ଗଞ୍ଜାମ ଜିଲ୍ଲାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ : ଦୁଇ ପୋଲିସ ଜିଲ୍ଲାରେ ପ୍ରତିଯୋଗିତା ଭାବେ ମୁଣ୍ଡ ଗଡୁଛି…!

ମୁଣ୍ଡ ଗଣୁଛି କି ପୋଲିସ …..?

add-all


ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଦୁଇ ପୋଲିସ ଜିଲ୍ଲା ରେ ସତେ ଯେମିତି ପ୍ରତିଯୋଗିତା ଭାବେ ମୁଣ୍ଡ ଗଡ଼ିବା ଜାରି ରହିଛି। ଜାନୁଆରୀ ମାସରୁ ଆଜି ପର୍ଯ୍ୟନ୍ତ ଅଢ଼େଇ ଡଜନ ରୁ ଉର୍ଦ୍ଧ ମୁଣ୍ଡ ଗଞ୍ଜାମ ଜିଲ୍ଲାର ଦୁଇ ପୋଲିସ ଜିଲ୍ଲାରେ ଗଡ଼ିଲାଣି। ଗଞ୍ଜାମ ରେ ଏବେ ବେଲଗାମ ଅପରାଧୀ ଗୋଷ୍ଠି ପୋଲିସ ନାକେଦମ।ଆଜି ବ୍ରହ୍ମପୁର ପୋଲିସ ଜିଲ୍ଲାର ଗୋପାଳପୁର ଥାନା ଇଲାକାର କରାପଲ୍ଲୀ ଗ୍ରାମରେ ଜଣେ ନାବାଳିକା କୁ ହତ୍ୟା କରାଯାଇଛି। ଗଞ୍ଜାମ ଜିଲ୍ଲାରେ ଏକ ସପ୍ତାହ ରେ ୮ ଟି ମୁଣ୍ଡ ଗଡ଼ିଲାଣି। ଖଲ୍ଲିକୋଟ ଥାନା ତୁଳସୀ ପୁର ପଞ୍ଚାୟତ ର ହରିପୁର ଗାଁ ର ଦୁର୍ଦ୍ଧାନ୍ତ ଅପରାଧି ରବୀନ୍ଦ୍ର ଦାଶକୁ ହତ୍ୟା, ଗୁଣି ଗାରେଡି କୁ କେନ୍ଦ୍ର କରି ବଡ଼ଗଡ଼ ଥାନା ଖାରିପଲ୍ଲୀ ଗ୍ରାମରେ ଦୁଇ ଗୋଷ୍ଠି ସଂଘର୍ଷ ରେ ତିନି ଜଣଙ୍କ ମୃତ୍ୟୁ, ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସମା ଗ୍ରାମ ନିକଟରେ ସୁମନ୍ତ କୁମାର ମହାପାତ୍ର ଙ୍କୁ ହତ୍ୟା, କବିସୂର୍ଯ୍ୟନଗର ଆଠଗଡ଼ ପାଟଣା ଗ୍ରାମର ଜେଲ ଫେରନ୍ତା ଅପରାଧି ଲକ୍ଷ୍ମୀ ନାରାୟଣ ପାଇକରାୟକୁ ଅତି ନିକଟରୁ ଗୁଳି ମାରି ହତ୍ୟା,କୋଦଳା ଥାନା ଅନ୍ତର୍ଗତ ମଠସରସିଙ୍ଗି ପଞ୍ଚାୟତ ର ଵାଦଅର୍ଖପଲ୍ଲୀ ଗ୍ରାମର ଶମ୍ଭୁରାଉତଙ୍କୁ ହତ୍ୟା, ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ ଅଲାଡ଼ି ପଞ୍ଚାୟତ କୁମୁଣ୍ଡା ଗ୍ରାମର ହାଡ଼ିବନ୍ଧୁ ଗୌଡ଼ଙ୍କୁ ହତ୍ୟା, ତାରସିଂ ଥାନା