ନ୍ୟାସନାଲ ହେରାଲ୍ଡ ମାମଲା : ରାହୁଲ, ସୋନିଆଙ୍କ ବିରୋଧରେ ଚାର୍ଜସିଟ୍

add-all

ନୂଆଦିଲ୍ଲୀ : ନ୍ୟାସନାଲ ହେରାଲ୍ଡ ସହ ଜଡିତ ମନି ଲଣ୍ଡରିଂ ମାମଲାରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ବିରୋଧରେ ଇଡି ଅଭିଯୋଗପତ୍ର ବା ଚାର୍ଜସିଟ୍ ଦାଖଲ କରିଛି। ଚାର୍ଜସିଟରେ କଂଗ୍ରେସ ଓଭରସିଜ୍ ମୁଖ୍ୟ ସାମ ପିଟ୍ରୋଡାଙ୍କ ନାମ ମଧ୍ୟ ସାମିଲ ଅଛି। ଏଥିରେ ସୁମନ ଦୁବେ ଏବଂ ଅନ୍ୟମାନଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ ଅଛି। ଇଡି ରାଉଜ୍ ଆଭେନ୍ୟୁ କୋର୍ଟରେ ଏକ ଚାର୍ଜସିଟ୍ ଦାଖଲ କରିଛି। ଏହି ମାମଲାରେ ଅଭିଯୋଗଗୁଡ଼ିକର ବିଚାର ପାଇଁ କୋର୍ଟ ଏପ୍ରିଲ ୨୫ ତାରିଖକୁ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି।
ଏହା ପ୍ରଥମ ଥର ଯେତେବେଳେ କି କଂଗ୍ରେସ ସଂସଦୀୟ ଦଳ ନେତା ସୋନିଆ ଗାନ୍ଧୀ ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ କୌଣସି ମାମଲାରେ ଚାର୍ଜସିଟ୍ ଦାଖଲ କରାଯାଇଛି। ହରିୟାଣାରେ ଏକ ରିଅଲ୍ ଇଷ୍ଟେଟ୍ ଡିଲ୍ ସହିତ ଜଡିତ ମନି ଲଣ୍ଡରିଂ ଅଭିଯୋଗରେ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ୱାମୀ ବ୍ୟବସାୟୀ ରବର୍ଟ ଭାଡ୍ରାଙ୍କୁ ତଦନ୍ତ ଏଜେନ୍ସି ପଚରାଉଚରା କରିବାର କିଛି ଘଣ୍ଟା ପରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା।

ad-week
Leave A Reply

Your email address will not be published.