ସୁବର୍ଣ୍ଣଗିରି ଉନ୍ନୀତ ଉଚ୍ଚ ବିଦ୍ୟାଳୟ : ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଲେ ଅଭିଭାବକ

add-all

ବାଲିଗୁଡ଼ା : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକ ସୁବର୍ଣ୍ଣଗିରି ସ୍ଥିତ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀଙ୍କ ନାମରେ ବ୍ୟାପକ ଅଭିଯୋଗ ଆଣିଛନ୍ତି ଅଭିଭାବକ । ସେମାନେ ଗୁରୁବାର କନ୍ଧମାଳ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଏକ ଅଭିଯୋଗ ପତ୍ର ଜିଲା ମଙ୍ଗଳ ଅଧିକାରୀ ଏବଂ ଜିଲା ପ୍ରଶାସନକୁ ପ୍ରଦାନ କରିଛନ୍ତି। ଗତ ଗୁରୁବାର ଦିନ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ମଞ୍ଜୁଲତା ସାହୁ ନିଜ ସୁବିଧା ମୁତାବକ ପାଠପଢ଼ା ସମୟକୁ ପରିବର୍ତ୍ତନ କରି ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଛୁଟିରେ ପଳାଇ ଥିଲେ। ବିଦ୍ୟାଳୟରେ ଅନୁସୁଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ୧୦୦ ଜଣ ଛାତ୍ର ଛାତ୍ରାବାସରେ ରହି ପାଠ ପଢୁଛନ୍ତି। ସମୁଦାୟ ୯ ଜଣ ଶିକ୍ଷକ, ଶିକ୍ଷୟିତ୍ରୀ ଶିକ୍ଷାଦାନ କରୁଛନ୍ତି । ଅଧିକାଂଶ ସମୟରେ ଦୁଇଜଣ ସିସିଏଙ୍କୁ ଛାତ୍ରାବାସ ଦାୟିତ୍ଵ ଦେଇ ଶିକ୍ଷକ ଚାଲି ଯାଉଛନ୍ତି। ପ୍ରଧାନଶିକ୍ଷୟିତ୍ରୀ ମନ ଇଚ୍ଛା ସ୍କୁଲକୁ ଆସିବା, କାହାକୁ ନ ଜଣାଇ ଛୁଟିରେ ରହିବା, ଏସଏମସି ମିଟିଙ୍ଗ ନ କରିବା, ଆସୁଥିବା ଅନୁଦାନ ଅର୍ଥକୁ ବିନା କମିଟି ସୁପାରିଶରେ ଉଠେଇ ଆତ୍ମସାତ କରିବା, ହଷ୍ଟେଲରେ ପିଲା ନ ଥାଇ ସମ୍ପୂର୍ଣ ଉପସ୍ଥାପନା ଦେଖାଇ ପିଲାଙ୍କ ଖାଦ୍ୟ ବାବଦ ଟଙ୍କା ହରିଲୁଟ କରିବା ଆଦି ଦାବି ଉକ୍ତ ଅଭିଯୋଗ ପତ୍ରରେ ଉଲ୍ଲେଖ ଥିବା ଜଣାପଡିଛି।

ad-week
Leave A Reply

Your email address will not be published.