ଗଳିତ ମୃତ ଦେହ ଉଦ୍ଧାର ଘଟଣା: ଅଭିଯୁକ୍ତକୁ ଗିରଫ କଲା ମାଲକାନଗିରି ପୋଲିସ…

ମାଲକାନଗିରି : ମାଲକାନଗିରି ଥାନା ଅନ୍ତର୍ଗତ ରେଙ୍ଗାବନ୍ଧ ଗ୍ରାମ ଜଙ୍ଗଲ ନିକଟରେ ଏକ ସପ୍ତାହ ତଳେ ଗୋଟିଏ ଯୁବତୀଙ୍କ ଗଳିତ ମୃତ ଦେହ ରେଙ୍ଗାବନ୍ଧ ଗ୍ରାମ ନିକଟରେ ଥିବା ଜଙ୍ଗଲ ମଧ୍ୟରେ ପଡି ରହିଥିବା ଘଟଣା ପୋଲିସ ମହଲରେ ଆଲୋଡନ ସୃଷ୍ଟି କରିଥିବା ବେଳେ ମାଲକାନଗିରି ଥାନା ଅଧିକାରୀ ରିଗାନ କିଣ୍ଡୋଙ୍କ ତତ୍ୱାବଧାନରେ ଏକ ଟିମ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ଘଟଣା ସ୍ଥଳରୁ କିଛି ପୋଷାକ, ଚପଲ ଜବତ ହୋଇଥିବା ବେଳେ ମର ଶରୀରଟି ପୋଚି ନଷ୍ଟ ହୋଇଯାଇଥିବାରୁ ପରିଚୟ ଚିହ୍ନଟ ହୋଇପାରିନଥିଲା । ଏନେଇ ପୋଲିସ ପକ୍ଷରୁ ୨୧/୨୫ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରାଯାଇ ଘଟଣାର ତଦନ୍ତ ଜାରି ରଖା ଯାଇଥିଲା ବେଳେ ଆଜି ମାଲକାନଗିରି ପୋଲିସ ପକ୍ଷରୁ ମୃତ୍ୟୁର ପର୍ଦାଫାସ କରିଛି ମାଲକାନଗିରି ପୋଲିସ ଏ ନେଇ ଏକ ପ୍ରେସ ମୀଟିଂ ରେ ସୂଚନା ଦେଇଛନ୍ତି ଯେ ସୀମାନ୍ତ ପାଣ୍ଡୁମ ଗାଁ ଛତିଶଗଡ଼ ସିନ୍ଧିଗଡ଼ ପୋଲିସ ଷ୍ଟେସନ ଅନ୍ତର୍ଗତ ୨୦ବର୍ଷୀୟ ଯୁବକ ଉମେଶ ନାଗଙ୍କ ମର୍ତ୍ତୃଣ୍ଡା ଗାଁର ଯୁବତୀ ମଙ୍ଗଳ ଦେଇ ନାଗ ବୟସ ପ୍ରାୟ ୨୫ ବର୍ଷ ଙ୍କ ସହ ୧ ବର୍ଷ ହେଲା ପ୍ରେମ ସଂପର୍କ ରହିଆସିଥିଲା । ପ୍ରେମ ସମ୍ପର୍କ ପାପ ସମ୍ପର୍କରେ ପରିଣତ ହେବା ରୁ ଯୁବତୀ ଜଣଙ୍କ ଗର୍ଭବତୀ ହୋଇଥିଲେ । ଏହା ଜାଣିବା ପରେ ଯୁବକ ଜଣକ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ପରୀକ୍ଷା କରିବା ସହ ଗର୍ଭ ନଷ୍ଟ ପାଇଁ ଯୁବତିଙ୍କୁ କହିଥିଲେ ଯୁବତୀ ଜଣଙ୍କ ଗର୍ଭନଷ୍ଟ ନକରି ବାହା ହେବାକୁ ଜିଦ ଧରିବା ପରେ ଯୁବକ ଜଣକ ଉକ୍ତ ଯୁବତୀଙ୍କୁ ମାଲକାନଗିରି ସୀମାନ୍ତ ଚାଲାଣ ଗୁଡା ଗାଁ ନିକଟ ପଥରରେ ଛେଚି ହତ୍ୟା କରିବା ସହ ରେଙ୍ଗାବନ୍ଧ ଜଙ୍ଗଲରେ ଫିଙ୍ଗିଦେଇଥିଲେ । ଆଜି ମାଲକାନଗିରି ଏସ୍ପି ବିନୋଦ ପାଟିଲ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ପ୍ରଦାନ କରିଛନ୍ତି । ଆଜିର ଏହି ସମ୍ମିଳନୀରେ ମାଲକାନଗିରି ଏସ୍ଡିପିଓ ସଚିନ ପାଟିଲ ମାଲକାନଗିରି ଆଦର୍ଶ ଥାନା ଅଧିକାରୀ ରିଗାଁନ କିଣ୍ଡୋଙ୍କ ସହ ଅନ୍ୟ ଅଧିକାରୀ ଗଣ ଉପସ୍ଥିତ ରହିଥିଲେ ।

nis-ad
Leave A Reply

Your email address will not be published.