ନୟାଗଡ଼: ନୟାଗଡ଼ ଜିଲ୍ଲା କାଠ ମାଫିଆ ମାନଙ୍କ ଅମରାବତୀ କହିଲେ କିଛି ଭୁଲ ହେବ ନାହିଁ କିଛି ଅସାଧୁ କର୍ମଚାରୀ ମାନଙ୍କୁ ହାତ ବାରିସୀ କରି ଜଙ୍ଗଲ ରୁ ବହୁ ମୂଲ୍ୟବାନ କାଠ କାଟି ଜିଲ୍ଲା ଓ ଜିଲ୍ଲା ବାହାରକୁ ଚୋରା ଚାଲାଣ ହେଉଛି ବୋଲି ଅନେକ ଅଭିଯୋଗ ଆସୁଛି l ସୂଚନା ଥାଉକି ଅନେକ ଦିନ ପରେ ଓଡ଼ଗାଁ ବନାଞ୍ଚଳ ଅନ୍ତର୍ଗତ କୁଶଢିପି ଗ୍ରାମରୁ ବନ କର୍ମଚାରୀ ମାନେ ୬ ଖଣ୍ଡ ଶାଳଗଣ୍ଡି ଜବତ କରିଛନ୍ତି ।ସୂଚନା ଅନୁଯାୟୀ କୌଣସି ସୂତ୍ରରୁ ଖବର ପାଇ ଓଡ଼ଗାଁ ବନାଞ୍ଚଳ ଅଧିକାରୀ ନିଖିଲେଶ ମଲ୍ଲିକଙ୍କ ନିର୍ଦ୍ଦେଶରେ ଫରେଷ୍ଟର ସରିତା ବରାଳ, ଗାର୍ଡ ସୌମ୍ୟରଞ୍ଜନ ଦଳେଇ ଏବଂ ଅନ୍ୟ କର୍ମଚାରୀ ମାନେ କୁଶଢିପି ଗ୍ରାମରେ ଛାନଭିନ କରିଥିଲେ । ଗାଁ ମୁଣ୍ଡରେ ଥିବା ମୁନା ନାୟକଙ୍କ ବାରିପଟ ଖଳାରୁ ୬ ଖଣ୍ଡ ଶାଳଗଣ୍ଡି ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ୫୦ ହଜାର ଟଙ୍କାରୁ ଅଧିକ ବୋଲି ଜଣା ପଡିଛି।ମାତ୍ର ଏହି କାଠ କିଏ ଓ କାହିଁକି ମୁନା ନାୟକଙ୍କ ଖଳାରେ ରଖିଛି ତାର ତଦନ୍ତ କରୁଛି ବନ ବିଭାଗ । ବର୍ତମାନ ତଦନ୍ତ ପରେ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବନାଞ୍ଚଳ ଅଧିକାରୀ ଶ୍ରୀ ମଲ୍ଲିକ କହିଛନ୍ତି ।ଏଠାରେ ସୂଚନା ଥାଉକି ଓଡ଼ଗାଁ, ଶରଣକୂଳ ଅଞ୍ଚଳ ରୁ ମାଫିଆ ମାନେ କୋଟି କୋଟି ଟଙ୍କା ର ମୂଲ୍ୟବାନ କାଠ ଚୋରା ଚାଲାଣ କରୁଛନ୍ତି ଏହାକୁ ନେଇ ଅନେକ ବନ ବିଭାଗ କୁ ଅବଗତ କରାଯାଉଛି କିନ୍ତୁ ଚଢ଼ାଉ ପୂର୍ବରୁ ବିଭାଗ ର କିଛି କର୍ମଚାରୀ ଉକ୍ତ ସୂଚନା ମାଫିଆ କୁ ପ୍ରଦାନ କରିଦିଅନ୍ତି ଯାହାଫଳରେ ଚଢ଼ାଉ ଧର୍ମକୁ ଆଖିଠାର ସଦୃଶ୍ୟ ହୁଏ ତେଣୁ ଏଥି ପ୍ରତି ଉଚ୍ଚ କତୃପକ୍ଷ ଧ୍ୟାନ ଦେବାକୁ ବୁଦ୍ଧିଜୀବୀ ମହଲ ରେ ଦାବୀ ହୋଇଛି l
