କଫ ସିରଫ୍ ଓ ୩୦ କେଜି ଗଞ୍ଜେଇ ସହ ୩ ଗିରଫ

add-all

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଜୋଙ୍କା ଥାନା ପୋଲିସକୁ ସଫଳତା । ୩୦ କେଜି ଗଞ୍ଜେଇ, କଫ ସିରଫ ବିଭିନ୍ନ ପ୍ରକାର ନିଶା ବଟିକା ଜବତ କରିଛି । ଏହି ଘଟଣାରେ ଦୁଇ ଜଣ ମହିଳାଙ୍କ ସହ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି । ଏନେଇ ଏକ ସାମ୍ବାଦିକ ସମ୍ମଳନୀ ଜରିଆରେ ସୂଚନା ଦେଇଛନ୍ତି ନୂଆପଡ଼ା ଏସପି ରାଘେବିନ୍ଦ୍ର ଗୁଣ୍ଡାଳା ରେଡ୍ଡୀ ।

ସୂଚନା ଅନୁସାରେ, ବିଶେଷ ସୂତ୍ରରୁ ଖବର ପାଇ ଜୋଙ୍କା ଥାନା ଆଇଆଇସି ପ୍ରଦୀପ ଧରୂଆଙ୍କ ନେତୃତ୍ଵରେ ଏକ ଟିମ୍ ଖରୀଆର ରୋଡ ସ୍ଥିତ ୱାର୍ଡ ନମ୍ବର ୧୩ ଧୋବି ପଡ଼ାରେ ଚଢାଉ କରିଥିଲେ । ଚଢ଼ାଉ ସମୟରେ ୯ଟି ପ୍ୟାକେଟ୍ ରେ ୩୦ କେଜି ଗଞ୍ଜେଇ, ୮୫ ହଜାର ନଗଦ ଟଙ୍କା, ଗୋଟିଏ ଧଳା ରଙ୍ଗ କାର, ୭୩ ଗୋଟି ଅଧା ପୋଡିଯାଇଥିବା କଫ ସିରଫ, ବହୁ ପରିମାଣରେ ନିଶା ବଟିକା, ଇଞ୍ଜେକସନ ସିରିଞ୍ଜ, ଆଇ ଫୋନ ଇତ୍ୟାଦି ଜବତ୍ କରିଥିଲେ ।

ଏହି ମାମଲାରେ ଦୁଇ ମହିଳା ଗୁଞ୍ଜା ଅଗ୍ରୱାଲା, ପାୟଲ ଅଗ୍ରୱାଲା ଓ ସଚିନ ଅଗ୍ରୱାଲ ନାମକ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନୂଆପଡ଼ା ଏସପି ଏକ ସାମ୍ବାଦିକ ସମ୍ମିଳନୀ ଜରିଆ ସୂଚନା ଦେଇ ଅଧିକ ତଦନ୍ତ ଚାଲିଥିବା କହିଛନ୍ତି ।

ad-week
Leave A Reply

Your email address will not be published.