ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦର ମହକୁମା ସ୍ଥିତ କୁମ୍ଭାର ସାହିରେ ରହୁଥିବା ପ୍ରକାଶ ଏବଂ ବୈଜୟନ୍ତୀ ସାହୁଙ୍କ କନ୍ୟା ଗତ ମାଟ୍ରିକ ପରୀ କ୍ଷାରେ ଭଲ ନମ୍ବର ଆଣି ଉତିର୍ଣ ହୋଇଥିଲେ । ପିତା ମାତା ଉଭୟ ଶାରିରୀକ କ୍ଷିନ୍ନକ୍ଷମ ହୋଇଥିବା ବେଲେ ମା ଘରେ ଘରେ ବୁଲି ବାସନ ମାଜି ଘର ଚୁଲି ଜଳାନ୍ତି, ସେହିପରି ପିତା ମଧ୍ୟ ଭିନ୍ନ କ୍ଷମ ହୋଇଥିବାରୁ କୌଣସି କାର୍ଯ୍ୟ କରି ପାରୁନାହାନ୍ତିା ଏଭଳି ସ୍ଥିତିରେ ଝିଅର ପାଠପଢାରେ ଡୋରି ବାନ୍ଧିବାକୁ ନିଷ୍ପତି ନେଇଥିଲୋ କିନ୍ତୁ ଝିଅର ପ୍ରବଳ ଇଛା ଉଚ୍ଚଶିକ୍ଷା କରିବାକୁ । ଏଭଳି ସ୍ଥିତିରେ କିଛି ସାମାଜିକ କର୍ମୀିଙ୍କ ସହାୟତାରେ ମାଲକାନଗିରି ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଙ୍କ ନିକଟକୁ ଯାଇଥିଲୋ ଜିଲ୍ଲାପାଳ ତୁରନ୍ତ ସହାୟତାର ହାତ ବଢାଇବା ସହ କିପରି ଉଚ୍ଚ ଶିକ୍ଷା ପାଇବ ସେଥିପାଇଁ ତୁରନ୍ତ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ଦୁଷ୍ମନ୍ତ ଜେନାଙ୍କୁ ରେଡକ୍ରସ ତରଫରୁ ଝିଅର ସମସ୍ତ ବାର୍ଷିକ ଫିଜ୍ ଦେଇ ମାଲକାନଗିରି ମହିଳା ମହା ବିଦ୍ୟାଳୟରେ ନାମ ଲେଖାଇଥିଲୋ ତେବେ ସାଧାରଣ ଗରୀବ ଝିଅଟିଏ ଏହି କଲେଜରେ ବର୍ତମାନ ମାନସିକ ନିର୍ଯ୍ୟାତନା ଭୋଗୁଥିବା ନେଇ ତାଙ୍କ ପିତା ପ୍ରକାଶ ସାହୁ ମହିଳା ମହାବିଦ୍ୟାଳୟ କୁ ଯାଇ ଅଭିଯୋଗ କରିଥିଲୋ ତାଙ୍କ ଅଭି ଯୋଗ ଅନୁଯାୟୀ ତାଙ୍କ ଝିଅକୁ କିଛି ଅଧ୍ୟାପିକା ଓ କର୍ମଚାରୀ ମାନସିକ ବାବେ ନିର୍ଯ୍ୟାତନା ଦେଉଛନ୍ତିା ଗରୀବ ଶ୍ରେଣୀର ହୋଇଥିବାରୁ ବିଭିନ୍ନ କଟୁକଥା କହୁଛନ୍ତିା ଏଥିପାଇଁ ଝିଅ କଲେଜ ଯିବାକୁ ଡରୁଥିବା ସହ କଲେଜ ପାଠ ପଡିବି ନାହିଁ ବୋଲି କହୁଛନ୍ତିା ଅଭିଯୋଗ ଅନୁଯାୟୀ ଏହି ମହାବିଦୟାଳୟରେ ଦୁଇଟି ଗୋଷ୍ଠି ଥିବା ବେଳେ ଟିଉସନକୁ ନେଇ ଦୁଇଗୋଷ୍ଠି ମଧ୍ୟରେ ପ୍ରତି ଯୋଗିତା ଲାଗିଛିା ଯେଉଁ ଗୋଷ୍ଠି ନିକଟରେ ଯେଉଁ ଝିଅ ପାଠ ପଡୁଥିବା ତାକୁ ଭଲ ମାର୍କ ଓ ପରୀକ୍ଷା ପୂର୍ବରୁ ପ୍ରଶ୍ନ ପତ୍ର ପ୍ରଦାନ କରୁଥିବା ନେଇ ଅଭି ଯୋଗ ହୋଇଛିା ତେବେ ଯେଉଁ ଗୋଷ୍ଠି ନିକଟରେ ଟିଉସନ ପଢୁଥିବ ଅନ୍ୟଗୋଷ୍ଠିର ଅଧ୍ୟାପିକା ମାନେ ଏହି ଗୋଷ୍ଠିର ଛାତ୍ରୀ ମାନଙ୍କୁ ନିର୍ଯ୍ୟାତନା ଦେଉଥିବା ଜଣାପଡିଛିା ତେବେ ମୁଖ୍ୟତଃ ମାଲକାନଗିରି ମହିଳା ଛାତ୍ରୀନିବାସରେ ପରିଚାଳନା ଦାୟିତ୍ୱ ଜଣେ ପୁରୁଷ କର୍ମଚାରୀଙ୍କୁ ଦିଆ ଯାଇଛି।
