ସରକାରୀ ନିୟମ କୁ ଫୁ :ମଦ ନିଗମକୁ ପରିବହନ ପାଇଁ ଲାଗିଛି ଦଶ ବର୍ଷର ପୁରୁଣା ଗାଡି..! ଏହା ରାଜନୈତିକ ଚାପ ନା ଆଉକିଛି…?

ଜିଲ୍ଲା ପରିବହନ ବିଭାଗ କାହା ଚାପ ରେ ଚୁପ ନହୋଇଛି ଫିକ୍ସଙ୍ଗ..!!


ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ସମବାୟ ଚିନି ଶିଳ୍ପରେ ପ୍ରସ୍ତୁତ ହେଉଥିବା ମଦ (ଆସିକା ଫୋର୍ଟି) କୁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଏଠାରୁ ପରିବହନ କରାଯାଏ। ସରକାର ଗାଇଡ଼ ଲାଇନ ଅନୁଯାଇ ଦଶ ବର୍ଷ ରୁ ଉର୍ଦ୍ଧ ହୋଇଥିବା ଗାଡ଼ିକୁ ପାରିବହନ ରେ ବ୍ୟବହାର ପାଇଁ ଅନୁମତି ନାହିଁ।ଆସିକା ସମବାୟ ଚିନି ଶିଳ୍ପରେ ଚଳିତ ବର୍ଷ ମଦ ନିଗମକୁ ପରିବହନ ପାଇଁ ଟ୍ରକ ଯୋଗାଇବା ପାଇଁ ବିଭିନ୍ନ ପ୍ରକାର ଅନିୟମିତତା ହେଉଥିବା ଚର୍ଚ୍ଚା ଏବେ ଜୋର ଧରିଛି। ଆସିକା ଅଞ୍ଚଳର ଦଶ ବର୍ଷରୁ ଉର୍ଦ୍ଧ ହୋଇଥିବା କିଛି ଟ୍ରକକୁ ପରିବହନ କାର୍ଯ୍ୟରେ ବେଆଇନ ଭାବେ ନିୟୋଜିତ ପାଇଁ ରାଜ ନୈତିକ ଚାପ ସହ ଏକ ବଡ଼ ଡ଼ିଲ ହୋଇଥିବା ଆଲୋଚନା ହେଉଛି। ପୁରୁଣା ଧଦରା ଗାଡ଼ି ପରିବହନ ପାଇଁ ବ୍ୟବହାର କରି ପୂର୍ବରୁ ଦୁର୍ଘଟଣା ଓ ବ୍ରେକ ଡାଉନ ହେବାର ନଜିର ରହିଛି। ଦୁର୍ଘଟଣା ହେଉକି ଅନ୍ୟ ଯାହାବି ଅସୁବିଧା ହେଲେ ତାହାର ସମ୍ପୂର୍ଣ୍ଣ କ୍ଷତି ଚିନି ଶିଳ୍ପ ବହନ କରୁଥିବା ଆଲୋଚନା ହେଉଛି।ଆସିକା ଏକ ସମବାୟ ନଗରୀ ରୂପେ ପୂର୍ବରୁ ପରିଚୟ ଥିଲା। ଏକ ମାତ୍ର ଆସିକା ଚିନି ଶିଳ୍ପ ଏବେ ସାରା ରାଜ୍ୟରେ ସ୍ୱଳ୍ପ ଲାଭ ବାନ ଶିଳ୍ପ ରୂପେ “କଭି ଖୁସି କଭି ଗାମ” ଭଳି ଚାଲିଛି। ଏହି ୠଗୁଣ ଶିଳ୍ପ ଉପରେ ଏବେ ରାଜନେତା ମାନଙ୍କ ଲୋଲୁପ ଦୃଷ୍ଟି ପଡିଛି। ମଦ ନିଗମ କୁ ପରିବହନ ପାଇଁ ଭଙ୍ଗା ଦଦରା ଟ୍ରକ ଲଗାଇ ଅର୍ଥ ଆଦାୟ ପାଇଁ ହେଉଥିବା ହୀନ ଉଦ୍ୟମକୁ ଆସିକା ସମବାୟ ପ୍ରେମୀ ମାନେ ନା ପସନ୍ଦ କରିଥିବା ଚର୍ଚ୍ଚା ହେଉଛି।

nis-ad
Leave A Reply

Your email address will not be published.