ଛତ୍ରପୁର ଶ୍ରମ କାର୍ଯ୍ୟାଳୟରେ ଖାଲିଥିବା ପଦବୀ ପୂରଣ କରିବା ସହ ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ଶ୍ରମମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ
ଛତ୍ରପୁର : ଛତ୍ରପୁର ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଅଧ୍ଯକୃତ ପରିସରରେ କାର୍ଯ୍ୟ କରୁଥିବା ବିଭିନ୍ନ ଶ୍ରମିକ ସଂଗଠନ ଓ ନିର୍ମାଣ ଶ୍ରମିକ ୟୁନିୟନର ମିଳିତ କ୍ରିୟା ଅନୁଷ୍ଠାନ କମିଟି ଏବଂ କର୍ମକର୍ତା ମାନେ ଆଜି ବିଭିନ୍ନ ଦାବୀ ନେଇ ଶ୍ରମ ମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଏକ ଲିଖିତ ଦାବୀ ପତ୍ର ଶ୍ରମ କମିସନର ଙ୍କୁ ଭେଟି ପ୍ରଦାନ କରିଛନ୍ତି । ଛତ୍ରପୁର ଶ୍ରମ କାର୍ଯ୍ୟ।ଳୟ ଅଧୀନରେ ପୁରୁଷୋତ୍ତମପୁର ବ୍ଲକ ପରିସରଭୁକ୍ତ ଥିଲେ ମଧ୍ୟ ନୂତନ ଭାବେ ନିଯୁକ୍ତି ପାଇଥିବା ପୁରୁଷୋତ୍ତମପୁର ଏ ଏଲ ଓ ଙ୍କୁ ବ୍ରହ୍ମପୁର କାର୍ଯ୍ୟାଳୟରେ ଅବସ୍ଥାପିତ କରାଯାଇଛି । ତେଣୁ ତୁରନ୍ତ ଏହି ଆଦେଶକୁ ପ୍ରତ୍ୟାହାର କରି ଛତ୍ରପୁର କାର୍ଯ୍ୟ।ଳୟ ଅଧୀନକୁ ଅଣାଯାଉ । ବିଭିନ୍ନ ନିର୍ମାଣ ଶ୍ରମିକମାନଙ୍କର ପଞ୍ଜୀକରଣ (ରେଜୀଷ୍ଟ୍ରେଶନ) ଓ ସହାୟତା ରାଶି ପ୍ରଦାନରେ ପ୍ରର୍ଯ୍ୟାୟ କ୍ରମେ ଅନୁଯାଇ ପ୍ରଦାନ କରିବା ସଙ୍ଗେ ସଙ୍ଗେ ସାର୍ବଜନୀନ କରାଯାଉ ।
ନିର୍ମାଣ ଶ୍ରମିକ ପାଇ ଉଦ୍ଧିଷ୍ଟ ଶ୍ରମିକ ସଂଗଠନ ମାନଙ୍କୁ ସମାନ ଓ ବିବେକ ଅନୁମୋଦିତ ଭାବେ ପ୍ରାଧାନ୍ୟ ଦେଇ ଶ୍ରମିକମାନଙ୍କର ପଞ୍ଜୀକରଣ (ରେଜୀଷ୍ଟେଶନ)ଓ ସହାୟତା ରାଶି ପ୍ରଦାନ କରାଯାଉ ଛତ୍ରପୁର କାର୍ଯ୍ୟାଳୟରେ ଡ଼ି ଏଲ ସି ଅଫିସ ଅବସ୍ଥାପନ କରାଯାଉ । ଅତି କମରେ ସପ୍ତାହକୁ ୨ଦିନ ଏଠାରେ ତାଙ୍କର କାର୍ଯ୍ୟ।