାଯାଇଥିଲା । ପରେ ଦଣ୍ଡ ବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଦଣ୍ଡବରଣ କରଯାଇଥିଲା । ରାଇକିଆ ଦଣ୍ଡ ଦଳ କେଶବ ଜୁଏଲର୍ସ, ମାଲେରିମାହା ଦଣ୍ଡ ଦଳ ପ୍ରମୋଦ ପତି, ବୁର୍ବିନାଜୁ ଦଣ୍ଡ ଦଳ କଲେଜ ଛକ, ବାଗାରାମା ଦଣ୍ଡ ଦଳ ବ୍ଲକ ଛକ, କରଣ୍ଡାଗଡ ଦଣ୍ଡ ଦଳ ବାଡେନାଜୁ, ତେଜାମାହା ଦଣ୍ଡ ଦଳ ଶିବମନ୍ଦିର, ସିର୍କାକୁଟି ଦଣ୍ଡ ଦଳ ଦୁର୍ଗାମଣ୍ଡପ, ଗ୍ରୀନବାଡି ଦଣ୍ଡ ଦଳ ବେରେଡାକିଆ ଠାରେ ଦଣ୍ଡ ନୃତ୍ୟ ପରିବେଷଣ କରିଥିଲେ । ମଧ୍ୟାହ୍ନରେ ପ୍ରଚଣ୍ଡ ଖରା ପରେ ବର୍ଷା ସ୍ଵତେ ଧୁଳି ଦଣ୍ଡ ଦେଖିବାକୁ ପ୍ରବଳ ଭିଡ ଜମିଥିଲା । ଅପରାହ୍ନରେ ରାଇକିଆ ଗର୍ଜନୀ ନଦୀ ଠାରେ ପାଣି ଦଣ୍ଡ ସମ୍ପନ କରିସାରିବା ପରେ ସନ୍ଧ୍ୟା ସମୟରେ ରାଇକିଆ ଦୁର୍ଗାମଣ୍ଡପ ଠାରେ ଆଠ ଗୋଟି ଦଣ୍ଡର ପ୍ରଭା, ଦଣ୍ଡ, ଅଗ୍ନି, ଗୌରିବେତ, ପାଟଭୁକ୍ତା ମାନଙ୍କ ମହାମିଳନ ପର୍ବ ଅନୁଷ୍ଠିତ ହୋଇଥିଲା ଦଣ୍ଡ ବାଦ୍ୟ, ଢୋଲ, ଗିନି ଘଣ୍ଟ ଓ ହୁଳହୁଳି ଧ୍ୱନୀରେ ରାଇକିଆ ସହର ପ୍ରକମ୍ପିତ ହୋଇପଡିଥିଲା । ମହାମିଳନ ପରେ ଦଣ୍ଡଦଳ ମାନେ ନଗର ପରିକ୍ରମା କରିଥିଲେ । ମଧ୍ୟରାତ୍ରିରେ ପାରମ୍ପରିକ ଦଣ୍ଡ ଚରିତ୍ର ପରିବେଷଣ କରଯାଇଥିଲା । ରାଇକିଆ ଗ୍ରାମବାସୀଙ୍କ ସକ୍ରିୟ ସହଯୋଗ ସହିତ କମିଟି ସଭାପତି ସନ୍ତୋଷ କୁମାର ଲେଙ୍କା, ସମ୍ପାଦକ ମନମୋହନ ପଟ୍ଟନାୟକଙ୍କ ସମେତ କମିଟିର ସମସ୍ତ ସଦସ୍ୟ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । କମିଟି ତରଫରୁ ଭଗବାନ ପାତ୍ର, ପିଣ୍ଟୁ ପାତ୍ର ଘୋଷକ ଭାବେ ମିଳନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ରାଇକିଆ ବଣିକ ସଂଘ ଏବଂ ବିଜୟ ବଜାର ଗଣେଶ ପୂଜା କମିଟି ତରଫରୁ ଦିନ ତମାମ ପଣା ବଣ୍ଟନ କରାଯାଇଥିଲା । ସୁରକ୍ଷା ଦୃଷ୍ଟିରୁ ରାଇକିଆ ଥାନା ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରଯାଇଥିଲା ।

nis-ad
Leave A Reply

Your email address will not be published.