ମାଲକାନଗିରି : ଦେଶ ୧୯୪୭ ମସିହାର ଅଗଷ୍ଟ ୧୫ରେ ସ୍ୱାଧୀନ ହୋଇଥିଲା ବେଳେ ୧୯୫୦ ମସିହା ଜାନୁଆରୀ ୨୬ରେ ଗଣତନ୍ତ୍ର ଦେଶ ଭାବେ ଘୋଷଣା କରା ଯାଇଥିଲ।। ସେ ସମୟରେ ପ୍ରବାଦ ପୁରୁଷ ବାବା ସାହେବ ଡଃ ଭିମରାଓ ଆମ୍ବେଦକର ଭାରତର ସୁଦୃଢ ଗଣତନ୍ତ୍ର ପାଇଁ ସମ୍ବିଧାନ ଲେଖିଥିଲୋ କିନ୍ତୁ ୧୯୫୦ ରୁ ୧୯୫୨ ଦେଶରେ ନିର୍ୱାଚନ କରା ନ ଯାଇ ଜବାହାରଲାଲ ନେହେରୁ ବିନା ନିର୍ୱାଚନରେ ତିନିବର୍ଷ ପ୍ରଧାନମନ୍ତ୍ରୀ ହୋଇଥିଲୋ ତା ପରେ ୧୯୫୩ ମସିହାରେ ସାଧାରଣ ନିର୍ୱାଚନରେ ପ୍ରଧାନମନ୍ତ୍ରୀ ଭାବେ ନେହେରୁ ନିର୍ୱାଚିତ ହୋଇ ଦାୟିତ୍ୱ ନେଇଥିଲା ବେଲେ ଶିକ୍ଷା ମନ୍ତ୍ରୀ ଭାବେ ଜଣେ ମୁସଲମାନ ଲୋକଙ୍କୁ ଦାୟିତ୍ୱ ଦେଇଥିଲେ । କ୍ରମାଗତ ନିର୍ୱାଚନରେ ପାଂଚଜଣ ମୁସଲମାନ ଲୋକ ଶିକ୍ଷା ବିଭାଗ ଦାୟିତ୍ୱ ନେଇଥିଲା ବେଲେ ସମ୍ବିଧାନ ପ୍ରଣେତା ବାବାସାହେବ ଆମ୍ବେଦକରଙ୍କୁ ମନ୍ତ୍ରୀ ର ସୁ ଯୋଗ ମିଳି ନଥିଲ।। ବରଂ ବାବା ସାହେବ କିପରି ନିର୍ୱାଚନରେ ହାରିବେ ସେଥିପାଇଁ କଂଗ୍ରେସ ଶଡ ଯନ୍ତ୍ର କରିଥିଲ।। ଦୀର୍ଘ ବର୍ଷ କଂଗ୍ରେସ ଶାସନ କରି ଆସିଥିଲେ ମଧ୍ୟ ବାବା ସାହେବଙ୍କୁ ଭୁଲି ଯାଇ ଭାରତରତ୍ନ ପୁରସ୍କାର ମଧ୍ୟ ସେହି ସମୟରେ ଦେଇ ନଥିଲୋ କେବଳ ଆମ୍ବେଦକରଙ୍କ ନାମରେ ଲୋକମାନଙ୍କୁ ବିଭ୍ରାନ୍ତକର ତଥ୍ୟ ଦେଇ ଭୁଆଁ ବୁଲାଉଥିଲୋ ବିଜେପି ସରକାର ସବୁ ସମୟରେ ଆମ୍ବେଦକରଙ୍କୁ ସମ୍ମାନ ଦେଇ ଆସିବା ସହ ତାଙ୍କର ଜନ୍ମରୁ ମୃତ୍ୟୁ ପ ର୍ଯ୍ୟନ୍ତ ବିଭିନ୍ନ ସ୍ଥାନ ଗୁଡିକୁ ଆଜି ତୀର୍ଥ ସ୍ଥାନରେ ପରିଣତ କରି ଭାରତରତ୍ନ ପୁରସ୍କାର ଦେଇଥିବା ଆଜି ଏକ ବୁଦ୍ଧିଜୀବି ସମ୍ମିଳନୀରେ ବକ୍ତାମାନେ ପ୍ରକାଶ କରିଛନ୍ତିା ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କ କ୍ଷରେ ଭାରତୀୟ ଜନତା ପାର୍ଟି ଜିଲ୍ଲା ସଭାପତି ଅଶୋକ ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଟିତ କା ର୍ଯ୍ୟକ୍ରମରେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ମାଲକାନଗିରି ବିଧାୟକ ନରସିଂହ ମାଡକାମି, ରାଜ୍ୟ କା ର୍ଯ୍ୟକାରୀ କମିଟି ସଦସ୍ୟ ଆଇନଜୀବି ପ୍ରଶନ୍ନ କୁମାର ପାଢି, ଚତୁର୍ଭୁଜ ଶର୍ମା, ପୂର୍ୱତନ ଜିଲ୍ଲା ସଭାପତି ନିମାଇ ଚନ୍ଦ୍ର ପାଲ, ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲୋ ଏହି ବୁଦ୍ଧିଜୀବି ସମ୍ମିଳନୀରେ ଜିଲ୍ଲାର ବିଭିନ୍ନ ଅଂଚଳରୁ ୧୦୦ରୁ ଉର୍ଧ ବୁଦ୍ଧିଜୀବି ଅଂଶଗ୍ରହଣ କରିଥିଲୋ
