ମଶାଣି ସଫେଇ କଲେ ଗ୍ରାମବାସୀ: ଶତାଧିକ ଲୋକେ ସାମିଲ

add-all

ବାଲିଗୁଡା : ମଣିଷର ଶେଷ ଠିକଣା ହେଉଛି ମଶାଣି। ତାକୁ ସଫା ସୁତୁରା ସହ ପରିବେଶ ସଫା ରଖିବା ନିଷ୍ପତି ଗ୍ରହଣ କରି ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଶାଣିକୁ ସଫେଇ କରିଛନ୍ତି ଗ୍ରାମବାସୀ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଗ୍ରୀନବାଡି ପଞ୍ଚାୟତର ମଶାଣି ଭୁଇଁରେ। ପ୍ରକାଶ ଯେ, ଗ୍ରାମରେ କାହାର ମୃତ୍ୟୁ ଘଟେ ସେହି ସମୟରେ ହିଁ ମଶାଣିକୁ ମୃତ ଦେହ ସଂସ୍କାର କରିବାକୁ ଗ୍ରାମବାସୀ ପରିବାର, ବନ୍ଧୁବାନ୍ଧବ ଯାଇଥାନ୍ତି। କିନ୍ତୁ ଅନ୍ୟ ସମୟରେ ମଶାଣିକୁ ଯାତାୟାତ ପ୍ରାୟ ନ ଥାଏ ଫଳରେ ମଶାଣି ପରିତ୍ୟକ୍ତ ଅବସ୍ଥାକୁ ଆସିଯାଇଥାଏ। ବଡ଼ ବଡ଼ ଗଛ ଉଠିବା ସହ ଜଙ୍ଗଲ ସୃଷ୍ଟି ସହ ପରିବେଶ ଏକ ପ୍ରକାର ପରିତ୍ୟକ୍ତ ଅବସ୍ଥାରେ ରୁହେ। ଏହି ପରିସ୍ଥିତିକୁ ସୁଧାର ଆଣିବା ପାଇଁ ଗ୍ରାମରେ ପ୍ରସ୍ତୁତି ବୈଠକ କରାଯିବା ସହ ଶୁକ୍ରବାର ସଫେଇ କାର୍ଯ୍ୟ କରାଯାଇଛି। ଗ୍ରାମ୍ୟ କମିଟିର ସଭାପତି ଧର୍ମେନ୍ଦ୍ର ନାୟକଙ୍କ ନେତୃତ୍ୱରେ ଲିଟୁ କୁମାର ନାୟକ, ଭି. ଉତ୍ତମ ଶୋଭାସୁନ୍ଦର, ସୁବର୍ଣ୍ଣ ସିଂଙ୍କ ସମେତ ଶତାଧିକ ଗ୍ରାମବାସୀ ଏହି ସଫେଇ କରିଛନ୍ତି।

ad-week
Leave A Reply

Your email address will not be published.