ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରଥକାଠ ପୂଜା

add-all

ବାଲିଗୁଡା : ପବିତ୍ର ଅକ୍ଷୟ ତୃତୀୟା ଅବସରରେ କନ୍ଧମାଳ ଜିଲ୍ଲାର ସର୍ବ ପୁରାତନ ବାଲିଗୁଡାର ଶ୍ରୀଜଗନ୍ନାଥ ମନ୍ଦିରରେ ରୀତିନୀତି ଅନୁଯାୟୀ ବାଲିଗୁଡା ଶ୍ରୀଜଗନ୍ନାଥ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ସକାଳୁ ରଥ ନିର୍ମାଣ ପାଇଁ ନୂତନ କାଠ ସଂଗ୍ରହ କରାଯାଇ ମନ୍ଦିର ମଧ୍ୟରେ ପୂଜକ ମହେଶ୍ଵର ପଣ୍ଡା ନୂତନ କାଠରେ ଗଙ୍ଗା ଜଳ ଛିଞ୍ଚନ କରି ଚନ୍ଦନ ସିନ୍ଦୁର ଲଗାଇବା ସହ ଦୀପ ,ଧୂପ ଓ ପୁଷ୍ପ ମାଲ୍ୟ ଦେଇ ମନ୍ତ୍ର ଉଚାରଣ କରି ପୂଜାର୍ଚ୍ଚନା କରିଥିବା ବେଳେ ରଥ କାଠକୁ ରଥ କରିବା ପାଇଁ ରାଜେନ୍ଦ୍ର ମହାରଣା କାଠକୁ ନେଇ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ କରିଥିଲେ । ମହାପ୍ରଭୁଙ୍କ ଘୋଷଯାତ୍ରା ପ୍ରସ୍ତୁତି ଆଜି ଠାରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରତ୍ନ ବେଦୀରୁ ଜନ୍ମବେଦୀ ପର୍ଯ୍ୟନ୍ତ ନିର୍ମାଣ ହେବ ତିନି ରଥ। ଏଥିରେ ଟ୍ରଷ୍ଟ ପକ୍ଷରୁ ଟି.ଶ୍ରୀନିବାସ ରାଓ , ମଧୁସୂଦନ ଦାସ ଓ ଲୋକନାଥ ପାଢୀଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ ।

ad-week
Leave A Reply

Your email address will not be published.