ଉତ୍କଳୀୟମ୍ ଫାଉଣ୍ଡେସନ ତରଫରୁ ମହାବିଷୁବ ପଣା ସଂକ୍ରାନ୍ତି ଓ ଓଡ଼ିଆ ନବ ବର୍ଷ ପାଳନ

add-all

ବୋଲଗଡ : ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଅନ୍ତର୍ଗତ ଭୀମପଡା ବଜାର ନିକଟସ୍ଥ ଟାଙ୍ଗୀସାହି ଛକ ଠାରେ ଉତ୍କଳୀୟମ୍ ଫାଉଣ୍ଡେସନ ତରଫରୁ ମହାବିଷୁବ ପଣା ସଂକ୍ରାନ୍ତି ଓ ଓଡ଼ିଆ ନବ ବର୍ଷ ପାଳନ କରାଯାଇଅଛି l ଫାଉଣ୍ଡେସନର ଖୋର୍ଦ୍ଧା ଜିଲ୍ଲା କମିଟି ଓ ସ୍ଥାନୀୟ ଅଂଚଳ ବାସୀ ମିଳିମିଶି ଛେନାପୋଡ଼ କାଟି ଓ ଅବିର ଖେଳି ନୂତନ ଓଡ଼ିଆ ନବବର୍ଷ ପାଳନ କରିବା ସହ ମହାବିଷୁବ ପଣା ସଂକ୍ରାନ୍ତି ପାଇଁ ପଥଚାରୀଙ୍କୁ ଦହିପଣା, ଥଣ୍ଡା ପାନୀୟ ଓ ମିଶ୍ରି ପଣା ସହ ଛେନାପୋଡ଼ ଆଦି ବାଟୋଇ ଯାତ୍ରୀ ମାନଙ୍କୁ ବଣ୍ଟନ କରାଯାଇଥିଲା। ଏହି ବଜାରଟି ଖୋର୍ଦ୍ଧା – ବଲାଙ୍ଗୀର ୫୭ନଂବର ଜାତୀୟ ରାଜପଥରେ ପଡେ ଓ ଉକ୍ତ ଅଂଚଳ ପୂର୍ବ ଓଡିଶାରୁ ଦକ୍ଷିଣ ଓ ପଶ୍ଚିମ ଓଡିଶାର ପ୍ରମୁଖ ଯାତାୟାତର ସଂଯୋଗ ମୁଖ୍ୟ ରାସ୍ତା ହୋଇଥିବାରୁ ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ଶତାଧିକ ବାଟୋଇ ମାନେ ଅଟକି ରହି ଥଣ୍ଡା ପାନୀୟ ଜଳ ଗ୍ରହଣ କରିଥିଲେ। ଏହି ଓଡ଼ିଆ ନବବର୍ଷ ତଥା ମହାବିଷୁବ ପଣା ସଂକ୍ରାନ୍ତିକୁ ଉତ୍କଳୀୟମ୍ ଫାଉଣ୍ଡେସନର ଅଧ୍ୟକ୍ଷ ତଥା ଯୁବ ଆଇନଜୀବି ରାଜୀବ ଲୋଚନ ପ୍ରଧାନଙ୍କ ନେତୃତ୍ୱରେ ଓ ଉତ୍କଳୀୟମ୍ ଫାଉଣ୍ଡେସନର ଖୋର୍ଦ୍ଧା ଜିଲ୍ଲା ସଂଯୋଜକ ଶ୍ରୀତମ କୁମାର ପ୍ରଧାନଙ୍କ ସଂଯୋଜନା କ୍ରମେ ଅନୁଷ୍ଠିତ ହୋଇ ଯାଇଅଛି l ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ଉକ୍ତ ଅଂଚଳରେ ଜଳ ଛତ୍ର ସହ ଗୋମାତାଙ୍କ ପାଇଁ ଆହାର କୁଣ୍ଡ ବସାଯିବ ବୋଲି ଫାଉଣ୍ଡେସନର ଅଧ୍ୟକ୍ଷ ଘୋଷଣା କରିଛନ୍ତି l ତତସହିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୁବ ସମାଜସେବୀ ବ୍ରଜବନ୍ଧୁ ସୁବୁଦ୍ଧି ଯୋଗଦେବା ସହ ଏହିଭଳି ନିଆରା କାର୍ଯ୍ୟକ୍ରମ ଆୟୋଜନକୁ ପ୍ରଶଂସା କରିବା ସହ ଜନସାଧାରଣମାନେ ଉତ୍ସାହି ଯୁବ ସମାଜ ଓ ଉତ୍କଳୀୟମ୍ ଫାଉଣ୍ଡେସନ କାର୍ଯ୍ୟକର୍ତ୍ତା ମାନଙ୍କ ଏହିଭଳି କାର୍ଯ୍ୟକୁ ମଧ୍ୟ ଭୂରୀୟସୀ ପ୍ରଶଂସା କରିଛନ୍ତି l ଅନ୍ୟପଟେ ଖୋର୍ଦ୍ଧା ଜିଲ୍ଲା ବିଭାଗୀୟ ପ୍ରଶାସନ ପକ୍ଷରୁ ବୋଲଗଡ ବ୍ଲକ ଅଞ୍ଚଳର ବଜାର ଗୁଡିକରେ ଜଳଛତ୍ର ଖୋଲିବା ପାଇଁ ସ୍ଥାନୀୟ ଜନସାଧାରଣଙ୍କ ସହ ଉତ୍କଳୀୟମ୍ ଫାଉଣ୍ଡେସନ ପକ୍ଷରୁ ଦାବି ହୋଇଛି। ତତସହିତ ଉକ୍ତ କାର୍ଯ୍ୟକ୍ରମରେ ଫାଉଣ୍ଡେସନର ଖୋର୍ଦ୍ଧା ଜିଲ୍ଲା ସାଧାରଣ ସମ୍ପାଦକ ରଘୁନାଥ ମଲ୍ଲିକ, ନୟାଗଡ ଜିଲ୍ଲା ସଭାପତି ଅଶୋକ ପ୍ରଧାନ, ରାଜୀବ ଲୋଚନ ପରିଡା, ରାକେଶ ବେହେରା, ପପୁନା ସ୍ୱାଇଁ, ପ୍ରକାଶ ସ୍ୱାଇଁ, ଜୁମା ଖାନ ପ୍ରମୁଖ ଯୋଗ ଦେଇଥିଲେ l

ad-week
Leave A Reply

Your email address will not be published.