ରାଇକିଆ : କନ୍ଧମାଳ ଜିଲା କରଡ଼ା ରେଞ୍ଜ ଅଧିନସ୍ଥ ରଣବା ସେକ୍ସନର ଘାଟି ଖାରିଗୁଡ଼ା ଅଞ୍ଚଳରେ ୨୭ଖଣ୍ଡ ମୁଲ୍ୟବାନ ଶାଗୁଆନ କାଠ ଗଣ୍ଡି ଚାଲାଣ ପାଇଁ ଉଦ୍ୟମ ହେଉଥିବା ସମୟରେ କାଠକୁ ଜବତ କରିଛି ଜଙ୍ଗଲ ଓ ପରିବେଶ ବିଭାଗ । ମୁଖ୍ୟତଃ ଅଞ୍ଚଳଟି ଘଞ୍ଚ ଜଙ୍ଗଲ ଏବଂ ପାହାଡ ଘେରି ରହୁଥିବାରୁ କାଠ ମାଫିଆ ମାନେ ମୁଲ୍ୟବାନ ଶାଗୁଆନ କାଠ ଚାଲାଣ କରିବା ପାଇଁ ଉଦ୍ୟମ କରିଥିଲେ । ରାତିରେ ବନବିଭାଗ ପକ୍ଷରୁ କରାଯାଉଥିବା ପେଟ୍ରୋଲିଂ ବେଳେ ଏକ ପିକଅପ ଭ୍ୟାନରେ କାଠ ଥିବା ଦେଖି ବିଭାଗ ପକ୍ଷରୁ ଚଢାଉ କରଯାଇଥିଲା । ଗାଡ଼ିର ଡ୍ରାଇଭର ଓ ଏଥିରେ ସଂଶ୍ଲିଷ୍ଟ ମାଫିଆ ମାନେ ଫେରାର ହୋଇ ଯାଇଥିବା ବେଳେ ବନବିଭାଗ ଉକ୍ତ ଗାଡ଼ି ଏବଂ କାଠକୁ ଜବତ କରିବାରେ ସଫଳ ହୋଇଥିଲା । କରଡ଼ା ରେଞ୍ଜର ସବନମ ସାହୁ, ବନପାଳ ଅଜିତ ପ୍ରଧାନ, ବନରକ୍ଷୀ ଅକ୍ଷୟ କହଁର ଏବଂ ବିକାଶ ମଲ୍ଲିକ ଚଢାଉରେ ସାମିଲ ହୋଇଥିଲେ । ଏ ନେଇ କେସ ନ ୦୧/୨୫ ରେ ମାମଲା ରୁଜୁ କରାଯାଇଥିବା ବିଭାଗ ପକ୍ଷରୁ ସୂଚନା ମିଳିଅଛି ।
