ଅଂଶୁଘାତରେ ବୃଦ୍ଧଙ୍କ ମୃତ୍ୟୁ ଆଶଙ୍କା

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ବ୍ଲକ୍ ଖରିଡା ଗ୍ରାମରେ ବୁଧବାର ସକାଳ ପ୍ରାୟ ୧୦ଘଣ୍ଟା ସମୟରେ ଜୈନେକ ବୃଦ୍ଧଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା ଆଶଙ୍କା ପ୍ରକାଶ ପାଇଛି।ମୃତକ ଜଣଙ୍କ ହେଲେ ଖରିଡା ଗ୍ରାମ କେନାଲ ସାହିର ଦୀନବନ୍ଧୁ ବେହେରା (୫୮) ବୋଲି ଜଣାପଡ଼ିଛି। ପ୍ରାପ୍ତ ସୂଚନା ଅନୁଯାୟୀ ଦୀନବନ୍ଧୁ କୌଣସି କାମରେ ଘରୁ ବାହାରି ହିଞ୍ଜିଳିକାଟୁ ଅଭିମୁଖେ ଯାଉଥିଲେ। କିନ୍ତୁ ଘର ଠାରୁ ଚାଲି ଚାଲି ଯାଉଥିବା ବେଳେ ଗ୍ରାମ ଶେଷରେ ଥିବା ବ୍ରିଜ ନିକଟରେ ସେ ଅସୁସ୍ଥ ଅନୁଭବ କରିଥିଲେ। ସେ ରାସ୍ତା ଉପରେ ହିଁ ଅଚେତ ଅବସ୍ଥାରେ ପଡ଼ିଯାଇଥିଲେ। ସ୍ଥାନୀୟ ଲୋକେ ସେଠାରୁ ତାଙ୍କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ହିଞ୍ଜିଳିକାଟୁ ଅତିରିକ୍ତ ତହସିଲଦାର ସୁରଜ କୁମାର ନାୟକ ବେହେରା, ଶିକିରି ରାଜସ୍ଵ ନିରୀକ୍ଷକ ସୁବ୍ରତ କୁମାର ସାହୁ ପ୍ରମୂଖ ଡାକ୍ତରଖାନାରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଥିଲେ‌।ଏ ନେଇ ହିଞ୍ଜିଳି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ମୃତଦେହ ବ୍ୟବଚ୍ଛଦ ନିମନ୍ତେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଈଛି। ତେବେ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟ ଅଧୀକ୍ଷକ ଡ଼ାକ୍ତର ଶ୍ରୀକାନ୍ତ ସାହୁ ସୁଚନା ଦେଇଛନ୍ତି। ହିଞ୍ଜିଳିକାଟୁ ଅଞ୍ଚଳରେ ଏହା ଚଳିତ ବର୍ଷର ପ୍ରଥମ ଅଂଶୁଘାତ ଜନିତ ମୃତ୍ୟୁ ବୋଲି ସାଧାରଣରେ ଆଶଙ୍କା ପ୍ରକାଶ ପାଇଛି।

nis-ad
Leave A Reply

Your email address will not be published.