ତେନ୍ତୁଳିଖୁଣ୍ଟି ବ୍ଲକ ଠାରେ ଜିଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

add-all

ନବରଙ୍ଗପୁର : ଆଜି ତେନ୍ତୁଳିଖୁଣ୍ଟି ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ ନବରଙ୍ଗପୁର ଜିଲ୍ଲାପାଳ ଡା ଶୁଭଙ୍କର ମହାପାତ୍ର ଏବଂ ଆରକ୍ଷୀ ଅଧୀକ୍ଷକ ମିହିର କୁମାର ପଣ୍ଡାଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଉପ ଜିଲ୍ଲାପାଳ ନବରଙ୍ଗପୁର ପ୍ରକାଶ କୁମାର ମିଶ୍ର, ବ୍ଲକ ଉପାଧ୍ୟକ୍ଷ ରାଜେନ୍ଦ୍ର ବିଷୋୟୀ ,ବି ଡି ଓ ମନୋଜ କୁମାର ପାଣିଗ୍ରାହୀଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।
ଏହି ଜନ ଶୁଣାଣି ଶିବିରରେ ମୋଟ ୪୫ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ ୩୭ଟି ବ୍ୟକ୍ତିଗତ ସମସ୍ୟା ଅଭିଯୋଗ ଓ ୮ଟି ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ମିଳିତ ଥିଲା। ୪ ଟି ଅଭିଯୋଗର ସମାଧାନ ତତକ୍ଷଣାତ କରାଯାଇଥିଲା।ଚିହ୍ନଟ ୪ ଜଣ ଦିବ୍ୟାଙ୍ଗ ଙ୍କୁ ହୁଈଲ ଚେୟାର ଓ ୧ ଜଣ ଶ୍ରବଣବାଧିତଙ୍କୁ ଶ୍ରବଣ ଯନ୍ତ୍ର ପ୍ରଦାନ କରାଯାଇଥିଲା।ଅଭିଯୋଗ ଶୁଣାଣୀ ପରେ ଜିଲ୍ଲାପାଳ ତେନ୍ତୁଳିଖୁଣ୍ଟି ବ୍ଲକ ର ସପଲା ଗ୍ରାମର ସରକାରୀ ସହାୟତା ଓ ସବସିଡି ପ୍ରାପ୍ତ ଜଣେ କୁକୁଡା ଚାଷୀଙ୍କ ୨୦,୦୦୦ କ୍ଷମତା ବିଶିଷ୍ଟ ବଏଲର୍ ଫାର୍ମକୁ ପରିଦର୍ଶନ କରିଥିଲେ।

ad-week
Leave A Reply

Your email address will not be published.