ମହିଳା ମହାବିଦ୍ୟାଳୟରେ ଛାତ୍ରୀଙ୍କୁ ମାନସିକ ନିର୍ଯ୍ୟାତନା ଘଟଣା ଅଭିଯୋଗ କୁ ନେଇ ଜିଲ୍ଲାପାଳଙ୍କ ନିର୍ଦେଶ ଅନୁଯାୟୀ ଅତିରିକ୍ତ ଜିଲ୍ଲାପାଳ ତଦନ୍ତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦର ସ୍ଥିତ ମାଲକାନଗିରି ମହିଳା ମହା ବିଦ୍ୟାଳୟରେ ଅଧ୍ୟୟନରତ ଜଣେ ଗରୀବ ଓ ମେଧାବୀ ଛାତ୍ରୀଙ୍କୁ କିଛି ଅଧ୍ୟାପିକା ଓ କର୍ମଚାରୀ ମାନସିକ ଭାବେ ନିର୍ଯ୍ୟାତନା ଦେଉଥିବା ନେଇ ଅଭିଯୋଗ ଆସିବା ପରେ ଘଟଣାର ତଦନ୍ତ ପାଇଁ ଜିଲ୍ଲାପାଳ ଅଶିଶି ଇଶ୍ଵର ପାଟିଲଙ୍କ ନିର୍ଦେଶ ଅନୁଯାୟୀ ଅତିରିକ୍ତ ଜିଲ୍ଲାପାଳ ଘଟଣାର ତଦନ୍ତ କରିଛନ୍ତି। ସୂଚନା ଅନୁଯାୟୀ ଜିଲ୍ଲା ସଦର ମହକୁମା ସ୍ଥିତ କୁମ୍ଭାର ସାହିରେ ରହୁଥିବା ପ୍ରକାଶ ଏବଂ ବୈଜୟନ୍ତୀ ସାହୁଙ୍କ କନ୍ୟା ଗତ ମାଟ୍ରିକ ପରୀକ୍ଷାରେ ଭଲ ନମ୍ବର ଆଣି ଉତିର୍ଣ ହୋଇଥିଲେ। ପିତା ମାତା ଉଭୟ ଶାରିରୀକ କ୍ଷିନ୍ନକ୍ଷମ ହୋଇଥିବା ବେଲେ ମା ଘରେ ଘରେ ବୁଲି ବାସନ ମାଜି ଘର ଚୁଲି ଜଳାନ୍ତି। ସେହିପରି ପିତା ମଧ୍ୟ ଭିନ୍ନକ୍ଷମ ହୋଇଥିବାରୁ କୌଣସି କାର୍ଯ୍ୟ କରି ପାରୁନାହାନ୍ତିା ଏଭଳି ସ୍ଥିତିରେ ଝିଅର ପାଠପଢାରେ ଡୋରି ବାନ୍ଧିବାକୁ ନିଷ୍ପତି ନେଇଥିଲୋ କିନ୍ତୁ ଝିଅର ପ୍ରବଳ ଇଛା ଶକ୍ତି ଥିବାରୁ ମାଲକାନଗିରି ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ତୁରନ୍ତ ସହାୟତାର ହାତ ବଢାଇବା ସହ କିପରି ଉଚ୍ଚ ଶିକ୍ଷା ପାଇବ ସେଥିପାଇଁ ତୁରନ୍ତ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ଦୁଷ୍ମନ୍ତ ଜେନାଙ୍କୁ ରେଡକ୍ରସ ତରଫରୁ ଝିଅର ସମସ୍ତ ବାର୍ଷିକ ଫିଜ୍ ଦେଇ ଝିଅଟିର ନାମ ଲେଖାଇଥିଲେ। କିଛି ସାମାଜିକ କର୍ମୀ ମଧ୍ୟ ଝିଅଟିକୁ ସାହାଜ୍ଯ କରିଥିବା ବେଳେ ବର୍ତ୍ତମାନ ମହିଳା ମହାବିଦ୍ୟାଳୟରେ କିଛି ଅଧ୍ୟାପିକା ଓ କର୍ମଚାରୀ ଝିଅଟିକୁ ଗରୀବ ଶ୍ରେଣୀର ହୋଇଥିବାରୁ ବିବିନ୍ନ କଟୁକଥା କହୁଛନ୍ତିା ଏଥିପାଇଁ ଝିଅ କଲେଜ ଯିବାକୁ ଡରୁଥିବା ସହ କଲେଜ ପାଠ ପଡିବି ନାହିଁ ବୋଲି ଅଭିଯୋଗ କରିଥିଲେ ପରିବାର ଲୋକେ। ଏହି ମହାବିଦୟାଳୟରେ ଦୁଇଟି ଗୋଷ୍ଠି ଥିବା ବେଳେ ଟିଉସନକୁ ନେଇ ଦୁଇଗୋଷ୍ଠି ମଧ୍ୟରେ ପ୍ରତିଯୋଗିତା ଲାଗିଛିା ଉଭୟ ଗୋଷ୍ଟିର ଅଧ୍ୟାପକ ଅଧ୍ୟାପିକା ମାନେ ନିଜ ନିକଟକୁ ଟିଉସନ ଆସୁନଥିବା ଛାତ୍ରୀ ମାନଙ୍କୁ ନିର୍ଯ୍ୟାତନା ଦେଉଥିବା ମଧ୍ୟ ଅଭିଯୋଗକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପରେ ଜିଲ୍ଲାପାଳ ଶ୍ରୀ ପାଟିଲ ଗତକାଲି ଘଟଣାକୁ ଗୁରୁତ୍ତର ସହ ନେଇ ଅତିରିକ୍ତ ଜିଲ୍ଲାପାଳଙ୍କୁ ଘଟଣାର ତଦନ୍ତ ଦାଇତ୍ଵ ଦେଇଥିଲେ। ତେବେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ଛାତ୍ରୀଙ୍କ ଘରକୁ ଯାଇ ଛାତ୍ରୀ ଓ ପରିବାର ଲୋକଙ୍କ ସହ ଆଲୋଚନା କରିଥିଲେ। ଘଟଣା ର ସତ୍ୟତା ନେକ ବିଭିନ୍ନ ତଥ୍ୟ ସଂଗ୍ରହ କରିବା ସହ ମହାବିଦ୍ୟାଳୟ କୁ ଯାଇ ସେଠାରେ ମଧ୍ୟ ତଥ୍ୟ ସଂଗ୍ରହ କରିଥିଲେ। ଏହା ସହ ମହାବିଦ୍ୟାଳୟ ର ହଷ୍ଟେଲ ପରିଚାଳନା ଦାୟିତ୍ବ ଜଣେ ମହିଳା କର୍ମଚାରୀ ଙ୍କୁ ଦେବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ସେହିପରି କୌଣସି ଅଧ୍ୟାପକ ଅଧ୍ୟାପିକା ପିଲାଙ୍କୁ ଟିୟୁସନ କରିବେ ନାହିଁ ବୋଲି ମଧ୍ୟ କଡା ନିର୍ଦେଶ ଦେଇଛନ୍ତି। ଏହା ସହ ପିଲାଙ୍କୁ ନିର୍ଯ୍ୟାତନା ହେଲେ କିପରି ଅଭିଯୋଗ କରିବେ ସେନେଇ କାଉନସିଲଙ୍ଗ ସହ କମିଟି ଗଠନ କରାଯାଇଥିଲା। ଏହା ବ୍ୟତୀତ ଅଭିଯୋଗ କାରୀ ଛାତ୍ରୀଙ୍କ ଅଭିଯୋଗ ର ତଦନ୍ତ ଜାରି ରହିଛି, ଯିଏ ଦୋଷୀ ସାବ୍ୟସ୍ତ ହେବ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି।

nis-ad
Leave A Reply

Your email address will not be published.