ଆଚଂଳିକ ବିକାଶ ମଞ୍ଚ ପକ୍ଷରୁ ନିଯୁକ୍ତି,ସ୍ୱାସ୍ଥ୍ୟ,ପ୍ରଦୂଷଣ ଆଦି ବିଭିନ୍ନ ସମସ୍ୟା ର ସମାଧାନ ନେଇ ଗଣାଧାରଣା

add-all

ଛତ୍ରପୁର : ଆଚଂଳିକ ବିକାଶ ମଂଚ ପକ୍ଷରୁ ନିଯୁକ୍ତି,ସ୍ୱାସ୍ଥ୍ୟ,ପ୍ରଦୂଷଣ ଆଦି ବିଭିନ୍ନ ସମସ୍ୟା ର ସମାଧାନ ନେଇ ଗଣାଧାରଣା ଦ୍ୱିତୀୟ ଦିନରେ ପହଂଚି । ଡୁଗୁଲୁ ଛକ ନିକଟରେ ଏହି ଧାରଣା ଦିଆଯାଇଛି । ଗୋପାଳପୁର ପୋର୍ଟ ରେ ଅଚଂଳର ଶିକ୍ଷିତ ଯୁବକ,ଯୁବତୀ,ମହିଳା ଶ୍ରମିକ ମାନଙ୍କୁ କମ୍ପାନୀରେ କର୍ମ ଯୋଗାଇ ଦେବା ନିମନ୍ତେ କମ୍ପାନୀ କତୃପକ୍ଷ କୁ ଆଚଂଳିକ ବିକାଶ ମଂଚ ପକ୍ଷରୁ ବାରମ୍ବାର ଅବଗତ କରାଯାଇଥିଲେ ବି କାର୍ଯ୍ୟ କାରୀ ହୋଇ ନଥିବା ରୁ ଯାହାଫଳରେ ବାଧ୍ୟ ହୋଇ ଏହି ଧାରଣା ଦିଆଯାଇଛି । ଏପରିକି ଆମ ଅଚଂଳର ଲୋକଙ୍କୁ ନିଯୁକ୍ତି ନଦେଇ ବାହାର ଲୋକଙ୍କ ଠାରୁ ଟଙ୍କା କାରବାର କରି ସେମାନଙ୍କୁ ନିଯୁକ୍ତି ଦିଆଯାଉଛି । ସେହିପରି ଗୋପାଳପୁର ବନ୍ଦରକୁ ଏବେ ଆଦାନି ନେବା ପରଠାରୁ ମାଲ ପରିବହନ ଗାଡି ଗୁଡିକ ଆମ ଅଚଂଳର ରାସ୍ତା ଦେଇ ଯାତାୟତ କରୁଥିବାରୁ ଛୋଟ ପିଲାମାନେ ଓ ବରିଷ୍ଠ ନାଗରିକ ମାନଙ୍କ ନାହିଁନଥିବା ଅସୁବିଧା ହେଉଛି । ଦୃର୍ଘଟଣା ଘଟିବାର ଯଥେଷ୍ଠ ସମ୍ଭାବନ ରହୁଛି । ଏପରିକି ପରିବହନ ଗାଡିରେ ଆବଶ୍ୟକ ଠାରୁ ଅଧିକ ଲୋଡ ନେଉଛନ୍ତି । ଆମ ଅଚଂଳରେ ଏବେ ବେକାରିଆ ସମସ୍ୟା ବୃଦ୍ଧି ପାଇଛି । ଶିକ୍ଷିତ ଓ ଯୋଗ୍ୟତାଭିତିରେ ନିଯୁକ୍ତି ଦାବୀ କରାଯାଇଛି । ଏହି ଧାରଣାରେ ଛତ୍ରପୁର କଂଗ୍ରେସ ବିଧାୟକ ପ୍ରାର୍ଥୀ ତଥା ସାମାଜିକ କର୍ମୀ ଭାଗିରଥି ବେହେରା,ନାରୀ ନେତ୍ରୀ ନିଳାଦ୍ରୀ ପ୍ରଧାନ,ପୂର୍ବତନ ସରପଞ୍ଚ ଟି.କିଷ୍ଣାଙ୍କ ସମେତ ବହୁ ମହିଳାମାନେ ଏହି ଧାରଣାରେ ସାମିଲ ହୋଇଛନ୍ତି ।

ad-week
Leave A Reply

Your email address will not be published.