ଆସିକାରେ ଟ୍ରାଫିକ ସମସ୍ୟା ବେକାବୁ : ବେଆଇନ ଯାନବାହାନ ପାର୍କିଙ୍ଗ ଯୋଗୁଁ ବଢୁଛି ଟ୍ରାଫିକ ସମସ୍ୟା…..!

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ଦୀର୍ଘ ଘଣ୍ଟା ଯାନବାହାନ ରାସ୍ତା ଉପରେ ରହୁଥିବା ଯୋଗୁଁ ଟ୍ରାଫିକ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ମୁଖ୍ୟ ରାସ୍ତା ସମେତ ବିଭିନ୍ନ ଗଳି କନ୍ଦି ରେ ଚାରି ଚକିଆ ଯାନ ସମେତ ବାଲି ଇଟା ବୋଝେଇ ଟ୍ରାକ୍ଟର ରହିବା ଫଳରେ ଦୁଇ ଚକିଆ ଯାନବାହାନ ଯିବାକୁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡୁଛି। ଅଧିକାଂଶ କରି ବିଭିନ୍ନ ବ୍ୟବସାୟୀ ପ୍ରତିଷ୍ଠାନ କୁ ଚାରି ଚକିଆ ଛ ଚକିଆ ଯାନରେ ସାମଗ୍ରୀ ଆସିବା ସହ ଓହ୍ଲାଇବା ପାଇଁ ଦୀର୍ଘ ଘଣ୍ଟା ରାସ୍ତାରେ ରହିବା ଫଳରେ ଟ୍ରାଫିକ ସମସ୍ୟା ଦେଖାଦେଉଛି। ଅଧିକାଂଶ କରି କୋର୍ଟ,ଏନଏସି କାର୍ଯ୍ୟାଳୟ,ବ୍ୟାଙ୍କ, ସଵ ରେଜିଷ୍ଟ୍ରସନ ଅଫିସ, ମୁଖ୍ୟ ଡାକଘର କୁ ବିଭିନ୍ନ କାର୍ଯ୍ୟରେ ଆସୁଥିବା ଲୋକଙ୍କ ବିଭିନ୍ନ ଯାନବାହାନ ରହୁଛି। କିଛି ବ୍ୟକ୍ତି ବିଶେଷ ଙ୍କ ଚାରି ଚକିଆ ଯାନବାହାନ ଦିନ ରାତି ପାର୍କିଙ୍ଗ ହୋଇ ରହୁଛି। ସ୍କୁଲ, କଲେଜ କୁ ଆସୁଥିବା ଛାତ୍ର ଛାତ୍ରୀ ମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ଟ୍ରାଫିକ ପାଇଁ ହନ୍ତସନ୍ତ ହେଉଛନ୍ତି। ଆସିକା ରେ ନେତା ମାଳ ମାଳ କାର୍ଯ୍ୟ ଦୁର୍ବଳ ରାଜନୀତି ବେଶୀ ବୋଲି ଲୋକଙ୍କ ମଧ୍ୟରେ ଆଲୋଚନା ହେଉଛି। ଜବର ଦଖଲ ଉଚ୍ଛେଦ ପାଇଁ କେବଳ ଡାକବାଜୀ ଯନ୍ତ୍ରରେ ମଧୁର ସ୍ୱରରେ ପ୍ରଚାର କରୁ ଥିବାର ନଜିର ରହିଛି। ରାଜନୈତିକ ନେତାଙ୍କ ସ୍ୱାର୍ଥ ଯୋଗୁଁ ସାଧାରଣ ଜନତା ପ୍ରତିଦିନ ଟ୍ରାଫିକ ସମସ୍ୟା ର ସମ୍ମୁଖୀନ ହେଉଥିବା ଚର୍ଚ୍ଚା ହେଉଛି।

nis-ad
Leave A Reply

Your email address will not be published.