ଇଲାକାର ବ୍ରାହ୍ମଣ ପଦର ଗ୍ରାମର ବଳରାମ ଗୌଡ଼ଙ୍କୁ ହତ୍ୟା, ବେଗୁନିଆ ପଡା ଥାନା ଭାଲ୍ୟାଝର ଗ୍ରାମର ସଞ୍ଜୟ ବାରିକ ଓ ଅଜୟ ବାରିକ ଦୁଇ ଭାଇଙ୍କୁ ହତ୍ୟା, ପୁରୁଷୋତ୍ତମପୁର ଥାନା କୁଶପୁର ଗ୍ରାମର ଗୋପାଳକୃଷ୍ଣ ସାହୁ ଓ ତାଙ୍କ ପୁଅ ରଞ୍ଜନ ସାହୁଙ୍କୁ ହତ୍ୟା କରାଯାଇଛି। ଏହି ସବୁ ହତ୍ୟା କାଣ୍ଡ ପଛରେ ପାରିବାରିକ କହଳ ତ କେଉଁଠି ପୂର୍ବ ଶତ୍ରୁତା ବୋଲି ପୋଲିସ ପକ୍ଷରୁ ସଫେଇ ଦିଆଯାଉଛି। ପ୍ରକାଶ ଥାଉକି ଗତ ୨୦୧୬/୨୦୧୮ ମସିହାରେ ବିଜେଡ଼ି ସରକାର ସମୟରେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଓ ଛତ୍ରପୁର ପୋଲିସ ଜିଲ୍ଲାରେ ୭୦ରୁ ଉର୍ଦ୍ଧ ଅପରାଧତତ୍ତ୍ୱ ମାନଙ୍କୁ ଏନକାଉଣ୍ଟର ମୁଖ୍ୟ ଆୟୁଧ କରି ଗଞ୍ଜାମ ପୋଲିସ ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା। ରାଜ୍ୟରେ ଡ଼ବଲ ଇଞ୍ଜିନ ସରକାର ଆସିବା ପରେ ସବୁଠାରୁ ଅଧିକ ମାତ୍ରାରେ ଗଞ୍ଜାମ ଜିଲ୍ଲାରେ ଆଇନ ଶୃଙ୍ଖଳା ବିଗିଡ଼ି ଯାଇଛି। ଅଧିକାଂଶ ଅପରାଧ ଜଗତର ଆଗ ଧାଡ଼ିର ଭାଇ ମାନେ ନିର୍ବାଚିତ ନେତାଙ୍କ ବାହୁଛାୟା ତଳେ ରହିବା ଯୋଗୁଁ ପୋଲିସ ନାଚାର ଭଳି ରହିବାକୁ ବାଧ୍ୟ ହେଉଛି ବୋଲି ସାଧାରଣରେ ରେ ଚର୍ଚ୍ଚା ହେଲାଣି। ଗଞ୍ଜାମ ଜିଲ୍ଲାରେ ୨୦୦୮/୨୦୦୯ ଭଳି ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ପରିସ୍ଥିତି ସୃଷ୍ଟି ହୋଇଥିବା ଲକ୍ଷ କରାଯାଇଛି। ରାଜନୈତିକ ନେତାଙ୍କ ଯୋଗୁଁ ପୋଲିସ ହାତବନ୍ଦ ରହିଥିବା ଓ କାର୍ଯ୍ୟାନୁଷ୍ଠାନ ନେବାରେ ଅବହେଳା ହେଉଥିବା ଚର୍ଚ୍ଚା ହେଉଛି।ଏବେ ଗଞ୍ଜାମ ଜିଲ୍ଲା ରେ ମୁଣ୍ଡ ଗଡୁଛି ପୋଲିସ ମୁଣ୍ଡ ଗଣୁଛି ବୋଲି ଲୋକେ କହିଲେଣି।

ad-week
Leave A Reply

Your email address will not be published.