ବିଷପିଇ ଆଦିବାସୀ ଯୁବକଙ୍କ ଆତ୍ମହତ୍ୟା

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ନିଲିଗୁଡା ପଞ୍ଚାୟତ ଅନ୍ତର୍ଗତ ଦୁର୍ଗମ ଦୁର୍ମାଗୁଡା ଗ୍ରାମରେ ଜଣେ ଆଦିବାସୀ ଯୁବକ ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ସୂଚନା ମୁତାବକ ଏହି ଗ୍ରାମର ଦୁଲା ପଡିଆମୀ ଙ୍କ ୨୨ ବର୍ଷିୟ ପୁଅ ମୁୟା ପଡିଆମି ଗତକାଲି କେନ୍ଦୁପତ୍ର ତୋଳିବାକୁ ଘରୁ ବାହାରି ନିକଟସ୍ଥ ଜଙ୍ଗଲକୁ ଯାଇଥିଲା। ତେବେ ମୁୟା ସନ୍ଧ୍ୟା ସମୟରେ ନିଶାସକ୍ତ ଅବସ୍ଥାରେ ଘରକୁ ଫେରି ଅଚାନକ କୀଟନାଶକ ବିଷ ପିଇ ଦେଇଥିଲେ। ଯାହାଫଳରେ ମୁୟାର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବା ପରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ମୁୟା ଚିକିତ୍ସାଧିନ ଅବସ୍ଥାରେ ବିଳମ୍ବିତ ରାତିରେ ପ୍ରାଣ ହରାଇଥିଲା । ଏ ନେଇ ଆଜି ମୁୟାର ପରିବାର ଲୋକେ ପଡିଆ ଥାନାରେ ଜଣାଇବାରୁ ପଡିଆ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି। ଏଥିସହ ଜିଲ୍ଲା ସଦର ଚିକିତ୍ସାଳୟରେ ମୁୟାର ମୃତ ଶରିରର ପଂଚନାମା କରାଯାଇଛି । ଏଥିସହ ମୁୟାର ଶବ ଜବତ କରି ବ୍ଯବଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି। ଅନ୍ୟପଟେ ଏ ନେଇ ପଡିଆ ଥାନାରେ ଅପମୃତ୍ୟୁ ମାମଲା ସଂଖ୍ୟା ୦୮/୨୫ ରୁଜୁ କରାଯାଇ ଘଟଣାର ପରବର୍ତ୍ତୀ ତଦନ୍ତ କରାଯିବ ବୋଲି ପୋଲିସ ପକ୍ଷ୍ୟରୁ ସୂଚନା ମିଳିଛି। ଯୁବକ ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାପଡିଛି।

ସୂଚନା ମୁତାବକ ଏହି ଗ୍ରାମର ଦୁଲା ପଡିଆମୀ ଙ୍କ ୨୨ ବର୍ଷିୟ ପୁଅ ମୁୟା ପଡିଆମି ଗତକାଲି କେନ୍ଦୁପତ୍ର ତୋଳିବାକୁ ଘରୁ ବାହାରି ନିକଟସ୍ଥ ଜଙ୍ଗଲକୁ ଯାଇଥିଲା। ତେବେ ମୁୟା ସନ୍ଧ୍ୟା ସମୟରେ ନିଶାସକ୍ତ ଅବସ୍ଥାରେ ଘରକୁ ଫେରି ଅଚାନକ କୀଟନାଶକ ବିଷ ପିଇ ଦେଇଥିଲେ। ଯାହାଫଳରେ ମୁୟାର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବା ପରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ମୁୟା ଚିକିତ୍ସାଧିନ ଅବସ୍ଥାରେ ବିଳମ୍ବିତ ରାତିରେ ପ୍ରାଣ ହରାଇଥିଲା । ଏ ନେଇ ଆଜି ମୁୟାର ପରିବାର ଲୋକେ ପଡିଆ ଥାନାରେ ଜଣାଇବାରୁ ପଡିଆ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି। ଏଥିସହ ଜିଲ୍ଲା ସଦର ଚିକିତ୍ସାଳୟରେ ମୁୟାର ମୃତ ଶରିରର ପଂଚନାମା କରାଯାଇଛି । ଏଥିସହ ମୁୟାର ଶବ ଜବତ କରି ବ୍ଯବଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି। ଅନ୍ୟପଟେ ଏ ନେଇ ପଡିଆ ଥାନାରେ ଅପମୃତ୍ୟୁ ମାମଲା ସଂଖ୍ୟା ୦୮/୨୫ ରୁଜୁ କରାଯାଇ ଘଟଣାର ପରବର୍ତ୍ତୀ ତଦନ୍ତ କରାଯିବ ବୋଲି ପୋଲିସ ପକ୍ଷ୍ୟରୁ ସୂଚନା ମିଳିଛି।

ad-week
Leave A Reply

Your email address will not be published.