ସ୍କୁଲଛୁଟି ପରେ ଘରକୁ ଫେରୁଥିବା ବେଳେ ଗାଡି ଦୁର୍ଘଟଣାଗ୍ରସ୍ତ : ୫ଛାତ୍ରଛାତ୍ରୀଙ୍କ ସମେତ ୧୦ ଆହତ

ଛତ୍ରପୁର : ସ୍କୁଲ ଖରା ଛୁଟି ହୋଇଯିବା ପରେ ଏକ ବୁଲେରୋ ଗାଡି ଓଡି ୦୨ଟି ୩୯୯୦ ଯୋଗେ ନିଜ ଘର କୁ ଫେରୁଥିବା ବେଳେ ଛତ୍ରପୁର ଥାନା ଅଧିନ ଉଜଳେଶ୍ଵରୀ ମନ୍ଦିର ଜାତୀୟ ରାଜପଥ ନିକଟରେ ଗାଡି ଟି ଭାରଶ୍ୟାମ ହରାଇ ଦୁର୍ଘଟଣା | ଗାଡି ଟି ରାସ୍ତା ର ତଳକୁ ଖସି ଓଲଟି ପଡିଥିଲା | ଏଥିରେ ଚାଳକ ସମେତ ୧୦ ଜଣ ଆହତ ଆହତ ହୋଇଥିଲେ | ଆହତ ଙ୍କ ମଧ୍ୟରେ ୫ଜଣ ଛାତ୍ର/ ଛାତ୍ରୀ ରହିଥିବା ବେଳେ ଅନ୍ୟ ୫ ଜଣ ଅଭିଭାବକ | ଆଜି ଭୁବନେଶ୍ୱର ରୁ ଏକ ଘରୋଇ ଶିକ୍ଷାନୁଷ୍ଠାନ ରୁ ନିଜ ଗ୍ରାମ ଚନ୍ଦ୍ରଗିରି କୁ ଏକ ବୁଲେରୋ ଗାଡି ରେ ଫେରୁଥିବା ବେଳେ ଘଟିଛି ଏହି ଦୁର୍ଘଟଣା | ସ୍ଥାନୀୟ ଜନସାଧାରଣ ଓ ପୋଲିସ ସହାୟତା ରେ ଆହତ ମାନଙ୍କୁ ଉଦ୍ଧାର କରି ଛତ୍ରପୁର ମେଡିକାଲ କୁ ଅଣାଯାଇଥିଲା | ଗାଡି ଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଗାଡି ବସିଥିବା ୧୦ ଜଣ | ଘଟଣା ସ୍ଥଳରେ ଛତ୍ରପୁର ପୋଲିସ ପହଁଚି ତଦନ୍ତ ଜାରି ରଖିଛି | ଆହତ ଛାତ୍ର/ଛାତ୍ରୀ ହେଲେ ଲିଜା ଶବର, ରୁପାଲୀ ଶବର, ବର୍ଷା ରାଣୀ ଶବର ଓ ଲକ୍ଷ୍ମୀ ଶବର | ଅଭିଭାବକ ମଦନ ଦଳ ବେହେରା, ଦେବରାଜ ଶବର, ମନୁ ଶବର, ସନ୍ୟାସୀ ଶବର ଓ ଗାଡି ଚାଳକ କଳା କୃଷ୍ଣ ମହାପାତ୍ର |

nis-ad
Leave A Reply

Your email address will not be published.