ଆସନ୍ତାକାଲି ନବମ ଥର ପାଇଁ ସଭାପତି ଭାବେ ଦାୟିତ୍ୱ ନେବେ ନବୀନ

add-all

ଭୁବନେଶ୍ୱର: ଆସନ୍ତାକାଲି ନବମ ଥର ପାଇଁ ସଭାପତି ଦାୟିତ୍ୱ ନେବେ ନବୀନ। ଏହି ଦାୟିତ୍ଵ ନେବା ପରେ ଦଳକୁ କି ଆହ୍ଵାନ ଦେବେ ତାହା ଉପରେ ସମସ୍ତଙ୍କର ନଜର। ତେବେ ଦଳକୁ କ’ଣ ଉପଦେଶ ଦେବେ ନବୀନ? ନବୀନ ପଟ୍ଟନାୟକ ବିଜେଡି ନେତା ଓ କର୍ମୀଙ୍କୁ କି ବାର୍ତ୍ତା ଦେବେ ତାହା ଉପରେ ଏବେ ସମସ୍ତଙ୍କର ନଜର ରହିଛି।

ଗତକାଲି ନବୀନ ପଟ୍ଟନାୟକ ସଭାପତି ପଦ ପାଇଁ ଏକାକୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ତେଣୁ ଏବେ କେବଳ ଔପଚାରିକ ଘୋଷଣା ବାକି। ବିଜେଡି ନିର୍ବାଚନ ପ୍ରକ୍ରିୟାରେ ବର୍ତ୍ତମାନ ସୁଦ୍ଧା ଷ୍ଟେଟ କାଉନସିଲ ଗଠନ କରାଯାଇଛି। ୩୫୫ ଜଣ ସଦସ୍ୟ ରହିଛନ୍ତି।

ଏଥିରେ କିଏ ସାମିଲ ହୋଇଛନ୍ତି, କିଏ ବାଦ ପଡ଼ିଛନ୍ତି ତାକୁ ନେଇ ମଧ୍ୟ ଉତ୍କଣ୍ଠା ରହିଛି। ଆସନ୍ତାକାଲି ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ବସି ସଭାପତି ପଦ ପାଇଁ ବିଧିବଦ୍ଧ ଭାବେ ନବୀନଙ୍କ ନାଁ ଘୋଷଣା କରାଯିବ। ବିଜେଡି ୧୯୯୭ରେ ପ୍ରତିଷ୍ଠା ହୋଇଥିଲା। ନବୀନ ସେବେଠାରୁ ଦଳର ମଙ୍ଗ ଧରି ଆସିଛନ୍ତି।

ad-week
Leave A Reply

Your email address will not be published.