ବିଶ୍ଵହିନ୍ଦୁ ପରିଷଦ, ବଜରଙ୍ଗ ଦଳ ପକ୍ଷରୁ ପଣା ବଣ୍ଟନ

add-all

ରାଇକିଆ : କନ୍ଧମାଳ ଜିଲା ରାଇକିଆ ବିଶ୍ଵ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ମହା ବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ମହା ଆଡମ୍ବରରେ ପାଳନ କରାଯାଇଅଛି । ରାଇକିଆ ସଂଘ ସଂଯୋଜକ ଦୀପକ କୁମାର ମହାରଣାଙ୍କ ନେତୃତ୍ଵରେ ସକାଳୁ ବିଭିନ୍ନ ଦେବାଦେବୀ ସ୍ଥଳରେ ପୂଜାର୍ଚ୍ଚନା କରାଯାଇ ରାଇକିଆ ବସଷ୍ଟାଣ୍ଡ ଠାରେ ପଣା ବଣ୍ଟନ କରାଯାଇଥିଲା । ସୋମବାର ରାଇକିଆ ସାପ୍ତାହିକ ହାଟ ପାଇଁ ବଜାର ବଜାର ଭିଡ଼ ଥିବାରୁ ବହୁ ସଂଖ୍ୟାରେ ପଥଚାରୀ, ଯାତ୍ରୀ ପଣା ସେବନ କରିଥିଲେ।

ଆୟୋଜିତ କାର୍ଯ୍ୟକ୍ରମରେ କନ୍ଧମାଳ ସାଂସଦ ରାଇକିଆ ବ୍ଲକ ପ୍ରତିନିଧି ସନ୍ତୋଷ କୁମାର ଲେଙ୍କା, ରାଇକିଆ ସରପଞ୍ଚ ଗୀତାଞ୍ଜଳି ନାୟକ, ରାଇକିଆ ମଣ୍ଡଲ ସଭାପତି ସନ୍ତୋଷ କୁମାର ପାତ୍ର ଯୋଗ ଦେଇ ପଣା ବଣ୍ଟନ କରିଥିଲେ । ସଂଘ ପକ୍ଷରୁ ଜିତେନ୍ଦ୍ର ପଣ୍ଡା, ରାକେଶ ପାଢ଼ୀ, ନାରାୟଣ ଆଚାର୍ଯ୍ୟ, ଚିଣ୍ଟୁ ପାଣିଗ୍ରାହୀ, ଦିପୁନ ପଣ୍ଡା, ବାଦଲ ସାହୁଙ୍କ ସମେତ ଅନ୍ୟ ସଦସ୍ୟ ମାନେ ସାମିଲ ହୋଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ad-week
Leave A Reply

Your email address will not be published.