ପିସିଆର୍ ଭ୍ୟାନ ଉପରେ ଚଢ଼ିଗଲା ହାଇୱା, ଦୁଇ ପୋଲିସ କର୍ମଚାରୀଙ୍କ ମୃତ୍ୟୁ

କଟକ: ପିସିଆର୍ ଭ୍ୟାନ ଉପରେ ଚଢ଼ିଗଲା ହାଇୱା । ଦୁଇ ପୋଲିସ କର୍ମଚାରୀଙ୍କ ମୃତ୍ୟୁ । ଅନ୍ୟ ଜଣେ ଗୁରୁତର । କଟକ ଗତି ରାଉତପାଟଣା ଅଞ୍ଚଳରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ହୋମଗାର୍ଡ ଓ ଅନ୍ୟଜଣେ କନେଷ୍ଟବଳ ଥିଲେ । ଗୁରୁତର ପୋଲିସ କର୍ମଚାରୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ପିସିଆର ଗାଡିଟି CRRI ଥାନାରେ ନିୟୋଜିତ ଥିଲା ।

ଆଜି ସକାଳୁ ସିଆରଆରଆଇ ଥାନା ପିସିଆର ପାଟ୍ରୋଲିଂ ବେଳେ କଟକ-ପାରାଦୀପ ରାସ୍ତାର ଗତିରାଉତପାଟଣାରେ ପୋଲିସ ପିସିଆରକୁ ଏକ ଟ୍ରକ ଚାପିଦେଇଥିଲା । ଫଳରେ ଘଟଣାସ୍ଥଳରେ ଜଣେ ଓଏପିଏଫ୍‌‌ ଯବାନଙ୍କ ସହ ହୋମଗାର୍ଡଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହି ଦୁର୍ଘଟଣାରେ ଗୁରୁତର ଜଣେ ପୋଲିସ କର୍ମଚାରୀଙ୍କୁ ଏସସିବି ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଟ୍ରକ ଡ୍ରାଇଭରକୁ ଅଟକ ରଖି ପୁଲିସ ଛାନଭିନ୍‌‌ ଚଳାଇଛି।

nis-ad
Leave A Reply

Your email address will not be published.