ନୟାଗଡ଼ ସହରରେ ବଢୁଛି ଚୋରି, ଡକାୟତି : ପାଳିକରି ଜଗୁଛନ୍ତି ବାସିନ୍ଦା,ନିଘୋଡ଼ ନିଦରେ ପୋଲିସ…


ନୟାଗଡ଼ : ନୟାଗଡ଼ ସହରରେ ଦିନକୁ ଦିନ ବଢ଼ିଚାଲିଛି ଚୋରି । ମାତ୍ରାଧିକ ଚୋରି ଘଟଣା ସହରବାସୀ ଙ୍କୁ ଶାନ୍ତିରେ ଶୋଇବାକୁ ଦେଉନାହିଁ ।ପୋଲିସ ଅନେକ ଚୋରି ଘଟଣାରେ ସଫଳତା ପାଇଥିବା ବେଳେ ଅନେକ ଘଟଣାର ଖିଅ ପାଉନାହିଁ । ନୟାଗଡ଼ ସହର ଲକ୍ଷମଣ ନଗର ରୁ ବାରମ୍ବାର ଚୋରି ପରେ ପ୍ରତି ଘରର ମାଲିକ ମାନେ ଏକାଠି ହୋଇ ଘରୋଇ ସିକ୍ୟୁରିଟି ବ୍ୟବସ୍ଥା କରିବା ସହିତ ପାଳିକରି ଜଗୁଥିବାର ଦେଖାଯାଇଛି ।ପ୍ରତି ରାତିରେ ୪ ଜଣ ଭିନ୍ନଭିନ୍ନ ସମୟରେ କଲୋନୀ ଭିତରେ ପଇଁତରା ମାରୁଥିବା ବେଳେ ଘରୋଇ ଶିକ୍ୟୁରିଟି ନିୟୋଜନ କରାଯାଇଛି । ଏହା ସହିତ ପୋଲିସ ତରଫରୁ ବାଇକ୍ ପାଟ୍ରୋଲିଂ ବ୍ୟବସ୍ଥା ସହିତ ଏହି ଅଞ୍ଚଳରେ ଗୃହରକ୍ଷୀ ମୁତୟନ ହୋଇଛନ୍ତି କିନ୍ତୁ ଗୃହରକ୍ଷୀ ମାନେ ବର୍ତ୍ତମାନ ଥାନା ବାବୁ ଭୂମିକା ତୁଲାଉଛନ୍ତି ବୋଲି ବି ଅଭିଯୋଗ ଆସିଲାଣି । ଜିଲ୍ଲା ବାହାରୁ ଚୋର ମାନେ ନୟାଗଡ଼ ସହରକୁ ଆସି ଯୋଜନାବଦ୍ଧ ଭାବେ ଚୋରି କରୁଛନ୍ତି । ଏହି ଚୋରମାନେ ଦିନବେଳା ରେକି କରି ରାତିରେ ଚୋରି କରୁଛନ୍ତି ।ନୟାଗଡ଼ ସହର ଦିନକୁ ଦିନ ବିକଶିତ ହେଉଥିବା ବେଳେ ଏହାର ସୁଯୋଗ ନେଇ ବାରମ୍ବାର ଚୋର, ଡକାୟତ ମାନେ ଏହି ଅଞ୍ଚଳକୁ ଟାର୍ଗେଟ କରୁଛନ୍ତି ।ବଢୁଥିବା ଚୋରି ଘଟଣା ଉପରେ ନଜର ରଖିବାକୁ ଆବଶ୍ୟକୀୟ ସୁବିଧା ମଧ୍ୟ ନାହିଁ ।ସହରର ଅନେକ ସିସିଟିଭି ଅଚଳ ଅବସ୍ଥାରେ ପଡି ରହିଛି ।ଅଚଳ ସିସିଟିଭି ଗୁଡିକୁ ମରାମତି କରିବା ପାଇଁ ପୌର ପରିଷଦକୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ ବିଭାଗ ଧ୍ୟାନ ଦେଉନାହିଁ ।ଫଳରେ ଚୋରଙ୍କ ଗତିବିଧି ଉପରେ ନଜର ରଖିବା ସମ୍ଭବ ହେଉନାହିଁ । ଫଳରେ ଚୋରଙ୍କୁ ଧରିବା ପାଇଁ ପୋଲିସ ଅନ୍ଧାରରେ ବାଡି ବୁଲାଉଛି। ଦିନକୁ ଦିନ ବୃଦ୍ଧି ପାଉଥିବା ନୟାଗଡ଼ ସହର ରେ ଆବଶ୍ୟକ ଅଫିସର, ହାବିଲଦାର, କନେଷ୍ଟବଳ, ହୋମଗାର୍ଡ ଙ୍କ ଅଭାବ ରହିଛି । ଯାହା ଫଳରେ ସହରର ପଟ୍ରୋଲିଂ ଠିକ ରେ ହୋଇପାରୁନାହିଁ । ସହରରେ ବିଭିନ୍ନ ସ୍ଥାନରେ ଥିବା ଆଲୋକ ବ୍ୟବସ୍ଥା ମଧ୍ୟ ଅଚଳ ଅବସ୍ଥାରେ ରହିଛି । ଥାନା ବାବୁ ମାନେ ଶୀତତାପ କୋଠରୀ ରେ ନିଘୋଡ଼ ନିଦରେ ସୋଇଛନ୍ତି ଯାହା ଫଳରେ ସାଧାରଣ ଜନତା ପାଳି କରି ନିଜ ସୁରକ୍ଷା ନିଜ ହାତକୁ ନେଇଥିବା ଦେଖିବାକୁ ମିଳିଛି l ସହରବାସୀଙ୍କ ଧନ ଜୀବନ ସୁରକ୍ଷା ଉପରେ ଗୁରୁତ୍ୱାରୋପ ଉପରେ ଧ୍ୟାନ ଦେବାକୁ ବୁଦ୍ଧିଜୀବୀ ମାନେ ଜିଲ୍ଲା ଆରକ୍ଷୀ ଅଧିକାରୀ ଙ୍କୁ ଏଥି ପ୍ରତି ଧ୍ୟାନ ଦେବାକୁ ମତ ପ୍ରକାଶ କରିଛନ୍ତି।

nis-ad
Leave A Reply

Your email address will not be published.