କିନ୍ନର ବେଶରେ ପିଲା ଚୋରି କଲେ ପୁରୁଷ, ଚୋରଙ୍କୁ ଧରିଲା କିନ୍ନର ସଂଘ

ଯାଜପୁର : ମୟୁରଭଞ୍ଜରୁ ଚୋରି ହୋଇଥିବା ପିଲା ଯାଜପୁରରେ ଠାବ ।  ଅପହରଣ ହେବାର ତିନି ଦିନ ପରେ ଦୁଇ ପିଲା ଚୋରକୁ ଧରି ଥାନାରେ ପହଞ୍ଚିଲା କିନ୍ନର ସଂଘ । ଦୁଇ ଅଭିଯୁକ୍ତ କିନ୍ନର ବେଶରେ ପିଲାଚୋରି କରିଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ ତିନି ଦିନ ତଳେ ଠାକୁରମୁଣ୍ଡା ବସ୍ ଷ୍ଟାଣ୍ଡରୁ ୫ ବର୍ଷର ଶିଶୁ କନ୍ୟାକୁ ଲିପୁ ନାୟକ ନାମକ ଛଦ୍ମ ବେଶୀ କିନ୍ନର ଅପହରଣ କରି ଆଣି ଯାଜପୁର ରୋଡ ଅଞ୍ଚଳରେ ରଖିଥିଲେ । ଚୋରୀ ସମୟର ଭିଜୁଆଲ ଠାକୁରମୁଣ୍ଡା ପୋଲିସ ସାର୍ବଜନୀନ କରିବା ସହ ଶିଶୁ କନ୍ୟାର ମ ର ଅଭିଯୋଗ ଅନୁଯାୟୀ ମାମାଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।  ଅପହରଣ କାରି ଲିପୁ ନାୟକ ଓ ତାର ଜଣେ ସହଯୋଗୀଙ୍କୁ ଯାଜପୁର ରୋଡ ପୋଲିସ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି ।

nis-ad
Leave A Reply

Your email address will not be published.