କାଳ ବୈଶାଖୀ ପ୍ରଭାବ : ମାଲକାନଗିରି ସଦରରେ ଭାଙ୍ଗିଲା ଅନେକ ଗଛ ବିଦ୍ୟୁତ ସରବରାହ ବନ୍ଦ

ମାଲକାନଗିରି : ଆଜି ମାଲକାନଗିରି ଜିଲ୍ଲା ସଦର ସମେତ ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ବର୍ଷା ସହ ଘଡଘଡି ମାରିଥିବା ଦେଖିବାକୁ ମିଳିଛି। ପବନ ଯୋଗୁଁ ମାଲକାନଗିରି ଜିଲ୍ଲା ସଦର ମହାକୁମା ଡିଏନକେ ୧୧୯ କଲୋନୀ ରେ ଏକ ବୃହତ ଆମ୍ବ ଗଛ ଭାଙ୍ଗି ବିଦ୍ୟୁତ ଖୁଣ୍ଟ ଉପରେ ପଡି ବା ଦ୍ୱାରା ବଦ୍ୟୁତ ତାର ଚିଡିଯାଇଛି, ସଙ୍ଗେ ସଙ୍ଗେ ଅଗ୍ନିଶମ ଓ ବିଦ୍ୟୁତ ବିଭାଗ କର୍ମ ଚାରୀ ଘଟଣା ସ୍ଥଳରେ ପହଁଚି ଗଛ ଡାଳ କାଟି ରାସ୍ତା ରୁ ଗଛ ହଟାଇବା ପରେ ଆଜି ରାତିରେ ଯାତାୟତ ସ୍ୱାଭାବିକ ହୋଇଛି। ବିଭିନ୍ନ ସ୍ଥାନ ରେ ଗଛ ଓ ବିଦ୍ୟୁତ ଖୁଣ୍ଟ ଭାଙ୍ଗିବା ଦ୍ୱାରା ରାତ୍ର ରେ ବିଦ୍ୟୁତ ସରବରାହ ବନ୍ଦ ରହିଛି,ଜାତୀୟ ରାଜପଥ ପାର୍ଶ୍ଵ, ସାହି ବସ୍ତି ଓ ବିଭିନ୍ନ ସ୍ଥାନରେ ବିରାଟ କାୟ ଗଛ ମାନ ଭାଙ୍ଗି ପଡିଥିବା ଦେଖିବାକୁ ମିଳିଛି। ସନ୍ଧ୍ୟାରେ ଏହି ବର୍ଷା ଓ ପ୍ରବଳ ପବନ ଯୋଗୁଁ ଜିଲ୍ଲା ସଦର ମହକୁମା ର ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ପଡିଛି। ଫଳରେ ବିଦ୍ୟୁତ ସଂଯୋଗ ମଧ୍ୟ ଠପ ହୋଇଯାଇଥିଲା।

ଏହା ସହ କିଛି ସ୍ଥାନରେ ରାସ୍ତା ଉପରେ ବଡ ଗାଡି ଗୁଡିକ ମଧ୍ୟ ଯାତାୟତ କରିବାରେ ବାଧା ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ଯଦିଓ ଏହି ବର୍ଷା କିଛିଟା ଅଶ୍ବସ୍ଥି ଦେଇଛି କିନ୍ତୁ ଅନେକ ଗଛ ଭାଙ୍ଗିବା ସହ ବିଦ୍ୟୁତ ତାର ଗୁଡିକ ଛିଡି ଯାଇଥିବା ସହିତ ଅନେକ ଗ୍ରାମ ରେ କଦଳୀ ଓ ଅମୃତ ଭଣ୍ଡା, ଆମ୍ବ, ଚାକୁଣ୍ଡା ଗଛ ଭାଙ୍ଗି ଯାଇ ନଷ୍ଠ ହୋଇ ଯାଇ ଥିବାର ଦେଖିବାକୁ ମିଳିଛି। ଏହି ବର୍ଷା କୁ ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବରୁ ସତର୍କ ସୂଚନା ଜାରି ସହ ଆସନ୍ତା କାଲି ମଧ୍ୟ ବର୍ଷା ହେବାର ପୂର୍ବନୁମାନ କରି ସତର୍କ ସୂଚନା ଜାରି କରାଯାଇଛି।

nis-ad
Leave A Reply

Your email address will not be published.