ଲକ୍ଷ୍ମୀନୃସିଂହ ଯାତ୍ରା ସକାଶେ ପ୍ରସ୍ତୁତି ବୈଠକ…

ହିଞ୍ଜିଳିକାଟୁ : ଆସନ୍ତା ୧୧ ତାରିଖ ଠାରୁ ହିଞ୍ଜିଳିକାଟୁ ପ୍ରସିଦ୍ଧ ତଥା ସହରର ଇଷ୍ଟଦେବ ଶ୍ରୀ ଲକ୍ଷ୍ମୀ ନୃସିଂହ ଠାକୁରଙ୍କ ତ୍ରିଦିନାତ୍ମକ ଯାତ୍ରା ଉତ୍ସବ ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ପୌର ପରିଷଦ କାର୍ଯ୍ୟାଳୟ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅତିଥି ଭାବେ ପୈାରାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲେଇ, ତହସିଲଦାର ତପନ କୁମାର ମହାପାତ୍ର, ବିଡ଼ିଓ ସୁଶ୍ରୀ ସାଗରୀକା ଷଡ଼ଙ୍ଗୀ, ହିଞ୍ଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀନିବାସ ସେଠି ମଞ୍ଚାସିନ ଥିଲେ । ଯାତ୍ରାର ୩ ଦିନ ପରିମଳ ବ୍ୟବସ୍ଥାକୁ ଗୁରୁତ୍ୱାରୋପ କରାଯାଇ ପ୍ରତ୍ୟେକ ସାହିବସ୍ତିକୁ ସ୍ବଚ୍ଛ ରଖିବା ପାଇଁଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ବୈଠକରେ ମତ ପ୍ରକାଶ ପାଇଥିଲା। ସ୍ଵାସ୍ଥ୍ୟ,ପରିମଳ, ଓ୍ବାଟକୋ ଉପଖଣ୍ଡ ବିଭାଗ ପକ୍ଷରୁ ସହରବାସୀଙ୍କୁ ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଣ, ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ନକରିବା, ପୁଲିସ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା, ଟ୍ରାଫିକ ନିୟନ୍ତ୍ରଣ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସହିତ ଯାତ୍ରା ୩ଦିନ ସହରର ସମସ୍ତ ଦେଶୀ ଓ ବିଦେଶୀ ମଦ ଦୋକାନ ବନ୍ଦ ଉପରେ ଆଲୋଚନା ହୋଇଥିଲା । ହିଞ୍ଜିଳିକାଟୁ ସହରର ଇଷ୍ଟଦେବ ଲକ୍ଷ୍ମୀ ନୃସିଂହ ଠାକୁରଙ୍କ ଯାତ୍ରାତ୍ସୋବ ବାଣ ଯାତ୍ରା ସକାଶେ ପ୍ରସିଦ୍ଧ ଲାଭ କରିଥିବା ବେଳେ ଆୟୋଜିତ ପ୍ରସ୍ତୁତି ବୈଠକରେ ଅଗ୍ନିଶମ ବିଭାଗ ପକ୍ଷରୁ ଅଧିକାରୀ କିମ୍ବା କୈାଣସି କର୍ମଚାରୀ ଉପସ୍ଥିତ ନଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା। ଏହି ବୈଠକରେ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଡ଼ାକ୍ତର ସ୍ବୟଂଭୁ ରାୟ ,ବିଦ୍ୟୁତ୍ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ସମ୍ବିତ ସାମଲ, ଅବକାରୀ ବିଭାଗ ପକ୍ଷରୁ ଏଏସଆଇ ସୁଶାନ୍ତ କୁମାର ବେହେରା, କାଉନସିଲର ଗୋପବନ୍ଧୁ ବେହେରା, ବସନ୍ତ ବେହେରା , ଗୋପବନ୍ଧୁ ବେହେରା, ଅମୁଲ୍ୟ ସାହୁ ଭିକା ବେହେରା, କେଉଟ ସାହି ଯାତ୍ରା କମିଟି ପକ୍ଷରୁ ପ୍ରମୋଦ ବେହେରା, ବିକ୍ରମ ବେହେରା, ହିମାଂଶୁ ବେହେରା, ସୁଶାନ୍ତ ବେହେରା, ଘନଶ୍ୟାମ ବେହେରା, ବିକ୍ରମ ବେହେରା, ରଙ୍ଗୁଣୀ ସାହି ପକ୍ଷରୁ ଅଧିକାରୀ ବଂଶୀଧର ସାହୁ, ପର୍ଶୁରାମ ସାହୁ, ଶରତ ଚନ୍ଦ୍ର ସାହୁ, ମନୋରଞ୍ଜନ ସାହୁ, ଦିଲ୍ଲିପ ବୈଠାରୁ, ପାଟଣା ସାହି ପକ୍ଷରୁ ବିଶ୍ବମ୍ବର ସାହୁଙ୍କ ସମେତ ବହୁ ଯାତ୍ରାପ୍ରେମୀ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.