ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ରେ ସେକ୍ସନ ୬୫ ରେ ତଦନ୍ତ ଆରମ୍ଭ…

add-all


ନୟାଗଡ଼: ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ରେ ସେକ୍ସନ ୬୫ ରେ ତଦନ୍ତ ପାଇଁ ଅତିରିକ୍ତ ନିବନ୍ଧକ ଭକ୍ତ ଚରଣ ସାହୁ, ଯୁଗ୍ମ ନିବନ୍ଧକ ଲକ୍ଷ୍ମୀଧର ସୁବୁଦ୍ଧି, ସହକାରୀ ନିବନ୍ଧକ ଅଶୋକ ଦାସ ପ୍ରମୁଖ ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ମୁଖ୍ୟ ଶାଖାରେ ପହଞ୍ଚି ଦିନ ତମାମ ଛାନଭିନ କରିଛନ୍ତି । ବ୍ୟାଙ୍କ୍ ସମ୍ପାଦକ ଓ କର୍ମଚାରୀ ମାନଙ୍କୁ ବିଭିନ୍ନ ନଥି ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମାତ୍ର ବ୍ୟାଙ୍କ୍ କର୍ମଚାରୀ ମାନେ ନଥି ଦାଖଲ କରିବାରେ ଅସମର୍ଥ ହେବାରୁ ତଦନ୍ତ ଟିମ୍ ସେମାନଙ୍କୁ ଅଧିକ ସମୟ ଦେଇଥିବା ସୂଚନା ମିଳିଛି। ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ରେ ବ୍ୟାପକ ପରିମାଣର ଆର୍ଥିକ ହେରଫେର ହେଇଥିବାରୁ ପରିଚାଳନା ପରିଷଦ ଓସିଏ ଆକ୍ଟ ୬୫ ରେ ତଦନ୍ତ ପାଇଁ ସୁପାରିଶ କରିଥିଲେ ।ଉକ୍ତ ତଦନ୍ତକାରୀ ଟିମ୍ ଆଜି ପରିଚାଳନା ପରିଷଦ ସହ ଆଲୋଚନା କରିଥିଲେ । ୩୬୫ କୋଟି ଟଙ୍କାର ଆୟକର ଠକେଇ ସମ୍ପର୍କିତ ତଥ୍ୟ ପରିଚାଳନା ପରିଷଦ ଉପସ୍ଥାପନା କରିଥିଲେ । ତଦନ୍ତକାରୀ ଟମ୍ କୁ ବ୍ୟାଙ୍କ୍ କର୍ମଚାରୀ ମାନେ ତଥ୍ୟ ଦେଇ ପାରିନଥିବା ବେଳେ ଆସନ୍ତା ସୋମବାର ତଥ୍ୟ ଦେବାପାଇଁ ସମୟ ଦିଆଯାଇଛି । ଅନ୍ୟପକ୍ଷରେ ବ୍ୟାଙ୍କ୍ ସାଧାରଣ ସଭା ପାଇଁ ଜିଲ୍ଲାପାଳ ଙ୍କ ପକ୍ଷରୁ ମଗାଯାଇଥିବା କ୍ଲାରିଫିକେସନ ଆଜି ରାଜ୍ୟ ସମବାୟ ନିବନ୍ଧକ ଜିଲ୍ଲାପାଳଙ୍କୁ ଚିଠି ମାଧ୍ୟମରେ ଜଣାଇଥିବା ଜଣାପଡିଛି । ବ୍ୟାଙ୍କ୍ ସାଧାରଣ ସଭା ସଭାପତି କିମ୍ବା ତାଙ୍କର ଅନୁପସ୍ଥିତି ରେ ଉପସଭାପତି ଆହ୍ବାନ କରିପାରିବେ ବୋଲି ଜଣାପଡିଛି।

ad-week
Leave A Reply

Your email address will not be published.