ଳୟ କାର୍ଯ୍ୟ କରିବାପାଇ ନିର୍ଦ୍ଦେଶ ଦିଆଯାଉ । ଛତ୍ରପୁର ଶ୍ରମ କାର୍ଯ୍ୟାଳୟ ଅଧୀନରେ ଗୋପାଳପୁର ବନ୍ଦର, ଶ୍ରମିକ ସଂଖ୍ୟା 7000, ଗ୍ରାସିମ ଶ୍ରମିକ ସଂଖ୍ୟା 1200 ଟିଟାନିୟମ ଶ୍ରମିକ ସଂଖ୍ୟା 300, ଟାଟାଷ୍ଟିଲ, ଟାଟା ଟି, ଫୋରାକ୍ରମ, ଦୀପକ ଫୋଟିଲାଇଜର ଶ୍ରମିକ ସଂଖ୍ୟା 2000, ଆଇ ଆର ଇ ଏଲ ସମେତ ଅନେକ ଛୋଟ ବଡ କମ୍ପାନୀ ଥିଲେ ମଧ୍ୟ ଛତ୍ରପୁର ଡ଼ି ଏଲ ଓ ଅଫିସ ଉପେକ୍ଷିତହୋଇ ରହିଅଛି । ଏଣୁ ଡ଼ି ଏଲ ସି ଅଫିସ ଅବସ୍ଥାପିତ କରାଯାଉ, ନିର୍ମାଣ ଶ୍ରମିକ ମାନଙ୍କୁ ଇଏସ ଆଇ ଚିକିତ୍ସା ରେ ଅନ୍ତର୍ଭୁକ୍ତ କରାଯାଉ ଏବଂ 100 ଶଯ୍ୟା ବିଶିଷ୍ଟ ଇ ଏସ ଆଇ ଡାକ୍ତର ଖାନା ଛତ୍ରପୁର ଠାରେ ସ୍ଥାପନ କରାଯାଉ । ଶ୍ରମ କାର୍ଯ୍ୟାଳୟରେ କର୍ମଚାରୀ ଘୋର ଅଭାବ ଥିବା ଯୋଗୁଁଶ୍ରମିକ ମାନଙ୍କର କାର୍ଯ୍ୟ ଠିକ ଭାବେ ହୋଇପାରୁନହି । ଏଣୁ ପ୍ରଯ୍ୟାପ୍ତ ପରିମାଣର କର୍ମଚାରୀ ନିଯୁକ୍ତି ଦିଯାଯାଉ । ଶ୍ରମ କାର୍ଯ୍ୟାଳୟରେ ବସିବା କଥା ଅଲଗା ଠିଆ ହେବାକୁ ମଧ୍ୟ ଛାଇ ଟିକେ ନାହିଁ । ତୁରନ୍ତ ଏକ ପ୍ରତୀକ୍ଷାଳୟ ସହ ପାନୀୟ ଜଳର ବ୍ୟବସ୍ତା କରାଯାଉ |
ବିଭିନ୍ନ ସହାୟତା ରାଶି ପ୍ରଦାନ ବିଭିନ୍ନ ସହାୟତା ବଣ୍ଟନ ସମୟରେ ଶ୍ରମିକ ସଂଗଠନ ମାନଙ୍କୁ ପ୍ରାଧାନ୍ୟ ଦେଇ କର୍ମକର୍ତାଙ୍କୁ ଉପଯୁକ୍ତ ସମ୍ମାଜଦେଇ ସଭାକାର୍ଯ୍ୟ କରିବା ପାଇ ନିବେଦନ କରାଯାଉଛି । ନୂତନ ପଞ୍ଜୀକରଣ କାର୍ଡ ଗୁଡିକ ଆପ୍ରୁଭଲ ହେବା ସଙ୍ଗେ ସଙ୍ଗେ ଇ ସିଙ୍ଗେଚର କରାଇବାକୁ ଅନୁରୋଧ । ଏହି ଦାବୀ ପତ୍ର ପ୍ରଦାନ ବେଳେ ଆଇନଜୀବୀ ସନ୍ତୋଷ କୁମାର ସାହୁ, ବିଜୟ ମୁଦୁଲି, ଆଇନଜୀବୀ ଡ଼ଃ ରାଜେନ୍ଦ୍ର ଦାଶ, ଜଗନ୍ନାଥ ପ୍ରଧାନ ଓ କାଳୁ ଚରଣ ନାୟକ ଙ୍କ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ର କର୍ମକର୍ତା ମାନେ ଉପସ୍ଥିତ ଥିଲେ
