ରାଜଧାନୀରେ ଫୁଟିଲା ଗୁଳି, ଯୁବକ ଆହତ

ଭୁବନେଶ୍ବର: ରାଜଧାନୀରେ ଫୁଟିଲା ଗୁଳି । ଏଥିରେ ଜଣେ ଯୁବକ ଆହତ ହୋଇଛନ୍ତି । ଆହତ ଯୁବକ ହେଲେ ଗୁଆପୁର ଗାଁର ଦୀପ୍ତିରଞ୍ଜନ ମହପାତ୍ର । ତାଙ୍କ ବାମ ହାତରେ ଗୁଳି ବାଜିଛି । ବାଲିପାଟଣା ଅଞ୍ଚଳରେ ଏହି ଗୁଳିକାଣ୍ଡ ଘଟିଛି ।

ଖବର ମୁତାବକ, ବିଳମ୍ବିତ ରାତିରେ ଦୀପ୍ତିରଞ୍ଜନ ମହପାତ୍ର ତାଙ୍କ ଘର ବାରଣ୍ଡାରେ ବସିଥିବାବେଳେ, କିଛି ଦୁର୍ବୁତ୍ତ ବାଇକରେ ଆସି ତାଙ୍କ ଉପରକୁ ଗୁଳିମାଡ କରିଥିଲେ । ଗୁଳିମାଡ ପରେ ଫେରାର ହୋଇଯାଇଛନ୍ତି ଅଭିଯୁକ୍ତ । ଏହାପରେ ଦୀପ୍ତିରଞ୍ଜନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିମାଡ ହୋଇଥିବା ସନ୍ଦେହ କରାଯାଉଛି । ଅଭିଯୋଗ ପରେ ଘଟଣାସ୍ଥଳରେ ବାଲିପାଟଣା ପୋଲିସ ପହଞ୍ଚି ସିସିଟିଭି ଯାଞ୍ଚ କରି ତଦନ୍ତ ଆରମ୍ଭ କରୁଛି ।

nis-ad
Leave A Reply

Your email address will not be published.