୭ ଦିନିଆ ମାଲେସିଆ ଗସ୍ତରେ ଯିବେ ରାଜ୍ୟ କୃଷି ବିଭାଗର ୧୪ ଅଧିକାରୀ

ଭୁବନେଶ୍ୱର: ମାଲେସିଆ ଗସ୍ତରେ ଯିବେ ରାଜ୍ୟ କୃଷି ବିଭାଗର ୧୪ ଅଧିକାରୀ । ଏପ୍ରିଲ ୧୯ରୁ ୨୬ ତାରିଖ ଯାଏ ୭ ଦିନିଆ ବିଦେଶ ଗସ୍ତ କରିବେ । ଆଜି ଅନୁଷ୍ଠାନିକା ଭାବେ ଏହି କାର୍ଯ୍ୟକ୍ରମକୁ ଫ୍ଲାଗଅପ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ । ମୋଟ ୧୪ ଜଣ କୃଷକ ଓ ୧୪ଜଣ ଅଫିସର ଏହି ଗସ୍ତରେ ଯାଉଛନ୍ତି ।

ସପ୍ତାହ ବ୍ୟାପୀ ସେମାନେ କୃଷି ଭିତ୍ତିକ ଶିଳ୍ପ, କୃଷି ଅନୁସନ୍ଧାନ କେନ୍ଦ୍ର ପରିଦର୍ଶନ, ଛତୁ ଉତ୍ପାଦନ, ଆଧୁନିକ ପ୍ରଣାଳୀରେ ଉନ୍ନତ ଧାନ ଚାଷ ଏବଂ ଜଳବାୟୁ ସହନଶୀଳ କୃଷି ପଦ୍ଧତି ଶିଖିବାର ସୁଯୋଗ ପାଇବେ। ସେପଟେ ଚାଷୀଙ୍କ ଉତ୍ପାଦନ ଓ ବ୍ୟବସାୟକୁ ଦୁଇଗୁଣିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ମାଲେସିଆ ଗସ୍ତ ସମୟରେ ପ୍ରତି ଦିନର ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ଉଭୟ ଚାଷୀ ଓ ଅଫିସରଙ୍କୁ ପରାମର୍ଶ ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ।

ଓଡିଶା ଫେରିବା ପରେ ୩ଦିନ ମଧ୍ୟରେ ସମସ୍ତ ରିପୋର୍ଟ ବିଭାଗରେ ଦାଖଲ କରିବାକୁ ନିର୍ଦେଶ ଦେଇଛନ୍ତି । ଯଦି ଅଫିସରମାନେ ରିପୋର୍ଟ ଦାଖଲ ନକରିବେ ତେବେ ପଦନ୍ନୋତି ସମୟରେ ଏହାକୁ ନଜରରେ ରଖାଯିବ ବୋଲି ଚେତାବନୀ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ।

nis-ad
Leave A Reply

Your email address will not be published.