ଆକ୍ରମଣ ସହ ହତ୍ୟା ଧମକ, ଥାନାରେ ଏତଲା

ହିଞ୍ଜିଳିକାଟୁ : କୈାଣସି କାରଣରୁ ଗ୍ରାମର ୨ ଯୁବକ ମାରପିଟ୍ ହେଉଥିବା ବେଳେବେଳେ ଉଭୟଙ୍କୁ ବୁଝାସୁଝା କରିବା ବେଳେ ଉତ୍ତ୍ୟକ୍ତ ଯୁବକ ଓ ତାଙ୍କ ବାପା ମିଶି ବୁଝାସୁଝା କରୁଥିବା ଯୁବକଙ୍କୁ ଆକ୍ରମଣ କରିବା ସହ ହତ୍ୟା ଧମକ ଦେବା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି। ଏଭଳି ଏକ ଘଟଣା ଶନିବାର ହିଞ୍ଜିଳି ଥାନା ରାଳବ ଗ୍ରାମରେ ଘଟିଛି। ଅଭିଯୋଗ ପ୍ରକାରେ, ଶନିବାର ଅପରାହ୍ନରେ ହିଞ୍ଜିଳି ଥାନା ରାଳବ ଗ୍ରାମର ୨ ଯୁବକ ଶିବଶଙ୍କର ବରଡ ଓ ଓମ୍ ବରଡଙ୍କ ମଧ୍ୟରେ ଗ୍ରାମ ଦାଣ୍ଡରେ ଗଣ୍ଡଗୋଳ ଚାଲିଥିଲା। ସଂପୃକ୍ତ ଗ୍ରାମର ବୁଲୁ ପ୍ରଧାନ ଘଟଣା ସ୍ଥଳକୁ ଆସି ଉଭୟଙ୍କୁ ଗଣ୍ଡଗୋଳ ନକରିବା ପାଇଁ ବୁଝାସୁଝା କରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଓମ୍ ବରଡ ଓ ତାଙ୍କ ବାପା ଭୀମ ବରଡ ମିଶି ହଠାତ୍ ବୁଲୁଙ୍କୁ ତୁମେ କାହିଁକି ଏଥିରେ ହସ୍ତକ୍ଷେପ କରୁଛ ବୋଲି କହିବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ।‌ ଆକ୍ରମଣରେ ବୁଲୁ ଆହତ ହୋଇ ଘଟଣା ସ୍ଥଳରୁ ଖସି ଘରକୁ ଫେରି ଆସିଥିଲେ । ଶନିବାର ରାତିରେ ଓମ୍, ତାଙ୍କ ବାପା ଭୀମ ଓ ସହଯୋଗୀ ସୁଧିର ପାଣ୍ଡି ବୁଲୁଙ୍କ ଘରକୁ ଆସି କବାଟ ଖୋଲିବାକୁ କହିଥିଲେ।‌ ବୁଲୁଙ୍କ ସମ୍ପର୍କୀୟ ଝୁଲଣା ସାହୁ ଓ ତାଙ୍କ ସ୍ବାମୀ ସଞ୍ଜୟ ସାହୁ କବାଟ ଖୋଲି ଘଟଣା ସମ୍ପର୍କରେ ପଚାରିବାରୁ ୩ ଜଣ ମିଲି ମହିଳାଙ୍କୁ ଟଣାଓଟରା କରିବା ସହ ସଞ୍ଜୟଙ୍କୁ ଏକ ଶାବଳରେ ଆକ୍ରମଣ କରିଥିଲେ। ଘଟଣା ନେଇ ଥାନାରେ ଅଭିଯୋଗ କଲେ ହତ୍ୟା କରିବାକୁ ଧମକ ଦେଇଥିଲେ ବୋଲି ବୁଲୁଙ୍କ ସ୍ତ୍ରୀ ଝିଲି ପ୍ରଧାନ ରବିବାର ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ- ୩୨୦/୨୫ ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ କରୁଥିବା ଥାନା ଆଇଆଇସି ଶ୍ରୀନିବାସ ସେଠିଙ୍କ ସୂତ୍ରରୁ ପ୍ରକାଶ। ଅନ୍ୟପକ୍ଷରେ ଘଟଣାକୁ କେନ୍ଦ୍ର କରି ଗ୍ରାମର ୨ ଗୋଷ୍ଠୀ ମଧ୍ୟରେ ଚାପା ଉତ୍ତେଜନା ଲାଗି ରହିଥିବା ଦେଖିବାକୁ ମିଳିଛି।

nis-ad
Leave A Reply

Your email address will not be published.