୨ ନାବାଳିକା ଭଉଣୀଙ୍କୁ ଅସଦାଚରଣ ଘଟଣା, ଅଭିଯୁକ୍ତ ଗିରଫ

ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ଅଞ୍ଚଳର ୨ ନାବାଳିକା ଭଉଣୀ ସ୍କୁଲକୁ ଯିବା ସମୟରେ ଜଣେ ଯୁବକ ଅଶାଳୀନ ବ୍ୟବହାର କରି ଆସୁଥିଲେ।‌ ଘଟଣା ନେଇ ନାବାଳିକାଙ୍କ ପରିବାର ସଦସ୍ୟ ଯୁବକଙ୍କୁ ତାଗିଦ କରିଥିଲେ। ଏଥିରେ ଉତ୍ୟକ୍ତ ହୋଇ ଯୁବକ ଜଣଙ୍କ ମାର୍ଚ୍ଚ ୧୫ ତାରିଖ ସକାଳେ ୨ ନାବାଳିକା ଭଉଣୀ ସ୍କୁଲକୁ ଯାଉଥିବା ବେଳେ ବାଟରେ ଯୁବକ ଜଣଙ୍କ ଟଣାଓଟରା କରିବା ସହ ଅସଦାଚରଣ କରିଥିଲେ। ଘଟଣା ନେଇ ନାବାଳିକାଙ୍କ ମା ଗତ ମାର୍ଚ୍ଚ ୧୫ ତାରିଖ ସନ୍ଧ୍ୟାରେ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ- ୧୭୯/୨୫ ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଥିଲା। ନାବାଳିକାଙ୍କ ପରିବାର ସଦସ୍ୟ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିବା ଜାଣିପାରି ଅଭିଯୁକ୍ତ ଯୁବକ ଜଣଙ୍କ ଗାଁରୁ ଫେରାର ହୋଇଯାଇଥିଲେ। ମେରୁ ସଂକ୍ରାନ୍ତି ପାଇଁ ଯୁବକ ଜଣଙ୍କ ଗାଁକୁ ଆସିଥିବା ବେଳେ କୈାଣସି ସୂତ୍ରରୁ ଖବର ପାଇ ହିଞ୍ଜିଳି ପୁଲିସ ମଙ୍ଗଳବାର ଭୋର ସମୟରେ ଚଢ଼ାଉ କରି ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଛି। ଗିରଫ ଜଣଙ୍କ ହେଲେ ହିଞ୍ଜିଳି ଥାନା ଦାରୁଭଦ୍ରା ଗ୍ରାମର ପି. ଉମାଶଙ୍କର @ଭୀମ (୨୫) । ମଙ୍ଗଳବାର ଅଭିଯୁକ୍ତ ଯୁବକଙ୍କୁ ବ୍ରହ୍ମପୁର ପୋକ୍ସୋ କୋର୍ଟକୁ ଚାଲାଣ କରାଯାଇଥିବା ଥାନା ଆଇଆଇସି ଶ୍ରୀନିବାସ ସେଠିଙ୍କ ସୂତ୍ରରୁ ପ୍ରକାଶ।

nis-ad
Leave A Reply

Your email address will not be published.