ଉମରକୋଟ : କଥାରେ ଅଛି ଚୋର ଗଲାପରେ ବୁଦ୍ଧି ଆସେ | ବନ ସବୁ ସରିଗଲା ପରେ ବର୍ତ୍ତମାନ ଚେଇଁଛି ବନ ବିଭାଗ। ବେଧଡ଼କ ବନ କାଟି ସଫା ହୋଇଗଲାଣି, ରାସ୍ତା କଡ଼ରେ କାଠ ମାଫିଆ ମାନେ କାଠ ଡିପୋ ଖୋଲି ବେନିୟମରେ ବେଧଡ଼କ କାଠ ବ୍ୟବସାୟ ଚଳାଉଛନ୍ତି। ଏହି କାଠ ବ୍ୟବସାୟ ଆଳରେ କାଠ ଡିପୋ ମାଲିକମାନେ ଜଙ୍ଗଲ ରୁ ବହୁ ମୂଲ୍ୟବାନ ଗଛ କାଟି ରାତାରାତି ମାଲେମାଲ ହେଲେଣି କାଠ ମାଫିଆ। ପୁଷ୍ପା ସିନେମା ଷ୍ଟାଇଲରେ ଗଛ କାଟି ଜଙ୍ଗଲ ନଷ୍ଟ କରାଯାଉଥିବା ଦୃଶ୍ୟମାନ। ଜଙ୍ଗଲ ସଫା ହେଇଯିବା ପରେ ବଳକା ଥିବା ଜଙ୍ଗଲକୁ ସୁରକ୍ଷା ଦେଉଛି ଓଡ଼ିଶାର ଉମରକୋଟ ଓ ରାଇଘର ବନ ବିଭାଗ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଵକୋଦା ପଞ୍ଚାୟତ ଅନ୍ତର୍ଗତ ନୂଆଗୁଡ଼ା ଗ୍ରାମ୍ୟ ସଂରକ୍ଷିତ ଜଙ୍ଗଲ ମଧ୍ୟରେ।

ଏହି ଜଙ୍ଗଲରୁ ବଡ଼ ବଡ଼ ବହୁମୂଲ୍ୟ ନୀଳଗିରି ଗଛ ସବୁ କାଟି ଏକ ଟ୍ରକରେ ଯାହାର ନମ୍ୱର CG 04PK 9807 ରେ ଲୋଡ଼ କରୁଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇଁ ଉମରକୋଟ ବନ ବିଭାଗ କାଠ ଲୋଡ଼ ହେଉଥିବା ସ୍ଥାନରେ ପହଞ୍ଚି କାଠ ସହ ଟ୍ରକକୁ ଜବତ କରି ଉମରକୋଟ ବନ ବିଭାଗ କାର୍ଯ୍ୟାଳୟକୁ ଆଣି ସିଜ କରିଥିବା ଦୃଶ୍ୟ ସାମ୍ନାକୁ ଆସିଛି। ବାରମ୍ବାର ବନବିଭାଗ ଦ୍ୱାରା ଧରାପଡିବା ସତ୍ତ୍ୱେ ମଧ୍ୟ ବନ ବିଭାଗକୁ ଖାତିର କରୁନାହାନ୍ତି କାଠ ମାଫିଆ। ଏଠି ପ୍ରଶ୍ନ ? କାହା ବଳରେ ବଳିୟାନ ଆଜିର ଏହି କାଠ ମାଫିଆ ସମୂହ। ବନ ବିଭାଗରେ କାର୍ଯ୍ୟରତ ବଡ ବଡିଆଙ୍କ ଆଶୀର୍ବାଦ ଅଛି କି ? କାଠ ମାଫିଆଙ୍କ ଉପରେ ନା ଆଉ କାହା ଇଙ୍ଗିତରେ ଚାଲିଛି ଖୁଲାମ ଖୁଲା ଦିନ ଦ୍ବିପ୍ରହରେ କାଠ ଚୋରା ଚାଲାଣ। ତାହା ସାଧାରଣ ଖଟିଖିଆ ଜନତା ସହ ଉମରକୋଟ/ରାଇଘର ଅଞ୍ଚଳର ବୁଦ୍ଧିଜୀବି ମହଲରେ ପ୍ରଶ୍ନ ବାଚୀ ସୃଷ୍ଟି କରିଛି। ଅପରପକ୍ଷେ ବେଧଡ଼କ ଜଙ୍ଗଲ କଟା ଚାଲିଥିବା ଯୋଗୁଁ ଜଙ୍ଗଳ ଉପରେ ନିର୍ଭର କରି ରହୁଥିବା ପଶୁ, ପକ୍ଷୀ ମାନେ ନିଜର ବାସସ୍ଥାନ ହରେଇବା ସହ ଖାଦ୍ୟ ନ ପାଇ ଗାଁ ମୁହାଁ ହୋଇ ମରଣ ମୁଖରେ ପଡୁଛନ୍ତି ଜଙ୍ଗଳରେ ରହୁଥିବା ବନ୍ୟଜନ୍ତୁ ମାନେ।