ନିୟମ ଅନୁଯାୟୀ ହଷ୍ଟେଲ ଦାୟିତ୍ୱ ଜଣେ ମହିଳା କର୍ମଚାରୀଙ୍କୁ ଦେବା ନିୟମ ରହିଛିା କିନ୍ତୁ ଏଠାରେ ବ୍ୟତିକ୍ରମ ଦେଖା ଦେଇଛିା ଜଣେ ଦଶମ ଶ୍ରେଣୀ ଛାତ୍ରୀ ପ୍ରସବ ଘଟଣା, ଏମ୍.ଭି. ୭୨ରେ ଦୁଇଟି ଛାତ୍ରୀଙ୍କ ଆତ୍ମ ହତ୍ୟା ଭଳି ବହୁ ଘଟଣା ଲୋକ ଲୋଚନକୁ ଆସିଥିବା ବେଳେ ଜଣେ ପୁରୁଷ ବ୍ୟକ୍ତିଙ୍କୁ କିବଳି ଭାବେ ଛାତ୍ରୀ ନିବାସ ଦାୟିତ୍ୱ ଦିଆ ଯାଇଛି ତାହା ବିଭିନ୍ନ ମହଲରେ ସନ୍ଦେହ ସୃଷ୍ଟି କରୁଛିା ସେହିପରି ମହାବିଦ୍ୟାଳୟର ବିକାଶ ନିମନ୍ତେ ଆସୁଥିବା ଅନୁଦାନକୁ ମଧ୍ୟ ବାଟମାରଣା ହେୁଥିବା ସହ ଷ୍ଟାଇପେଣ୍ଡ ଅର୍ଥୁକ ମଧ୍ୟ ହରିଲୁଟ ହେଉଥିବା ଅଭି ଯୋଗ ହୋଇଛିା ମାଲକାନଗିରି ମହାବିଦ୍ୟାଳୟ ଅଧ୍ୟକ୍ଷ ଦୁସ୍ମନ୍ତ କୁମାର ଜେନାଙ୍କୁ ଏ ସମ୍ପର୍କରେ ଯୋୀଗାଯୋଗ କରିବାରୁ ସେ ଜଣେ ଛାତ୍ରୀଙ୍କ ଅଭିଭାବକ ଏଥିନେଇ ଅଭି ଯୋଗ କରିବାକୁ ଆସିଥିବା ସ୍ଵୀକାର କରିଥିବା ବେଳେ ସେ ଭୁବ ନେଶ୍ୱରରେ ରହୁଥିବାରୁ ଆଗାମୀ ସୋମବାର ଦିନ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରକାଶ କରିଛନ୍ତିା ଅନ୍ୟ ପକ୍ଷରେ ଆଦିବାସୀ ଛାତ୍ରଛାତ୍ରୀ ପଢୁଥିବା ଏହି ମହା ବିଦ୍ୟାଳୟରେ ହେଉଥିବା ଦୁର୍ନୀତି, ନିର୍ଯ୍ୟାତନା ପ୍ରତିବାଦରେ ମାଲକାନଗିରି ଜିଲ୍ଲାପାଳଙ୍କୁ ଭେଟି କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବାକୁ ଦାବି କରିବେ ବୋଲି ଆଦିବାସୀ ସଂଘ ପକ୍ଷରୁ କୁହା ଯଇଛିା ତେବେ ନୁତନ ଭାବେ ନି ଯୁକ୍ତି ପାଇଥିବା ଜଣେ ଇଂରାଜୀ ଅଧ୍ୟାପିକା ଏହି ସବୁ ଘଟଣାର ମାଷ୍ଟର ମାଇଣ୍ଡ ବୋଲି ଅଭି ଯୋଗ ହେଉଥିବା ବେଳେ ଜିଲ୍ଲାପାଳଙ୍କ ଦ୍ୱାରା ଅନୁଦାନ ଦେଇ ପଡୁଥିବା ଛାତ୍ରୀଙ୍କୁ ଏଭଳି ମାନସିକ ନିର୍ଯ୍ୟାତନା ଓ ଗାଲି ଦେଉଥିବା ଅଭି ଯୋଗ ହୋଇଛିା ତେବେ ଜିଲ୍ଲା ପ୍ରଶାସନ ଏହି ଘଟଣାକୁ ଗୁରୁତର ସହ ଗ୍ରହଣ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।
