ଆସିକାରେ ସମୟ ଅତିକ୍ରାନ୍ତ ସାମଗ୍ରୀ ଓ ପଚାଶଢା ପନିପରିବା ଦ୍ବାରା ଖାଦ୍ୟ ପ୍ରସ୍ତୁତିକୁ ନେଇ ଅଭିଯୋଗ

ଖାଦ୍ୟ ଯାଞ୍ଚ ଅଧିକାରୀ ମାସିକିଆ ବଟି ଆଦାୟରେ ବ୍ୟସ୍ତ …
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ରେଶମ ସହର ରେ ବିଭିନ୍ନ ନାମୀ ଦାମୀ କମ୍ପାନୀ ର ନକଲି ସାମଗ୍ରୀ ବିକ୍ରି ହେବାର ନଜିର ରହିଛି। ରେଶମ ସହର ଠାରୁ ଆସିକା ସହରରେ ଖୁଲାମ ଖୁଲା କେତେକ ଦୋକାନୀ ସମୟ ଅତି ବାହିତ ହୋଇଥିବା ସାମଗ୍ରୀ କୁ ଅଧା ଦରରେ ବିକ୍ରି କରୁଥିବା ଅଭିଯୋଗ ହେଉଛି। ତାରିଖ ଓ ଅବଧି ଲେଖା ଥିବା ସ୍ଥାନକୁ କେମିକାଲ ସାହାଯ୍ୟରେ ପୋଛି ଦେଇ ବିକ୍ରି କରୁଥିବା ଚର୍ଚ୍ଚା ହେଉଛି। ବିଭିନ୍ନ ଦୂର ଦୁରାନ୍ତ ସ୍ଥାନରୁ ସ୍ୱଳ୍ପ ଟଙ୍କା ରେ ପନି ପରିବା ଆଣି ଶଢ଼ି ଯାଇଥିବା ପରିବା ଅଧା ଦରରେ ବିକ୍ରି କରୁଛନ୍ତି। ସମୟ ଅତିକ୍ରାନ୍ତ ଓ ପଚାଶଢା ପନି ପରିବାକୁ କେତେକ ହୋଟେଲ ବ୍ୟବହାର କରୁଛନ୍ତି। ଏହି ସବୁ ମସଲା ସାମଗ୍ରୀ ଓ ପନି ପରିବା ସ୍ୱଳ୍ପ ଅର୍ଥ ଦେଇ କ୍ରୟ କରି ଅଧିକ ଲାଭ ଆଶାରେ ମାତ୍ରାଧିକ ଚଢ଼ା ଦରରେ ଗ୍ରାହକଙ୍କ ଅସଲ ଟଙ୍କା ନେଇ ଅଖାଦ୍ୟ ଦେଉଥିବା ଆଲୋଚନା ହେଉଛି। ଲକ୍ଷ୍ମୀ ବଜାର ଓ କଳିଙ୍ଗା ରୋଡ଼ ରେ ଥିବା କେତେକ ହୋଟେଲ ରେ ଅତି ଚଢ଼ା ଦରରେ ଖାଦ୍ୟ ବିକ୍ରି ହେଉଛି। ଜଳଖିଆ ସାଙ୍ଗରେ ତରକାରୀ ଦେଇ ଅଲଗା ଅର୍ଥ ଦାବୀ କରାଯାଉଛି। ଅଖାଦ୍ୟ ଓ ମନଇଚ୍ଛା ମାତ୍ରାଧିକ ଦରରେ ଖାଦ୍ୟ ବିକ୍ରି ହେଉଛି। ମିଠା ସାମଗ୍ରୀ ରେ ଭେଜାଲ ଛେନା ସାଙ୍ଗକୁ ଶାଗୁଦାନା, ଲିଆ ମଧ୍ୟ ବ୍ୟବହାର କରାଯାଉଛି। ନିମ୍ନ ମାନର ଅଖାଦ୍ୟ ସମୟ ଅତି କ୍ରାନ୍ତ ସାମଗ୍ରୀ ର ବିକ୍ରି ବଟା ହେଉଥିବା ଓ ହୋଟେଲ ଏବଂ ଦୋକାନୀ ମାନଙ୍କ ଉପରେ ଆଜି ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ।

nis-ad
Leave A Reply

Your email address will not be published.