ଡିଜେ ଗାଡି ଜବତ, ଜଣେ ଅଟକ

add-all

ହିଞ୍ଜିଳିକାଟୁ : ବିନା ଅନୁମତିରେ ବିଳମ୍ବିତ ରାତିରେ କର୍କଶ ଶବ୍ଦ ପ୍ରଦ୍ୟୁଷଣ କରି ଡିଜେ ବଜାଇବା ପଡିଛି ମହଙ୍ଗା। ସଂପୃକ୍ତ ଘଟଣାରେ ହିଞ୍ଜିଳି ପୁଲିସ ଡିଜେ ଗାଡିକୁ ଜବତ କରିବା ସହ ଡିଜେ ମାଲିକଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି ।‌ ଏଭଳି ଏକ ଘଟଣା ସୋମବାର ବିଳମ୍ବିତ ରାତିରେ ହିଞ୍ଜିଳି ଥାନା ଶାସନଆମ୍ବଗାଁ ଗ୍ରାମରେ ଘଟିଛି।‌ ସୋମବାର ବିଳମ୍ବିତ ରାତିରେ ହିଞ୍ଜିଳି ଥାନା ଶାସନଆମ୍ବଗାଁ ଗ୍ରାମରେ ଏକ ବିବାହ ଶୋଭାଯାତ୍ରାରେ ଏକ ଡିଜେ ଗାଡି କର୍କଶ ଶବ୍ଦ ପ୍ରଦ୍ୟୁଷଣ କରି ଗ୍ରାମ ଦାଣ୍ଡରେ ଗାଡି ଚାଲିଥିଲା। ଡିଜେ ଶବ୍ଦ କମ୍ କରିବା ପାଇଁ ଗ୍ରାମର କିଛି ବ୍ୟକ୍ତି ସଂପୃକ୍ତ ଡିଜେ ମାଲିକଙ୍କୁ ଅନୁରୋଧ କରିଥିଲେ।‌ କିନ୍ତୁ ଡିଜେ ମାଲିକ ଅଧିକ ଶବ୍ଦ କରି ଗାଁ ଦାଣ୍ଡରେ ଶୋଭାଯାତ୍ରାରେ ପରିକ୍ରମା କରିଥିଲେ।‌ ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସଂପୃକ୍ତ ଡିଜେ ମାଲିକଙ୍କୁ ଅନୁମତି ପତ୍ର ମାଗିଥିଲେ । ବିନା ଅନୁମତିରେ ବିବାହ ଶୋଭାଯାତ୍ରାରେ ଡିଜେ ବ୍ୟବହାର କରିବା ସହ ଶବ୍ଦ ପ୍ରଦ୍ୟୁଷଣ କରିବା ଅଭିଯୋଗରେ ଡିଜେ ଗାଡିକୁ ଜବତ କରିବା ସହ ଡିଜେ ମାଲିକଙ୍କୁ ଥାନାରେ ଅଟକ ରଖିଛି । ଅଟକ ଜଣଙ୍କ ହେଲେ ଆସିକା ଗ୍ରାମର ଏମ୍. ରାଜେନ୍ଦ୍ର ।‌ ଏ ନେଇ ହିଞ୍ଜିଳି ଥାନାରେ ପିଆର କେସ ନଂ- ୪୯/୨୫ ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ କରୁଥିବା ଥାନା ଆଇଆଇସି ଶ୍ରୀନିବାସ ସେଠିଙ୍କ ସୂତ୍ରରୁ ପ୍ରକାଶ।‌

ad-week
Leave A Reply

Your email address will not be published.